ବିପଦକୁ ଡାକୁଛି ଶୁଖିଲା ଗଛ, ପବନରେ ଡାଳ ଭାଙ୍ଗିବାରୁ ଆତଙ୍କିତ ପଥଚାରୀ

ଦାରିଙ୍ଗବାଡ଼ି,୨୭।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପ୍ଳିହେରୀ ପଞ୍ଚାୟତ ମ୍ଲୁକଚେରୀ ଗାଁ ଜାତୀୟରାଜପଥ କଡ଼ରେ ରହିଛି ଶୁଖିଲା ବିରାଟ କାୟ ଗଛ। ଯାହାକି ବିପଦ ସଂକୁଳ ଅବସ୍ଥାରେ ରହିଛି। ଶନିବାର କାଳବୈଶାଖୀର ପ୍ରଭାବରେ ଗଛର ଶୁଖିଲା ଡାଳ ସବୁ ଭାଙ୍ଗି ପଡିଥିଲା କୌଣସି ମୁହୂର୍ତ୍ତରେ ଉକ୍ତ ଶୁଖିଲା ଗଛଟି ଭାଙ୍ଗିବା ଆଶଙ୍କା କରି ରାଜପଥ ଦେଇ ଯାତାୟାତ କରିବାକୁ ଲୋକମାନେ ଭୟଭୀତ ହେଉଛନ୍ତି । ଶୀଘ୍ର ଗଛକୁ ବନ ବିଭାଗ କାଟିବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।