ଅଚଳ ପଡ଼ିଛି ୨ ପାନୀୟ ଜଳ ପ୍ରକଳ୍ପ

ନବରଙ୍ଗପୁର,୧୬।୫(ବି.ପ୍ର.): ଜଳ ହିଁ ଜୀବନ। ପ୍ରତି ଗାଁକୁ ଲୋକଙ୍କ ପାଇଁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବାକୁ ରାଜ୍ୟ ଓ କେନ୍ଦ୍ର ସରକାର ବ୍ୟାପକ ଅନୁଦାନ ଯୋଗାଉଛନ୍ତି । ଏନେଇ ଅନେକ ଯୋଜନା ମଧ୍ୟ ରହିଛି। ତେବେ ବୈଷୟିକ ତ୍ରୁଟି ଓ ଲାଭଖୋର ଠିକା କାମ ଯୋଗୁ ଯୋଜନା ଫେଲ୍‌ ମାରୁଛି। ଲୋକେ ପାଇପ୍‌ ପାଣି ଟୋପାଏ ପାଇ ପାରୁନାହାନ୍ତି। ଏଭଳି ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ସଦର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ଅଧୀନ ବାଙ୍ଗାପାଲି ରାଜସ୍ବ ଗାଁରେ।
ବାଙ୍ଗାପାଲି ଗାଁ ପଞ୍ଚାୟତର ୮ ନମ୍ବର ୱାର୍ଡ। ଏଠାରେ ଘରସଂଖ୍ୟା ୨୦୦ ଓ ଜନସଂଖ୍ୟା ୭୦୦ରୁ ଅଧିକ ହେବ। ଗାଁରେ ୪ଟି ନଳକୂପ ରହିଛି। ସେଥିମଧ୍ୟରୁ ଗୋଟିଏ ନଳକୂପ ପାଣି ପିଇବା ଉପଯୋଗୀ ହୋଇ ପାରୁନାହିଁ। ଏନେଇ ତାହାକୁ ଢାଙ୍କୁଣୀ ଦେଇ ବନ୍ଦ କରିଦିଆଯାଇଛି। ଅନ୍ୟ ୩ ନଳକୂପ ପାଣି ସମସ୍ତଙ୍କ ପାଇଁ ଯଥେଷ୍ଟ ହେଉନାହିଁ। ଗାଁ ପାଖରେ ୩ଟି ପୋଖରୀ ରହିଛି। ସେଥିରୁ ଗୋଟିଏ ପୋଖରୀ ଶୁଖିଲା। ଗୃହପାଳିତ ପ୍ରାଣୀ ଓ ଗାଁ ଲୋକ ଗାଧୋଇବା ପାଇଁ ଉକ୍ତ ପୋଖରୀରେ ଗୋଟିଏ ତୁଠ। ୨ ବର୍ଷ ହେବ ଗାଁର ଉପର ମୁଣ୍ଡ ଓ ତଳମୁଣ୍ଡକୁ ଦୁଇଟି ସୋଲାର ପ୍ରକଳ୍ପ ମାଧ୍ୟମରେ ପାଇପ ପାଣି ଯୋଗାଇବା ପାଇଁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଗୋଟିଏ ପ୍ରକଳ୍ପ ପଞ୍ଚାୟତ ପକ୍ଷରୁ କରାଯାଇଥିବାବେଳେ ଅନ୍ୟଟି ଗ୍ରାମ୍ୟ ଜଳଯୋଗାଣ ବିଭାଗ କରିଛି। ଗାଁରେ ସାହି ଗଳିକୁ ପାଇପ୍‌ ବିଛେଇ ଦିଆଯାଇଛି। ଜନସାଧାରଣ ପାଇପ୍‌ ପାଣି ନେବା ପାଇଁ ୨ଟି ପିଣ୍ଡିରେ ୪ଟି କନେକ୍‌ସନ ଦିଆଯାଇଛି, କିନ୍ତୁ ପିଣ୍ଡିକୁ ପାଣି ଆସୁନାହିଁ। ପ୍ରତି ଘରକୁ ପାଇପ୍‌ ପାଣି ସଂଯୋଗ ହୋଇ ପାରିନାହିଁ ବୋଲି ଗାଁର ଦୁଲାର ସିଂ ଭତରା ଓ କୈଳାସ ଭତରା କହିଛନ୍ତି। ପାଣି ସମସ୍ୟା ଉତ୍କଟ ହେବାବେଳେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବରଥାଇ ନୀରବଦ୍ରଷ୍ଟା। ଗ୍ରୀଷ୍ମଋତୁରେ ଜନସାଧାରଣଙ୍କ ପାଇଁ ପାନୀୟ ଜଳ ଅତ୍ୟାବଶ୍ୟକ ରହିଥିବାବେଳେ ଶେଷ ଆଡ଼କୁ ପ୍ରକଳ୍ପଗୁଡିକର ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାହା ଆକଳନ କରାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଦ୍ୟୁତ ସଂଯୋଗ ପରିବର୍ତ୍ତେ ସୋଲାର ମାଧ୍ୟମରେ ପ୍ରକଳ୍ପରୁ ପାଣି ଉଠାଯାଇ ଯୋଗାଇବା ପ୍ରକଳ୍ପର ଲକ୍ଷ୍ୟ ଥିଲା। ତେବେ ଠିକାଦାର ସହ ବିଭାଗର ସମନ୍ବୟ ଅଭାବ ଲାଗି ସୋଲାର ପ୍ୟାନେଲଗୁଡିକ ଖଞ୍ଜିବାର ଗୋଟିଏ ମାସ ମଧ୍ୟରେ ଖରାପ ହୋଇଗଲା। ଏହାର ମରାମତି ୱାରେଣ୍ଟି ସମୟ ସୀମା ମଧ୍ୟରେ କରାଗଲା ନାହିଁ। ସୋଲାର ପ୍ରକଳ୍ପ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପାଇଁ ସିଧାସଳଖ ରାଜ୍ୟସ୍ତରରୁ ଟେଣ୍ଡେର ହେଉଛି। ଘରୋଇ ଏଜେନ୍ସିମାନେ ନିମ୍ନମାନର ସୋଲାର ପ୍ୟାନେଲ ଖଞ୍ଜି ଦେଇ ଚାଲିଯାଉଛନ୍ତି। ସେମାନଙ୍କ ଉପରେ ଅଙ୍କୁଶ ନ ଥିବାରୁ ପ୍ରକଳ୍ପଗୁଡିକ ଅକାମୀ ହୋଇ ପଡ଼ିରହୁଛି। ଠିକାଦାର ଓ ଅଧିକାରୀଙ୍କ ମୂଲଚାଲରେ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ପାଇପ୍‌ ଯୋଗେ ପାନୀୟ ଜଳଯୋଗାଣ ଫେଲ୍‌ ମାରୁଛି। ଏନେଇ ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ଗୋଟିଏ ପ୍ରକଳ୍ପ ପଞ୍ଚାୟତ ଓ ଅନ୍ୟଟି ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କରାଯାଇଛି। ପ୍ରକଳ୍ପଗୁଡିକୁ ମରାମତି କରି ସକ୍ଷମ କରିବା ପାଇଁ ଜିଲା ପରିଷଦକୁ ଅନୁଦାନ ପାଇଁ ରିପୋର୍ଟ ପଠାଯାଇଛି। ଆସିଲେ କାମ ହେବ ବୋଲି କହିଛନ୍ତି। ସେହିଭଳି ସୋଲାର ପେନାଲଗୁଡିକ ୧ ବର୍ଷର ୱାରେଣ୍ଟି ରହୁଛି। ତାହା ଆଉ ମରାମତି ହୋଇ ପାରିବ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri