ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ ବୈଦେଶିକ ମୁଦ୍ରା ଭଣ୍ଡାରର ଅଭାବ ପାକିସ୍ତାନର ଘରୋଇ ଉତ୍ପାଦନରେ ବ୍ୟବହୃତ ଅତ୍ୟାବଶ୍ୟକ ଔଷଧ କିମ୍ବା ସକ୍ରିୟ ଫାର୍ମାସ୍ୟୁଟିକାଲ ଉପାଦାନ ଆମଦାନୀ କରିବାର କ୍ଷମତାକୁ ପ୍ରଭାବିତ କରିଛି। ଫଳସ୍ବରୂପ, ସ୍ଥାନୀୟ ଔଷଧ ଉତ୍ପାଦନକାରୀମାନେ ସେମାନଙ୍କର ଉତ୍ପାଦନ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଔଷଧ ଏବଂ ଚିକିତ୍ସା ଉପକରଣର ଅଭାବ ଯୋଗୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ପାରୁ ନାହାନ୍ତି।

ପାକିସ୍ତାନ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହୃଦୟ, କର୍କଟ ଏବଂ କିଡନୀ ସମେତ ସମ୍ବେଦନଶୀଳ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ଆନାସ୍ଥେଟିକ୍ସର ଷ୍ଟକ ଦୁଇ ସପ୍ତାହରୁ କମ ରହିଛି। ଏହି ପରିସ୍ଥିତି ପାକିସ୍ତାନର ଡାକ୍ତରଖାନାଗୁଡ଼ିକରେ ଲୋକେ ଚାକିରି ହରାଇ ବାର ଆଶଙ୍କା ମଧ୍ୟ ଉପୁଜିଛି। ଡ୍ରଗ ଉତ୍ପାଦନକାରୀମାନେ ସ୍ବାସ୍ଥ୍ୟ ବ୍ୟବସ୍ଥାରେ ସଙ୍କଟ ପାଇଁ ଆର୍ଥିକ ବ୍ୟବସ୍ଥାକୁ ଦାୟୀ କରିଛନ୍ତି। ବାଣିଜି୍ୟକ ବ୍ୟାଙ୍କଗୁଡିକ ଆମଦାନୀ ପାଇଁ ନୂତନ କ୍ରେଡିଟ ପ୍ରଦାନ କରୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି।

ପାକିସ୍ତାନ ଔଷଧ ଉତ୍ପାଦନ ଆମଦାନୀ ଉପରେ ଅତ୍ୟଧିକ ନିର୍ଭରଶୀଳ। ପ୍ରାୟ ୯୫ ପ୍ରତିଶତ ଔଷଧ ପାଇଁ କମ୍ପାନୀମାନେ ଭାରତ ଏବଂ ଚାଇନା ସମେତ ଅନ୍ୟ ଦେଶରୁ କଞ୍ଚାମାଲ ଆବଶ୍ୟକ କରିଥାନ୍ତି। ଅଧିକାଂଶ ଔଷଧ ଉତ୍ପାଦନକାରୀଙ୍କ ପାଇଁ ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଡଲାର ଅଭାବ ହେତୁ କରାଚି ବନ୍ଦରରେ ଆମଦାନୀ ସାମଗ୍ରୀ ବନ୍ଦ ହୋଇଯାଇଛି। ଇନ୍ଧନ ମୂଲ୍ୟ ଏବଂ ପରିବହନ ଶୁଳ୍କ ବୃଦ୍ଧି ଏବଂ ପାକିସ୍ତାନୀ ଟଙ୍କାର ମୂଲ୍ୟ ହ୍ରାସ ଔଷଧ ଉତ୍ପାଦନ ଖର୍ଚ୍ଚ କ୍ରମାଗତ ଭାବେ ବୃଦ୍ଧି ପାଉଛି ବୋଲି ଔଷଧ ଉତ୍ପାଦନ ଶିଳ୍ପ କହିଛି।

ସାମ୍ପ୍ରତିକ ପରିସ୍ଥିତିରେ ପାକିସ୍ତାନ ମେଡିକାଲ ଆସୋସିଏଶନ ସରକାରଙ୍କ ହସ୍ତକ୍ଷେପ ଲୋଡିଛି। ତେବେ ତୁରନ୍ତ ପଦକ୍ଷେପ ନେବା ପରିବର୍ତ୍ତେ ଅଧିକାରୀମାନେ ଅଭାବର ପରିମାଣ ଆକଳନ କରିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନର ପଞ୍ଜାବର ଡ୍ରଗ ଡିଲରମାନେ କହିଛନ୍ତି ଯେ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଜାଣିବା ପାଇଁ ସରକାରୀ ସର୍ଭେ ଦଳ ଏହି ଅଞ୍ଚଳ ପରିଦର୍ଶନ କରିଛନ୍ତି। ଖୁଚୁରା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ଯେ କିଛି ସାଧାରଣ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ଔଷଧର ଅଭାବ ଅଧିକାଂଶ ଗ୍ରାହକଙ୍କୁ ପ୍ରଭାବିତ କରୁଛି। ଏହି ଔଷଧଗୁଡ଼ିକ ମଧ୍ୟରେ ପାନାଡୋଲ, ଇନସୁଲିନ, ବ୍ରୁଫେନ, ଡିସପ୍ରିନ, କାଲପୋଲ, ଟେଗ୍ରାଲ, ନିମସୁଲାଇଡ, ହେପାମେରଜ, ବସ୍କୋପାନ ଏବଂ ରିଭୋଟ୍ରିଲ ଇତ୍ୟାଦି ଅନ୍ତର୍ଭୁକ୍ତ ।

ଦ ଏକ୍ସପ୍ରେସ ଟ୍ରିବ୍ୟୁନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଜାନୁଆରୀ ଆରମ୍ଭରେ ପାକିସ୍ତାନ ଫାର୍ମାସ୍ୟୁଟିକାଲ ଉତ୍ପାଦନକାରୀ ସଂଘ (ପିପିଏମଏ) ର କେନ୍ଦ୍ରୀୟ ଅଧ୍ୟକ୍ଷ ସୟଦ ଫାରୁକ ବୁଖାରୀ କହିଥିଲେ ଯେ ଫାର୍ମାସ୍ୟୁଟିକାଲ ଉତ୍ପାଦନର ୨୦-୨୫ ପ୍ରତିଶତ ବର୍ତ୍ତମାନ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri