‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’

ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ (ଡିସିବିଏଲ) ପକ୍ଷରୁ ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ଗ୍ରାହକଙ୍କୁ ବାସଗୃହ ନିର୍ମାଣ ଆରମ୍ଭ କରିବାକୁ ଉତ୍ସାହିତ କରୁଛି,କାରଣ ବାସଗୃହ ନିର୍ମାଣ ନିମନ୍ତେ ଡିସେମ୍ବରରୁ ମାର୍ଚ୍ଚ ଉପଯୁକ୍ତ ସମୟ ଭାବେ ବିବେଚିତ ହୋଇଥାଏ। ପ୍ରାକ ନିର୍ମାଣଠାରୁ ଆରମ୍ଭକରି ନିର୍ମାଣ ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଏକ ବାସଗୃହ ନିର୍ମାଣର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ମଧ୍ୟ ଡିସିବିଏଲ ମାର୍ଗଦର୍ଶନ ତା’ର ୱେବସାଇଟ ଏବଂ ହେଲ୍‌ପଲାଇନ ନମ୍ବର ୧୮୦୦୨୦୨୦ ଜରିଆରେ ଆବଶ୍ୟକ ସୂଚନା ଓ ଯୋଗାଯୋଗର ସୁବିଧା ଯୋଗାଇ ଦେଉଛି। ଏପରିକି ଉପଭୋକ୍ତାଙ୍କ ପାଇଁ ଉତ୍ପାଦର ପ୍ରମୋ ବଜାରରେ ୨୦୨୩ ଫେବୃୟାରୀ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଉଲ୍ଲେଖଯୋଗ୍ୟ ଲକି ଡ୍ର ପୁରସ୍କାର ସହ ଡିସିବିଏଲ ମଧ୍ୟ ଗ୍ରାହକଙ୍କୁ ଏକ ଡଫେଲ ବ୍ୟାଗ (ପ୍ରତି ୧୦୦ ଡାଲମିଆ ସିମେଣ୍ଟ ବ୍ୟାଗ କ୍ରୟ କ୍ଷେତ୍ରରେ) ପ୍ରଦାନ କରିବ। ଏପରିକି ଏହାର ଗ୍ରାହକମାନେ ସ୍ବୀକୃତିପ୍ରାପ୍ତ ଡିଲର-ସବ୍‌ଡିଲରଙ୍କ ନିକଟରୁ ଡାଲମିଆ ଡିଏସପି ସିମେଣ୍ଟ ବ୍ୟାଗ୍‌ ଖରିଦ କରିବା ପରେ ସେମାନଙ୍କର ନିଶ୍ଚିତ ଉପହାର ଦାବି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପାଇକାରୀ ମୁଦ୍ରାସ୍ଫୀତି ହାର ୧.୦୮%ରେ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୧୭-୯: ଅଗଷ୍ଟରେ ପାଇକାରୀ ମୂଲ୍ୟ ସୂଚକାଙ୍କ ଆଧାରିତ ମୁଦ୍ରାସ୍ଫୀତି ପ୍ରାୟ ୨୫ ମାସର ସର୍ବନିମ୍ନ ସ୍ତର ୧.୦୮%ରେ ଅପରିବର୍ତ୍ତିତ ରହିଛି। ଜୁଲାଇ ମୁକାବିଲାରେ ଏଥିରେ କୌଣସି...

ଏଫ୍‌ଏନ୍‌ପିରେ ୨୦୦ କୋଟି ନିବେଶକଲା ଲାଇଟ୍‌ ହାଉସ୍‌

ନୂଆଦିଲ୍ଲୀ,୧୩।୩: ଦେଶର ପ୍ରମୁଖ ଘରୋଇ ନିବେଶକ ସଂସ୍ଥା ଲାଇଟ୍‌ ହାଉସ୍‌ ଇଣ୍ଡିଆ ଫଣ୍ଡ୍‌ ଥାର୍ଡ ଲିମିଟେଡ୍‌ ପକ୍ଷରୁ ଶନିବାର ଫର୍ନ ଆଣ୍ଡ ପେଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ (ଏଫ୍‌ଏନ୍‌ପି)ରେ...

ଆଜିଠୁ ଜୀ-ସାର୍ଥକରେ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’

ଭୁବନେଶ୍ୱର,୨।୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଓଡ଼ିଆ ଘରୋଇ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂଆବର୍ଷରୁ ନୂଆ ମେଗା ଧାରାବାହିକ ‘ମୁଁ ବି ବିଜୟିନୀ’ ସମ୍ପର୍କରେ ଘୋଷଣା କରାଯାଇଛି।...

ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ,୨୨ା୧୨: ଏଣିକି ଅନ୍‌ଲାଇନ୍‌ ଶପିଂ ପାଇଁ ଆଉ ଲୋଡ଼ା ପଡ଼ିବନି ଡେବିଟ୍‌ କିମ୍ବା କ୍ରେଡିଟ୍‌ କାର୍ଡ। ଆମାଜନ, ଫ୍ଲିପ୍‌ କାର୍ଡ ଏବଂ ବିଗ୍‌ ବାସ୍କେଟ ଆପଣଙ୍କ...

ଅଗଷ୍ଟରେ ଖୁଚୁରା ମୁଦ୍ରାସ୍ଫୀତି ୭%

ନୂଆଦିଲ୍ଲୀ,୧୩ା୯:ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଅଗଷ୍ଟରେ ବୃଦ୍ଧି ପାଇ ୭%ରେ ପହଞ୍ଚତ୍ଛି, ଯାହାକି ଜୁଲାଇରେ ୬.୭୧% ଥିଲା। ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ...

ପ୍ରାଥମିକ କ୍ଷେତ୍ରରେ ୧୯% ବୃଦ୍ଧି ପାଇଛି ଋଣ ଆକଳନ

ଭୁବନେଶ୍ୱର,୧୫।୧୨: ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଷ୍ଟେଟ ଫୋକସ୍‌ ପେପର୍‌ ୨୦୨୩-୨୪’...

ଧିମେଇବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବକୁ କମାଇବା ଲାଗି ସରକାର ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଶର ଆର୍ଥିକ କାର୍ଯ୍ୟକଳାପ ଗଭୀର...

ବିକାଶ ବୃଦ୍ଧିରେ ବାଧା ହଟିବ: ଖୁବ୍‌ଶୀଘ୍ର ଘୋଷଣା

ନୂଆଦିଲ୍ଲୀ,୧୨-୮: କେନ୍ଦ୍ର ସରକାର ବିକାଶ ଅଭିବୃଦ୍ଧି ଲାଗି ବିଭିନ୍ନ ଉପାୟ ଚିନ୍ତା କରୁଛନ୍ତି। ଆର୍ଥିକ ବିକାଶ ଆଗେଇବାରେ ଥିବା ସମସ୍ତ ବାଧାକୁ ଚିହ୍ନଟ କରି ଦୂର...

Advertisement
Archives

Model This Week