Posted inରାଜ୍ୟ

ପୁଣି ମେଣ୍ଡୁଲି ଦେଲେ ବଡ଼ ଡାକରା, ୧୫ରୁ…

ଭୁବନେଶ୍ୱର,୧୩।୭: ଡ୍ରାଇଭର ଆନ୍ଦୋଳନକୁ ନେଇ ଆସିଲା ଆଉ ଏକ ବଡ଼ ଖବର । ଆହୁରି ଜୋରଦାର ହେବ ଡ୍ରାଇଭର ଆନ୍ଦୋଳନ । ୧୫ରୁ ଆନ୍ଦୋଳନକୁ ଜୋରଦାର କରିବ ଡ୍ରାଇଭର ସଂଘ । ଆନ୍ଦୋଳନ ଜୋରଦାର ପାଇଁ ଆହ୍ବାନ ଦେଲେ ସଭାପତି । ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବାକୁ ଆହ୍ବାନ । ଭିଡିଓ ବାର୍ତ୍ତା ଦେଲେ ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । କହିଛନ୍ତି, ସରକାର ଡ୍ରାଇଭରଙ୍କୁ ଅଣଦେଖା କରୁଛନ୍ତି । ଏବେ କର ବା ମର ସ୍ଥିତି କହି ଆହ୍ବାନ କଲେ ପ୍ରଶାନ୍ତ ମେଣ୍ଡୁଲି । ମେଣ୍ଡୁଲିଙ୍କୁ ପୋଲିସ ଖୋଜୁଥିବା ବେଳେ ପୁଣି ଆନ୍ଦୋଳନ ଧମକ ଦେଇଛନ୍ତି ମେଣ୍ଡୁଲି ।

ଡ୍ରାଇଭର ଆନ୍ଦୋଳନକୁ ଲାଗିଛି ଶକ୍ତ ଝଟକା । ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ରାଜ୍ୟ ଡ୍ରାଇଭର ମହାସଂଘ କୋଷାଧ୍ୟକ୍ଷ ଆଦିତ୍ୟ ପ୍ରସାଦ ବେହେରାଙ୍କୁ ବାନ୍ଧିଲା ପୋଲିସ । ଡ୍ରାଇଭରମାନେ ଧର୍ମଘଟ ଆଳରେ ବିଭିନ୍ନ ସ୍ଥାନରେ ବିଶୃଙ୍ଖଳା କରୁଛନ୍ତି ଏବଂ ଅନ୍ୟ ଡ୍ରାଇଭରମାନଙ୍କୁ ମାରଧର ଏବଂ ଧମକାଉଛନ୍ତି ବୋଲି ଭୁବନେଶ୍ବର ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲା ମିନିଟ୍ରକ ମାଲିକ ସଂଘ ।

ଆନ୍ଦୋଳନକାରୀ ଡ୍ରାଇଭରମାନଙ୍କ ଉଦ୍ଦେଶ୍ୟରେ କୌଣସି ଏକ ଅଜଣା ସ୍ଥାନରୁ ଭିଡିଓ ବାର୍ତ୍ତା ପଠାଇଛନ୍ତି ପ୍ରଶାନ୍ତ । ଯେଉଁ ଭିଡିଓରେ ସେ କୋହଭରା କଣ୍ଠରେ କଥା କହିଛନ୍ତି । ଡ୍ରାଇଭରମାନଙ୍କୁ ଅପିଲ କରିଛନ୍ତି ଯେ ରାସ୍ତାରେ ଯାଉଥିବା କୌଣସି ଗାଡ଼ିକୁ ଅଟକାନ୍ତୁନି । ଗାଡ଼ି ନେଇ ଆସୁଥିବା ଚାଳକମାନଙ୍କୁ ହଇରାଣ କରନ୍ତୁ ନାହିଁ । କାହାକୁ ବିରୋଧ କରି ପୋଲିସ କେସ ଖାଇବା ନାହିଁ ବୋଲି ପ୍ରଶାନ୍ତ କହିଛନ୍ତି । କିନ୍ତୁ ଡ୍ରାଇଭର ସଂଘ ନିଜ ଦାବିରେ ଅଟଳ ଅଛି, ଏବଂ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁ ରଖିବାକୁ ସେ ଅନୁରୋଧ କରିଛନ୍ତି ।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛନ୍ତି । ଓଡ଼ିଶା-ଛତିଶଗଡ଼ ସୀମା ଗୋଡଦ୍ଭଞ୍ଜା ଗୋଲେଇ ଛକଠାରେ ଡ୍ରାଇଭରମାନେ ଆନ୍ଦୋଳନ କରୁଥିବା ବେଳେ ସେମାନଙ୍କୁ ସମର୍ଥନ ଜଣାଇଛି ଛତିଶଗଡ଼ର ଡ୍ରାଇଭର ସଂଘ । ଏହି ଧର୍ମଘଟ ଫଳରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗଠନ ହେଲା ୩ ବଡ଼ ରାଜଯୋଗ: କେବଳ ଏହି ୩ ରାଶିଙ୍କର ଫାଇଦା ହିଁ ଫାଇଦା, ଭାଗ୍ୟରେ ଲାଗିଲା ଲଟେରୀ

ଅକ୍ଟୋବର ମାସ ଆରମ୍ଭ ହେବା ସହିତ ଗ୍ରହ-ନକ୍ଷତ୍ରଙ୍କ ଚଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

ଖେମୁଣ୍ଡି ବ୍ୟବସାୟୀ ସଂଘ ପକ୍ଷରୁ ନୋ – ୟୁପିଆଇ ଡେ ପାଳନ : ଦିଗପହଣ୍ଡି ରେ ବିକ୍ଷୋଭ ଓ ପ୍ରତିବାଦ ଶୋଭାଯାତ୍ରା

ଦିଗପହଣ୍ଡି,୨|୧୦(ଅଶେଷ ନାଥ ମିଶ୍ର): ସମଗ୍ର ଦେଶରେ ଚଳିତ ମାସ ୧୫ ତାରିଖରୁ ସରକାରୀ ସମର୍ଥିତ ଡିଜିଟାଲ ପେମେଣ୍ଟ ( ୟୁପିଆଇ) ସିଷ୍ଟମ କାରବାରରେ ପରିବର୍ତ୍ତନ ଓ ନୂଆ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ: ୩ ରାଶି ପାଇଁ ଶୁଭ ସଙ୍କେତ, ପ୍ରବଳ ଧନ ଯୋଗ ସହ ବ୍ୟବସାୟରେ ହେବେ ମାଲାମାଲ

ଭୁବନେଶ୍ୱର: ଶାରଦୀୟ ନବରାତ୍ରି ଚାଲିଥିବା ସମୟରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ହେବାକୁ ଯାଉଛି। ଜ୍ୟୋତିଷ ଦୃଷ୍ଟିରୁ ଏହି ଗୋଚରକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ୧୭…

Baba Venga Prediction: ଆଗାମୀ ୧୫ ଦିନରେ ୫ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସି ଖବର

ଜ୍ୟୋତିଷ ଏବଂ ଭବିଷ୍ୟବାଣୀରେ ରୁଚି ରଖୁଥିବା ଲୋକଙ୍କ ପାଇଁ ଆଗାମୀ ୧୫ ଦିନ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଲୋକପ୍ରିୟ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ଏହି…

ବିଭିନ୍ନ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ

ଦାରିଙ୍ଗବାଡ଼ି,୨ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?