ଚାଲି ଚାଲି ଥକିପଡିବାରୁ ଆମ୍ବୁଲାନ୍ସକୁ ଫୋନ୍‌ କଲେ ମଦ୍ୟପ, କହିଲେ, ଶୀଘ୍ର ଆସି ନେଇଯାଅ ନହେଲେ ବେହୋସ ହୋଇଯିବି

ହାଇଦ୍ରାବାଦ,୨।୨: ଆଖପାଖ ସ୍ଥାନକୁ ଯିବାକୁ ହେଲେ ଲୋକେ ଚାଲି ଚାଲି ଯାଇଥାନ୍ତି। ଯଦି ଦୂର ବାଟକୁ ଯିବାକୁ ପଡେ ତେବେ ଲୋକ ବାଇକ୍‌/ସ୍କୁଟି କିମ୍ବା ବସ, କ୍ୟାବରେ ଯାତାୟତ କରିଥାନ୍ତି। କିନ୍ତୁ ତେଲଙ୍ଗାନାରେ ଜଣେ ମଦ୍ୟପ ଚାଲି ଚାଲି ଥକିଯିବାରୁ ଏମିତି କିଛି କାମ କରିଛନ୍ତି ଯାହାକୁ ଯେ କେହି ବି ଶୁଣିଲେ ତାଜୁବ ହୋଇଯିବ ।

ମଦ୍ୟପ ଜଣକ ଚାଲିଚାଲି ଥକିଯିବାକରୁ ବସ, ଟ୍ରେନ କିମ୍ବା କ୍ୟାବ ସେବା ନେବା ପରିବର୍ତ୍ତେ ସିଧାସଳଖ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ଆଉ ତା’ପରେ ଯାହା କହିଥିଲେ ସେ ସବୁ ଶୁଣିଲେ ତାଜୁବ ହୋଇଯିବେ। ଫୋନ କରି ସେ ଆମ୍ବୁଲାନ୍ସ କର୍ମଚାରୀଙ୍କୁ କହିଥିଲେ, ‘ମୋର ଆଉ ବଳ ପାଉନି, ମୁଁ ଆଉ ଚାଲିପାରୁ ନାହିଁ। ଭୁବନାଗିରିକୁ ଶୀଘ୍ର ଗାଡି ପଠାନ୍ତୁ। ମୋତେ ଟିକେ ଲିଫ୍ଟ ଦିଅନ୍ତୁ’। ଏତିକି କହି ସେ ସାଙ୍ଗେ ସାଙ୍ଗେ କଲ୍‌ କାଟି ଦେଇଥିଲେ।

ସୂଚନାଥାଉ କି, ତେଲଙ୍ଗାନାର ଭୁବନାଗିରି ଜିଲାରୁ ଏଭଳି ଘଟଣା ଦେଖିବାକୁ ମିଳିଛି । ମଦ୍ୟପ ଜଣକ ହେଲେ ରମେଶ । ହଠାତ୍‌ ସେ ଗୋଟିଏ ସରକାରୀ ଆମ୍ବୁଲାନ୍ସକୁ ଫୋନ କରି ଡାକିଥିଲେ । କଲ୍‌ କାଟିବା ପରେ ମଦ୍ୟପଙ୍କ କଲକୁ ଜରୁରୀକାଳୀନ ଭାବେ ବିଚାର କରି କଲ ପାଇଥିବା କର୍ମଚାରୀ ତୁରନ୍ତ ଫୋନରେ ସୂଚନା ଦିଆଯାଇଥିବା ସ୍ଥାନକୁ ଆମ୍ବୁଲାନ୍ସ ପଠାଇଥିଲେ । ଘଟଣାସ୍ଥଳରେ ପହଞ୍ଚିବା ପରେ ଯେତେବେଳେ ଆମ୍ବୁଲାନ୍ସ କର୍ମଚାରୀମାନେ ପୁନର୍ବାର ରମେଶଙ୍କୁ ଫୋନ କରିଥିଲେ। ରମେଶ ସାଙ୍ଗେ ସାଙ୍ଗେ ଆସି ଗାଡି ପାଖରେ ପହଞ୍ଚିଥିଲେ। ପରେ କର୍ମଚାରୀଜଣକ ତାଙ୍କୁ ଡାକିବାର କାରଣ ପଚାରିଥିଲେ। ଉତ୍ତରରେ ରମେଶ କହିଥିଲେ, ମୋ ଘର ଜଙ୍ଗୋନ ଜିଲାରେ । ଭୁବନଗିରରୁ ସେଠାକୁ ଯିବା କଷ୍ଟକର। ରାତି ବି ବହୁତ ହେଲାଣି। ଯିବା ପାଇଁ ବସ, ଟ୍ୟାକ୍ସି କିମ୍ବା ଅନ୍ୟ କୌଣସି ଗାଡି ଖୋଜିବାକୁ ମୁଁ ସକ୍ଷମ ନୁହେଁ । ମୋତେ କିଛି ନ ହେଲେ ଜନଗାଁ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ନତୁବା ମୁଁ ବେହୋସ ହୋଇଯିବି।

ରମେଶଙ୍କ କଥା ଶୁଣି ଆମ୍ବୁଲାନ୍ସ କର୍ମଚାରୀ ତାଜୁବ ହୋଇଯାଇଥିଲେ। ପରେ ତାଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ଆମ୍ବୁଲାନ୍ସ ସେବା କେବଳ ଜରୁରୀକାଳୀନ ରୋଗୀଙ୍କ ପାଇଁ। ଏଥିରେ କାହାକୁ ଲିଫ୍ଟ ଦିଆଯାଇ ନ ଥାଏ। କର୍ମଚାରୀମାନେ ଯେତେ ବୁଝାଇଲେ ବି ରମେଶ ଥିଲେ ନଛୋଡବନ୍ଧା। ସେ ବାରମ୍ବାର ତାଙ୍କ କଥା ଦୋହରାଇବାକୁ ଲାଗିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri