ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ ଆମଦାନୀ କରିବାର କ୍ଷମତାକୁ ପ୍ରଭାବିତ କରିଛି। ଫଳସ୍ବରୂପ, ସ୍ଥାନୀୟ ଔଷଧ ଉତ୍ପାଦନକାରୀମାନେ ସେମାନଙ୍କର ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଔଷଧ ଏବଂ ଚିକିତ୍ସା ଉପକରଣର ଅଭାବ ଯୋଗୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ପାରୁ ନାହାନ୍ତି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହୃଦୟ, କର୍କଟ ଏବଂ କିଡନୀ ସମେତ ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ଆନାସ୍ଥେଟିକ୍ସର ଷ୍ଟକ ଦୁଇ ସପ୍ତାହରୁ କମ ରହିଛି। ଏହି ପରିସ୍ଥିତି ପାକିସ୍ତାନର ଡାକ୍ତରଖାନାଗୁଡ଼ିକରେ ଲୋକେ ଚାକିରି ହରାଇ ବାର ଆଶଙ୍କା ମଧ୍ୟ ଉପୁଜିଛି। ଡ୍ରଗ ଉତ୍ପାଦନକାରୀମାନେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସଙ୍କଟ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ବାଣିଜି୍ୟକ ବ୍ୟାଙ୍କଗୁଡିକ ଆମଦାନୀ ପାଇଁ ନୂତନ କ୍ରେଡିଟ ପ୍ରଦାନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ପାକିସ୍ତାନ ଔଷଧ ଉତ୍ପାଦନ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ। ପ୍ରାୟ ୯୫ ପ୍ରତିଶତ ଔଷଧ ପାଇଁ କମ୍ପାନୀମାନେ ଭାରତ ଏବଂ ଚାଇନା ସମେତ ଅନ୍ୟ ଦେଶରୁ କଞ୍ଚାମାଲ ଆବଶ୍ୟକ କରିଥାନ୍ତି। ଅଧିକାଂଶ ଔଷଧ ଉତ୍ପାଦନକାରୀଙ୍କ ପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଡଲାର ଅଭାବ ହେତୁ କରାଚି ବନ୍ଦରରେ ଆମଦାନୀ ସାମଗ୍ରୀ ବନ୍ଦ ହୋଇଯାଇଛି। ଇନ୍ଧନ ମୂଲ୍ୟ ଏବଂ ପରିବହନ ଶୁଳ୍କ ବୃଦ୍ଧି ଏବଂ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ଔଷଧ ଉତ୍ପାଦନ ଖର୍ଚ୍ଚ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ଔଷଧ ଉତ୍ପାଦନ ଶିଳ୍ପ କହିଛି।

ସାମ୍ପ୍ରତିକ ପରିସ୍ଥିତିରେ ପାକିସ୍ତାନ ମେଡିକାଲ ଆସୋସିଏଶନ ସରକାରଙ୍କ ହସ୍ତକ୍ଷେପ ଲୋଡିଛି। ତେବେ ତୁରନ୍ତ ପଦକ୍ଷେପ ନେବା ପରିବର୍ତ୍ତେ ଅଧିକାରୀମାନେ ଅଭାବର ପରିମାଣ ଆକଳନ କରିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନର ପଞ୍ଜାବର ଡ୍ରଗ ଡିଲରମାନେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଜାଣିବା ପାଇଁ ସରକାରୀ ସର୍ଭେ ଦଳ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଖୁଚୁରା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ଯେ କିଛି ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଅଧିକାଂଶ ଗ୍ରାହକଙ୍କୁ ପ୍ରଭାବିତ କରୁଛି। ଏହି ଔଷଧଗୁଡ଼ିକ ମଧ୍ୟରେ ପାନାଡୋଲ, ଇନସୁଲିନ, ବ୍ରୁଫେନ, ଡିସପ୍ରିନ, କାଲପୋଲ, ଟେଗ୍ରାଲ, ନିମସୁଲାଇଡ, ହେପାମେରଜ, ବସ୍କୋପାନ ଏବଂ ରିଭୋଟ୍ରିଲ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଦ ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ ଆରମ୍ଭରେ ପାକିସ୍ତାନ ଫାର୍ମାସ୍ୟୁଟିକାଲ ଉତ୍ପାଦନକାରୀ ସଂଘ (ପିପିଏମଏ) ର କେନ୍ଦ୍ରୀୟ ଅଧ୍ୟକ୍ଷ ସୟଦ ଫାରୁକ ବୁଖାରୀ କହିଥିଲେ ଯେ ଫାର୍ମାସ୍ୟୁଟିକାଲ ଉତ୍ପାଦନର ୨୦-୨୫ ପ୍ରତିଶତ ବର୍ତ୍ତମାନ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri