ବିନା ଲାଇସେନ୍ସରେ ଚାଲିଥିଲା ମେଡ଼ିସିନ ଦୋକାନ, ଚଢ଼ାଉ କଲା ଡ୍ରଗ୍ସ ବିଭାଗ

ଖୋର୍ଦ୍ଧା,୧୬।୧(ପ୍ରଭାତ ପାଣିଗ୍ରାହୀ): ବାଣପୁର ବଜାରରେ ବିନା ଲାଇସେନ୍ସରେ ବେଧଡକ ଭାବେ ଦୀର୍ଘ ବର୍ଷଧରି ଚାଲିଥିଲା ବେଆଇନ ଔଷଧ ଦୋକାନ ଚାଲିଥିବା ବେଳେ ଡ୍ରଗ୍ସ ବିଭାଗ ପକ୍ଷରୁ ଆଜି କଡାକଡି ଯାଞ୍ଚ କରାଯାଇଛି । ଏଲୋପ୍ୟାଥି, ହୋମିଓପ୍ୟାଥୀ ସହ ଆୟୁର୍ବେଦିକ ଔଷଧ ଗ୍ରାହକଙ୍କୁ ବିକ୍ରିକରି ମାଲେମାଲ ହେଉଥିଲେ ବ୍ୟବସାୟୀ । ଖବରପାଇ ଆଜି ଖୋର୍ଦ୍ଧା ଓ ଭୁବନେଶ୍ୱରରୁ ୪ ଜଣିଆ ଡ୍ରଗ୍ସ ସ୍କ୍ୱାଡ଼ ଆସି ଚଢାଉ କରିଛି ।

ଦୀର୍ଘ ୬ ଘଣ୍ଟାର ଛାନଭିନ ପରେ ୬୦ ରୁ ୬୫ ପ୍ରକାରର ଏଲୋପ୍ୟାଥୀ ଔଷଧ ସହ ହୋମିଓପ୍ୟାଥୀ ବି ଜବତ କରିଛି ସ୍କ୍ୱାଡ଼ । ଏଥିସହିତ ବାସଭବରେ ମଧ୍ୟ ଚଢ଼ାଉ କରିଥିଲା ଡ୍ରଗ୍ସ ବିଭାଗ । ବିପୁଳ ପରିମାଣର ଔଷଧକୁ ଜବତ କରିବା ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଔଷଧ ଓ କାଗଜ ପତ୍ରର ଯାଞ୍ଚ ଜାରି ରହିଛି । ଏହି ଘଟଣାରେ ଏକ ମାମଲା ରୁଜୁ ହେଵ ଏବଂ କୋଉଠୁ ଔଷଧ ଆସୁଛି କିଏ ଦେଉଛି ତାର ମଧ୍ୟ ଯାଞ୍ଚ କରାଯିବ ବୋଲି ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର କହିଛନ୍ତି । ବାଣପୁର ପୋଲିସ ଓ ମାଜିଷ୍ଟ୍ରେଟ ଭାବରେ ବାଣପୁର ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ୩ ଜଣ ଡ୍ରଗ ଇନ୍ସପେକ୍ଟରଙ୍କ ସହ ଆସିଷ୍ଟାଣ୍ଟ ଡ୍ରଗ କଣ୍ଟ୍ରୋଲର ଚଢ଼ାଉ କରିଥିଲେ ।

 

Dharitri – Odisha’s No.1 Odia Daily