ଆଗକୁ ପ୍ରଚଣ୍ଡ ତାତି: ଗାଁ ଗାଁରେ ପାନୀୟଜଳ ସମସ୍ୟା, ଅବଧି ଶେଷ ସୁଦ୍ଧା ସରିଛି ୩୦% କାମ

ଥୁଆମୂଳ ରାମପୁର,୩।୧:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ସବୁଠୁ ପଛୁଆ ବ୍ଲକ ଭାବରେ ପରିଚିତ ଆଦିବାସୀ ଅଧୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକରେ ଅନେକ ସମସ୍ୟା ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ ଅନ୍ୟତମ । ବିଶୁଦ୍ଧ ପାନୀୟଜଳ ସକାଶେ ପୂର୍ବ ସରକାରଙ୍କ ବୃହତ ପ୍ରକଳ୍ପରୁ ଗ୍ରାମର ପ୍ରତ୍ୟେକ ଘରକୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇବା ଲକ୍ଷ ରଖି ବିପୁଳ ଅର୍ଥ ବିନିମୟରେ ହେଉଥିବା ଏହି ପ୍ରକଳ୍ପର ସ୍ଥାୟିତ୍ୱ ଉପରେ ଏବେଠୁ ଅନେକ ପ୍ରଶ୍ନ ଉଠୁଛି।

୨୦୨୨ ନଭେମ୍ବରରୁ ଆରମ୍ଭ ହୋଇଥିବା ଏହି କାମକୁ ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଏକ ହାଇଦ୍ରାବାଦି କମ୍ପାନୀ କରୁଛି। ବ୍ଲକର ଗୋପୀନାଥପୁର ଗ୍ରାମ ପଂଚାୟତ ଅଧିନସ୍ଥ କମଳାଗୁଡା ଗ୍ରାମ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଜଳ ଉଠେଇ ଅଡ୍ରି ଗ୍ରାମର କଲୋନୀ ପଡାରେ ପ୍ରାୟ ସାତ ଏକର ସରକାରୀ ଜମିରେ ନିର୍ମାଣ ହେଉଛି ଏହି ଯୋଜନା।

ପ୍ରକଳ୍ପରୁ ବ୍ଲକର ୧୪ଟି ଗ୍ରାମ ପଂଚାୟତର ୧୦୦ରୁ ଉର୍ଦ୍ଧ ଗାଁକୁ ପାଇପ ଯୋଗେ ଜଳ ଯୋଗାଣର ବ୍ୟବସ୍ଥା ଅଛି। ଅଡ୍ରି ସମେତ ମାଲିଗାଁ, ଗୋପୀନାଥପୁର, ଡ଼ୁମେରପଦର, ତାଳଝାପି, ବାଗଡିଆଣି, ବଡ଼ଛତ୍ରଙ୍ଗ, ମହୁଲପାଟଣା, ଥୁଆମୂଳ ରାମପୁର, ଗୋପାଳପୁର, ସିନ୍ଧିପଦର, ଥୁଆମୂଳ, କାଣୀଗୁମା ଏବଂ ଗୁଣୁପୁରକୁ ୧୦୫ କୋଟି ୨୪ ଲକ୍ଷ୍ୟ ଟଙ୍କା ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସହ ଇମିଡ଼ିଏଟ ବୁଷ୍ଟର ପମ୍ପ ହାଉସ ବ୍ୟବସ୍ଥା ଅଛି।

ପ୍ରକଳ୍ପ ନିର୍ମାଣର ତିନି ବର୍ଷ ବିତିଯାଇଥିବା ବେଳେ ଗତ ନଭେମ୍ବର ମାସରେ କାର୍ଯ୍ୟ ଅବଧି ଶେଷ ହୋଇଛି। କିନ୍ତୁ ଟେଣ୍ଡରରେ ଚୁକ୍ତି ଅନୁଯାୟୀ କାମ ସରିନାହିଁ, କେବଳ ୩୦%କାମ ହୋଇଛିl ପ୍ରକାଶ ଥାଉକି ନିମ୍ନ ମାନର କାମ ଅଭିଯୋଗ ହେବା ପରେ ଏନେଇ ବିଭାଗୀୟ ଅଧିକାରୀ ଅଂଚଳକୁ ଆସି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ ।

ଏମିତି କି ବିଭାଗୀୟ ସହକାରୀ ଯନ୍ତ୍ରିଙ୍କ ଆଦେଶକୁ ମଧ୍ୟ ଠିକା ସଂସ୍ଥା ମାନୁ ନ ଥିବା ଅସହାୟ ମଣୁଛନ୍ତି ଖୋଦ ସହକାରୀ ଯନ୍ତ୍ରି ମନ୍ମଥ ମୁର୍ମୁ। ଆଗକୁ ଖରା ଦିନ ମାଡି ଆସୁଥିବା ବେଳେ ଠିକା ସଂସ୍ଥା ମନ ମୁତାବକ କାର୍ଯ୍ୟ କରୁଥିବା ହେତୁ ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି। ସରକାରୀ ଯୋଜନାରେ ନିର୍ମିତ ପ୍ରକଳ୍ପର ଏହି ଭଳି ଅବସ୍ଥାକୁ ବିଭିନ୍ନ ମହଲରେ ନିନ୍ଦା ହେଉଥିବା ବେଳେ ଏହାର ସ୍ଥାଇତ୍ୟକୁ ନେଇ ପ୍ରଶ୍ନ ଉଠୁଛି ।

ଏନେଇ ବିଭାଗୀୟ ସହକାରୀ ଯନ୍ତ୍ରୀ ମନ୍ମଥ ମୂର୍ମୁଙ୍କୁ ପଚାରିବାରୁ ମେଘା ଇଞ୍ଜିନିଅରିଙ୍ଗ ଲିମିଟେଡ଼ ନାମକ ଟେଣ୍ଡର ପାଇଥିବା କମ୍ପାନୀ ବାହାର ରାଜ୍ୟ ହାଇଦ୍ରାବାଦର ଏବଂ ସେ ଏମିତି ଅନେକ କାମ ହାତକୁ ନେଇଛି ଓ ଆମ ବ୍ଲକ୍ ର କାମକୁ ଅବହେଳା କରୁଛି । ଜିଲ୍ଲାସ୍ତରୀୟ ବୈଠକରେ ଜିଲାପାଳ ମଧ୍ୟ ଅନେକଥର କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହେଲେ ଟେଣ୍ଡର ପାଇଥିବା କମ୍ପାନୀ ବେଖାତିର କରି ମନଇଚ୍ଛା କାମ କରୁଛି ବୋଲି କହିଛନ୍ତି।

ତେଣୁ ପ୍ରକଳ୍ପ କେବେ ସରିବ କେବେ ଲୋକେ ଟୋପାଏ ପାଣି ପାଇବେ ତାହା ଅନିଶ୍ଚିତା ଭିତରେ ରହିଛି। ତେଣୁ ଠିକା ସଂସ୍ଥାର ଟେଣ୍ଡରକୁ ବାତିଲ କରିବା ସହ ଯଥା ସମ୍ଭବ ପ୍ରକଳ୍ପ ଶେଷ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

ପର୍ଯ୍ୟଟକଙ୍କୁ ଦୂରଦୂରାନ୍ତରୁ ଟାଣିଆଣୁଛି ଦାରିଙ୍ଗବାଡ଼ି, ମୌଳିକ ସୁବିଧା ପାଇଁ ନିବେଦନ

ଦାରିଙ୍ଗବାଡ଼ି,୧୪ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ସମେତ ତା’ର ଆଖପାଖରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ଏଭଳି ଏକ ପର୍ଯ୍ୟଟନକ୍ଷେତ୍ର ଦାରିଙ୍ଗବାଡ଼ିଠାରୁ ମାତ୍ର ୨୨...

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri