ଚାଷୀଙ୍କୁ ଘାରିଲା ମରୁଡ଼ି ଚିନ୍ତା

ବରଗଡ଼,୨୯।୮(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କୁ ସମସ୍ୟା ପିଛା ଛାଡୁନାହିଁ। ଚଳିତ ଖରିଫ ଋତୁରେ ଏପର୍ଯ୍ୟନ୍ତ ସ୍ବାଭାବିକ ପରିମାଣଠାରୁ ଜିଲାରେ କମ୍‌ ବୃଷ୍ଟିପାତ ହୋଇଛି। ଫଳରେ ଜିଲାରେ ପୁଣି ମରୁଡ଼ି ଆଶଙ୍କା ପ୍ରକାଶ ପାଇଛି। ଏଭଳି ଆଶଙ୍କା କରି  ଜିଲାର ବାରପାହାଡ଼ କୃଷକ ସଙ୍ଗଠନ ଜିଲାପାଳ ଜିଲାପାଳ ମୋନିଷା ବାନାର୍ଜୀଙ୍କୁ ଫେରାଦ ହୋଇଛି। ଜିଲାପାଳ ବାନାର୍ଜୀଙ୍କ ଉଦ୍ଦେଶ୍ୟରେ ସଙ୍ଗଠନ ଦେଇଥିବା ସ୍ମାରକପତ୍ରକୁ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଗ୍ରହଣ କରିଥିଲେ।
ଅମ୍ବାଭୋନା ବ୍ଲକର ଗୋଟିଏ ପାର୍ଶ୍ୱ ଜଙ୍ଗଲ ପାହାଡ଼ ଘେରା ହୋଇଥିବାବେଳେ ଅନ୍ୟପଟେ ମହାନଦୀ, ହୀରାକୁଦ ଜଳଭଣ୍ଡାର ରହିଛି। କିନ୍ତୁ ଏହି ବ୍ଲକ ଅଞ୍ଚଳର ଚାଷଜମିକୁ ଜଳଭଣ୍ଡାର ପାଣି ମାଡ଼ୁ ନ ଥିବାବେଳେ କିଛିବର୍ଷ ହେଲା ଠିକ୍‌ ଭାବେ ବୃଷ୍ଟିପାତ ହେଉନାହିଁ। ପ୍ରତି ଦୁଇ ତିନି ବର୍ଷ ବ୍ୟବଧାନରେ ମରୁଡ଼ି ହେଉଛି। ୨୦୨୧ ଖରିଫ ଋତୁରେ ଉକ୍ତ ବ୍ଲକ ସମ୍ପୂର୍ଣ୍ଣ ମରୁଡ଼ି ପ୍ରଭାବିତ ହୋଇଥିଲା। କିନ୍ତୁ ଚାଷୀମାନଙ୍କୁ ମରୁଡ଼ି କିମ୍ବା ଫସଲ ବୀମା ସହାୟତା ମିଳି ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।
ଅନ୍ୟପଟେ ଏଥର ପାଣିପାଗକୁ ଭରସା କରି ସେମାନେ ଚାଷକାର୍ଯ୍ୟ କରିଛନ୍ତି। କିନ୍ତୁ ବର୍ତ୍ତମାନ ଦୁର୍ବଳ ମୌସୁମୀ ଚାଷୀଙ୍କ ପାଇଁ ପୁଣି ଚିନ୍ତାର କାରଣ ପାଲଟିଛି। ଜୁନ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୨୦୫.୬ ମି.ମି ଥିବାବେଳେ ମାତ୍ର ୧୮୮ ମି.ମି ବୃଷ୍ଟିପାତ ହୋଇଛି। ସେହିପରି ଜୁଲାଇରେ ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୯୭.୨ ମି.ମି। ହେଲେ ଏହି ମାସରେ ଜିଲାରେ ୨୯୮ ମି.ମି ବୃଷ୍ଟିପାତ ହୋଇଛି। ଅଗଷ୍ଟ ମାସରେ ଜିଲାର ସ୍ବାଭାବିକ ବୃଷ୍ଟିପାତ ପରିମାଣ ୩୭୪.୪ମି.ମି ହୋଇଥିବାବେଳେ ଚଳିତ ମାସ ଏପର୍ଯ୍ୟନ୍ତ ୨୦୧ ମି.ମି ବୃଷ୍ଟିପାତ ହୋଇଛି। ଏଭଳି ଭାବେ ୩ ମାସରେ ଜିଲାରେ ୯୭୭.୨ ମି.ମି ବୃଷ୍ଟିପାତ ହେବା ସ୍ଥଳେ ୬୮୭ ମି.ମି ବୃଷ୍ଟିପାତ ହୋଇଛି।
ସ୍ବାଭାବିକ ପରିମାଣଠାରୁ ୩୦ପ୍ରତିଶତ କମ୍‌ ବୃଷ୍ଟିପାତ ହୋଇଥିବା ଯୋଗୁ ଜିଲାରେ ଆସନ୍ନ ମରୁଡ଼ି ସ୍ଥିତି ଉପୁଜିଛି। ଏହାକୁ ନେଇ ଚାଷୀମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଏଭଳି ସ୍ଥିତିରେ ଫସଲ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଜମିକୁ ଜଳଯୋଗାଣ ବ୍ୟବସ୍ଥା କରିବାକୁ କୃଷକ ସଙ୍ଗଠନ ଦାବି କରିଛି। ନିରବଚ୍ଛିନ୍ନ ଭାବେ ବିଦ୍ୟୁତ ଯୋଗାଇବା ସହିତ ଅଚଳ ଉଠାଜଳସେଚନ ପ୍ରକଳ୍ପଗୁଡ଼ିକୁ ସଚଳ କରାଯିବା, ମେଗା ଜଳସେଚନ ପ୍ରକଳ୍ପକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇ ଅଧିକରୁ ଅଧିକ ଜମିକୁ ପାଣି ମଡ଼ାଇବା ବ୍ୟବସ୍ଥା କରିବା, ରିହାତିରେ ଡିଜେଲ ପମ୍ପ ଏବଂ ଡିଜେଲ ଯୋଗାଇ ଦେବାକୁ ବାରପାହାଡ଼ କୃଷକ ସଙ୍ଗଠନ ସଭାପତି ଇଶାନ ଚନ୍ଦ୍ର ଭୋଇ, ସମ୍ପାଦକ ଅଭିମନ୍ୟୁ ପ୍ରଧାନ, ଅର୍ଜୁନ ସା, ପଞ୍ଚାନନ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri