ବଲାଙ୍ଗୀର,୧୧ା୭(ସୁନୀଲ କୁମାର ମହାନ୍ତି): ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଚାଲିଥିବାବେଳେ ଟ୍ରକ୍ ଚଳାଇବାରୁ ଭଇଁଷାପାଲି ଟୋଲ୍ ଗେଟ୍ଠାରେ ଜଣେ ଡ୍ରାଇଭରଙ୍କୁ ଆନ୍ଦୋଳନରତ କେତେଜଣ ଡ୍ରାଇଭର ସଂଘବଦ୍ଧ ଆକ୍ରମଣ କରି ମାଡ଼ ମାରିଥିବା ପୁଇଁତଳା ଥାନାରେ ଗୁରୁବାର ଅଭିଯୋଗ ହୋଇଥିଲା। ବଲାଙ୍ଗୀର ଜିଲା ପୁଇଁତଳା ଥାନା ଭାଲେର ଗାଁର ଡ୍ରାଇଭର ମନୋଜ ବଗର୍ତ୍ତି (୨୭) ସୋନପୁର ଜିଲାର ଶରଧାପାଲି ଇଥାନଲ ପ୍ଳାଣ୍ଟରୁ ଏକ ଟ୍ରକ ଚଲାଇ ବଲାଙ୍ଗୀର ଅଭିମୁଖେ ଆସୁଥିବାବେଳେ ତାଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ଆକ୍ରମଣ କରିଥିଲେ। ଏହି ମାମଲାରେ ପୋଲିସ ଶୁକ୍ରବାର ମାଡ଼ ମାରିଥିବା ୮ ଜଣ ଡ୍ରାଇଭରଙ୍କୁ ଗିରଫ କରିଥିବା ପୁଇଁନ୍ତଲା ଥାନାଧିକାରିଣୀ ଅନିତା ପ୍ରଧାନ ସୂଚନା ଦେଇଛନ୍ତି।


