ଆଗକୁ ପ୍ରଚଣ୍ଡ ତାତି: ଗାଁ ଗାଁରେ ପାନୀୟଜଳ ସମସ୍ୟା, ଅବଧି ଶେଷ ସୁଦ୍ଧା ସରିଛି ୩୦% କାମ

ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ସବୁଠୁ ପଛୁଆ ବ୍ଲକ ଭାବରେ ପରିଚିତ ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକରେ ଅନେକ ସମସ୍ୟା ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ ଅନ୍ୟତମ । ବିଶୁଦ୍ଧ ପାନୀୟଜଳ ସକାଶେ ପୂର୍ବ ସରକାରଙ୍କ ବୃହତ ପ୍ରକଳ୍ପରୁ ଗ୍ରାମର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ ରଖି ବିପୁଳ ଅର୍ଥ ବିନିମୟରେ ହେଉଥିବା ଏହି ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଏବେଠୁ ଅନେକ ପ୍ରଶ୍ନ ଉଠୁଛି।

୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି କାମକୁ ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଏକ ହାଇଦ୍ରାବାଦି କମ୍ପାନୀ କରୁଛି। ବ୍ଲକର ଗୋପୀନାଥପୁର ଗ୍ରାମ ପଂଚାୟତ ଅଧିନସ୍ଥ କମଳାଗୁଡା ଗ୍ରାମ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଉଠେଇ ଅଡ୍ରି ଗ୍ରାମର କଲୋନୀ ପଡାରେ ପ୍ରାୟ ସାତ ଏକର ସରକାରୀ ଜମିରେ ନିର୍ମାଣ ହେଉଛି ଏହି ଯୋଜନା।

ପ୍ରକଳ୍ପରୁ ବ୍ଲକର ୧୪ଟି ଗ୍ରାମ ପଂଚାୟତର ୧୦୦ରୁ ଉର୍ଦ୍ଧ ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ଅଛି। ଅଡ୍ରି ସମେତ ମାଲିଗାଁ, ଗୋପୀନାଥପୁର, ଡ଼ୁମେରପଦର, ତାଳଝାପି, ବାଗଡିଆଣି, ବଡ଼ଛତ୍ରଙ୍ଗ, ମହୁଲପାଟଣା, ଥୁଆମୂଳ ରାମପୁର, ଗୋପାଳପୁର, ସିନ୍ଧିପଦର, ଥୁଆମୂଳ, କାଣୀଗୁମା ଏବଂ ଗୁଣୁପୁରକୁ ୧୦୫ କୋଟି ୨୪ ଲକ୍ଷ୍ୟ ଟଙ୍କା ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ଇମିଡ଼ିଏଟ ବୁଷ୍ଟର ପମ୍ପ ହାଉସ ବ୍ୟବସ୍ଥା ଅଛି।

ପ୍ରକଳ୍ପ ନିର୍ମାଣର ତିନି ବର୍ଷ ବିତିଯାଇଥିବା ବେଳେ ଗତ ନଭେମ୍ବର ମାସରେ କାର୍ଯ୍ୟ ଅବଧି ଶେଷ ହୋଇଛି। କିନ୍ତୁ ଟେଣ୍ଡରରେ ଚୁକ୍ତି ଅନୁଯାୟୀ କାମ ସରିନାହିଁ, କେବଳ ୩୦%କାମ ହୋଇଛିl ପ୍ରକାଶ ଥାଉକି ନିମ୍ନ ମାନର କାମ ଅଭିଯୋଗ ହେବା ପରେ ଏନେଇ ବିଭାଗୀୟ ଅଧିକାରୀ ଅଂଚଳକୁ ଆସି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।

ଏମିତି କି ବିଭାଗୀୟ ସହକାରୀ ଯନ୍ତ୍ରିଙ୍କ ଆଦେଶକୁ ମଧ୍ୟ ଠିକା ସଂସ୍ଥା ମାନୁ ନ ଥିବା ଅସହାୟ ମଣୁଛନ୍ତି ଖୋଦ ସହକାରୀ ଯନ୍ତ୍ରି ମନ୍ମଥ ମୁର୍ମୁ। ଆଗକୁ ଖରା ଦିନ ମାଡି ଆସୁଥିବା ବେଳେ ଠିକା ସଂସ୍ଥା ମନ ମୁତାବକ କାର୍ଯ୍ୟ କରୁଥିବା ହେତୁ ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି। ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପର ଏହି ଭଳି ଅବସ୍ଥାକୁ ବିଭିନ୍ନ ମହଲରେ ନିନ୍ଦା ହେଉଥିବା ବେଳେ ଏହାର ସ୍ଥାଇତ୍ୟକୁ ନେଇ ପ୍ରଶ୍ନ ଉଠୁଛି ।

ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୂର୍ମୁଙ୍କୁ ପଚାରିବାରୁ ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଟେଣ୍ଡର ପାଇଥିବା କମ୍ପାନୀ ବାହାର ରାଜ୍ୟ ହାଇଦ୍ରାବାଦର ଏବଂ ସେ ଏମିତି ଅନେକ କାମ ହାତକୁ ନେଇଛି ଓ ଆମ ବ୍ଲକ୍ ର କାମକୁ ଅବହେଳା କରୁଛି । ଜିଲ୍ଲାସ୍ତରୀୟ ବୈଠକରେ ଜିଲାପାଳ ମଧ୍ୟ ଅନେକଥର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଟେଣ୍ଡର ପାଇଥିବା କମ୍ପାନୀ ବେଖାତିର କରି ମନଇଚ୍ଛା କାମ କରୁଛି ବୋଲି କହିଛନ୍ତି।

ତେଣୁ ପ୍ରକଳ୍ପ କେବେ ସରିବ କେବେ ଲୋକେ ଟୋପାଏ ପାଣି ପାଇବେ ତାହା ଅନିଶ୍ଚିତା ଭିତରେ ରହିଛି। ତେଣୁ ଠିକା ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ସହ ଯଥା ସମ୍ଭବ ପ୍ରକଳ୍ପ ଶେଷ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ପୋଲିସକୁ ଧରିଲା ଅସଲି ପୋଲିସ: ଓଡ଼ିଶା ପୋଲିସ ଲେଖାଥିବା ଡ୍ରେସ୍ ପିନ୍ଧି…

ଅତାବିରା,୧୬ା୩(ଯୁଧିଷ୍ଠିର ମହାପାତ୍ର):ଅତାବିରା ଥାନା ଅନ୍ତର୍ଗତ ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ରବିବାର ନକଲି ପୋଲିସ ଭାବରେ ବୁଲୁଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ପୋଲିସ ଗିରଫ କରିଛି। ଗିରଫ ନକଲି…

ଡେପୁଟେସନ ନୁହେଁ, ସ୍ଥାୟୀ ଶିକ୍ଷକ ଦରକାର: ଆନ୍ଦୋଳନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର, ୧୬।୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନ ବିରିକୋଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ସୃଷ୍ଟି ହୋଇଥିବା…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୬।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ: ୧୦ ହଜାର କଇଁଛଙ୍କ ଗଣ ଅଣ୍ଡାଦାନ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

SCBରେ ବଡ଼ଧରଣର ଅଗ୍ନିକାଣ୍ଡ: ୧୦ ମୃତ, ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା…

ଜିଲାପାଳଙ୍କ ନିର୍ଦ୍ଦେଶ ପରେ ତତ୍ପର ହେଲା ଯୋଗାଣ ବିଭାଗ, ଗୋଟିଏ ଘରୁ ଜବତ ହେଲା ୨୧ ଗ୍ୟାସ ସିଲିଣ୍ଡର

ବରଗଡ଼,୧୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରନ୍ଧନ ଗ୍ୟାସର କଳାବଜାର ଚାଲିଥିବା ଅଭିଯୋଗ ହୋଇଛି। ତେବେ ଏଭଳି କଳାବଜାର ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲାପାଳ ଆଦିତ୍ୟ ଗୋୟଲ…

କଳିଙ୍ଗା ଘାଟିରେ କୁଆପଥର ବର୍ଷା, କିଛି ସମୟ ପାଇଁ ଠପ୍ ହେଲା ଯାତାୟତ

ଭଞ୍ଜନଗର,୧୫ା୩(ବାବୁଲା ପ୍ରଧାନ): ଗଞ୍ଜାମ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ଅଞ୍ଚଳରେ ରବିବାର ଦିନବେଳା କୁଆପଥର ସହ ପ୍ରବଳ ବର୍ଷା ହୋଇଛି । ପ୍ରାୟ ୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri