ଏୟାର ଇଣ୍ଡିଆ ଏକ୍ସପ୍ରେସକୁ ୧୫ ଦିନ ବାତିଲ କଲା ଦୁବାଇ

ନୂଆଦିଲ୍ଲୀ,୧୯।୯: ଦୁବାଇ କର୍ତ୍ତୃପକ୍ଷ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସେବାକୁ ୧୫ ଦିନ ପାଇଁ ବାତିଲ କରିଛନ୍ତି। ଏହି ବିମାନରେ ଯାତ୍ରା କରିଥିବା ଜଣେ ଯାତ୍ରୀ କୋଭିଡ୍‌-୧୯ ସଂକ୍ରମିତ ଜଣାପଡିବା ପରେ ବିମାନ କମ୍ପାନୀ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବ୍ୟାନ ପରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ସମସ୍ତ ଦୁବାଇ ଭିତ୍ତିକ ବିମାନ ସେବାକୁ ଶାରଜା ଯାଏ ପ୍ରଦାନ କରିବ ବୋଲି କମ୍ପାନୀର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ୪ ଡିସେମ୍ବରରେ ସଂକ୍ରମିତ ଯାତ୍ରୀ ଜଣଙ୍କ ଜୟପୁର-ଦୁବାଇ ବିମାନରେ ଯାତ୍ରା କରିଥିଲେ। ଏହି ବିମାନ କମ୍ପାନୀ ଦ୍ୱିତୀୟ ଥର ଏଭଳି କାର୍ଯ୍ୟ କରିଥିବା ଦୁବାଇ ସିଭିଲ ଆଭିଏଶନ ଅଥରିଟି ପକ୍ଷରୁ ସୂଚନା ଦିଆଯାଇଛି। ସେପ୍ଟେମ୍ବର ୨ରେ ମଧ୍ୟ ବିମାନ କମ୍ପାନୀକୁ ଦୁବାଇ କର୍ତ୍ତୃପକ୍ଷ ଚେତାବନୀ ଦେଇଥିଲେ। ସୂଚନାଯୋଗ୍ୟ, ଅଗଷ୍ଟରେ ହଂକଂ କର୍ତ୍ତୃପକ୍ଷ ମଧ୍ୟ ଏୟାଇ ଇଣ୍ଡିଆ ଉପରେ ମଧ୍ୟ କଟକଣା ଲଗାଇଥିଲେ। ଅଗଷ୍ଟ ୧୪ରେ ହଂକଂକୁ ଯାଇଥିବା ଏୟାର ଇଣ୍ଡିଆ ବିମାନରେ ୧୪ ଜଣ କୋଭିଡ୍‌ ସଂକ୍ରମିତ ବାହାରିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ଏପ୍ରିଲ ୧ରୁ ବଦଳିଯିବ ଏସବୁ ନିୟମ: ପକେଟ ଉପରେ ପଡ଼ିବ ସିଧାସଳଖ ପ୍ରଭାବ

ନୂଆଦିଲ୍ଲୀ,୧୪।୩: ଚଳିତବର୍ଷ କେନ୍ଦ୍ରୀୟ ବଜେଟରେ ଆୟକର ଆଇନରେ ଅନେକ ସଂଶୋଧନ କରାଯାଇଥିଲା, ଯାହାର ଲକ୍ଷ୍ୟ ନିୟମକୁ ସରଳ କରିବା ଏବଂ କରଦାତାଙ୍କ ପାଇଁ ପ୍ରକ୍ରିୟାଗତ ବୋଝ ହ୍ରାସ…

ଗ୍ୟାସକୁ ନେଇ ହୁଅନ୍ତୁନି ଟେନସନ! ସରକାର କହିଲେ ରାଶନ କାର୍ଡ ଥିଲେ ମାଗଣାରେ ମିଳିବ….

ନୂଆଦିଲ୍ଲୀ,୧୪।୧: “ରନ୍ଧନ ଗ୍ୟାସର ଅଭାବ ହେଲେ ଆମେ ବିକଳ୍ପ ଇନ୍ଧନ ଭାବରେ କିରୋସିନ ଯୋଗାଇବାକୁ ପ୍ରସ୍ତୁତ” । ସାରା ଦେଶରେ ଯେତେବେଳେ ରନ୍ଧନ ଗ୍ୟାସ ଯୋଗାଣରେ ବିଳମ୍ବ…

ଯାତ୍ରୀଙ୍କୁ ‘ଇଣ୍ଡିଗୋ’ର ଝଟ୍‌କା: ବିମାନ ଟିକେଟ ଉପରେ ଲାଗିଲା ‘ଫ୍ୟୁଏଲ ସରଚାର୍ଜ’, ମାର୍ଚ୍ଚ ୧୪ରୁ…

ନୂଆଦିଲ୍ଲୀ,୧୩।୩: ବିଶ୍ୱ ବଜାରରେ ବିମାନ ଇନ୍ଧନ (ATF) ଦର ଅହେତୁକ ଭାବେ ବୃଦ୍ଧି ପାଇବା ପରେ ଇଣ୍ଡିଗୋ ନିଜର ଭଡ଼ା ବୃଦ୍ଧି କରିବା ନିଷ୍ପତ୍ତି ନେଇଛି। ପଶ୍ଚିମ…

ବିଶ୍ଵର ସ୍ମାର୍ଟଫୋନ୍ ହବ୍ ପାଲଟିବ ଭାରତ: ନୂଆ ସବସିଡି ଯୋଜନା ଆଣୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୨ା୩: ଭାରତକୁ ବିଶ୍ଵର ସ୍ମାର୍ଟଫୋନ୍ ହବ୍ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆପଲ୍ ଏବଂ ସାମସଙ୍ଗ ଭଳି ବୃହତ ସ୍ମାର୍ଟଫୋନ୍…

ଡଲାର ତୁଳନାରେ ଟଙ୍କାର ବଡ଼ ବିପର୍ଯ୍ୟୟ: ରେକର୍ଡ ୯୨.୩୬ ସ୍ତରରେ ପହଞ୍ଚିଲା

ମୁମ୍ବାଇ,୧୨ା୩: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ଏକ ବଡ଼ ଧରଣର ହ୍ରାସ ଘଟିଛି। ଗୁରୁବାର କାରବାର ସମୟରେ ଟଙ୍କା ଏହାର ସର୍ବକାଳୀନ ସର୍ବନିମ୍ନ ସ୍ତର…

ଯୁଦ୍ଧ ଭିତରେ ଚାଇନା ପାଇଁ ଭାରତ କଲା ଏମିତି କାମ, କାବା ହେଇଗଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୨।୩: ନୂଆଦିଲ୍ଲୀର ନିବେଶ ସଚିବ କହିଛନ୍ତି ଯେ ଭାରତ ଏକ ଫାଷ୍ଟ-ଟ୍ରାକ ଅନୁମୋଦନ ବ୍ୟବସ୍ଥା ମାଧ୍ୟମରେ ଅଧିକ କ୍ଷେତ୍ରରେ ଚାଇନା ନିବେଶକୁ ଅନୁମତି ଦେବ। ଅମରଦୀପ ସିଂହ…

ମୁକେଶ ଅମ୍ବାନୀଙ୍କୁ ଧନ୍ୟବାଦ ଜଣାଇଲେ ଟ୍ରମ୍ପ, ଆମେରିକାରେ ରିଲାଏନ୍ସର ବିଶାଳ ପୁଞ୍ଜିନିବେଶ

ନୂଆଦିଲ୍ଲୀ,୧୧ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶର ଶକ୍ତି କ୍ଷେତ୍ରରେ ଏକ ଐତିହାସିକ ପଦକ୍ଷେପ ଘୋଷଣା କରିଛନ୍ତି। ଆମେରିକାର ଟେକ୍ସାସ ସ୍ଥିତ ବ୍ରାଉନ୍ସଭିଲ୍ ଠାରେ ଏକ ବିଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri