ଗ୍ରୀଷ୍ମ ନ ଆସୁଣୁ ପାନୀୟ ଜଳ ସଂକଟ, କଷ୍ଟ ଏଡ଼ାଇବାକୁ…

ବରଗଡ଼,୧୭।୨(ପ୍ରେମାନନ୍ଦ ଖମାରୀ): ଗ୍ରୀଷ୍ମ ଆସି ନାହିଁ। ଏବେ ବସନ୍ତ ଋତୁ ଚାଲିଛି। ହେଲେ ବରଗଡ଼ ଜିଲାର ବିଭିନ୍ନ ସ୍ଥାନରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇଛି। ବରଗଡ଼ ଜିଲା ସଦର ମହକୁମାଠାରୁ ଅନତିଦୂର ଗୋବିନ୍ଦପୁର ପଞ୍ଚାୟତ ବଗେଇବିରା ଗ୍ରାମରେ ଅନୁରୂପ ସ୍ଥିତି ଉପୁଜିଛି। ଏଠାରେ ନଳକୂପ ଅଛି। ପାନୀୟଜଳ ଯୋଗାଣ ପାଇଁ ଓଭର ହେଡ୍‌ ଟ୍ୟାଙ୍କ ମଧ୍ୟ ରହିଛି। କିନ୍ତୁ ଗ୍ରାମକୁ ପର୍ଯ୍ୟାପ୍ତ ପାନୀୟଜଳ ଯୋଗାଣ ହେଉ ପାରୁ ନାହିଁ। ଯେଉଁ ପାଣି ଆସୁଛି, ତାହା ପାନୀୟ ଉପଯୋଗୀ ନୁହେଁ ବୋଲି ଗ୍ରାମବାସୀ କହୁଛନ୍ତି। ଏହି ଦୃଷ୍ଟିରୁ ଉକ୍ତ ଗ୍ରାମରେ ଏବେଠାରୁ ଜଳକଷ୍ଟ ଆରମ୍ଭ ହୋଇ ଯାଇଛି। ଅନ୍ୟପଟେ ପାନୀୟ ଜଳକଷ୍ଟ ଏଡ଼ାଇବାକୁ ଗ୍ରାମବାସୀ ନିକଟସ୍ଥ କୃଷିକ୍ଷେତ୍ରରେ ଖୋଲାଯାଇଥିବା ଗଭୀର ନଳକୂପ ଉପରେ ନିର୍ଭରଶୀଳ ରହୁଛନ୍ତି।
ବଗେଇବିରା ଗ୍ରାମ ୨ୱାର୍ଡ ବିଶିଷ୍ଟ। ଏଠାକାର ଲୋକସଂଖ୍ୟା ୩ହଜାରରୁ ଅଧିକ ହେବ। ଗ୍ରାମରେ ବିଭିନ୍ନ ପଡ଼ା ଅର୍ଥାତ୍‌ ସହରାପଡ଼ା, ହରିଜନପଡ଼ା, ପୂଜାରୀ ପଡ଼ା ସମେତ ବିଭିନ୍ନ ସାହିକୁ ନେଇ ଏଠାରେ ଜନବସତି ରହିଛି। ଏଠାରେ ଅଙ୍ଗନୱାଡି କେନ୍ଦ୍ରଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ଯାଏ ଶିକ୍ଷାନୁଷ୍ଠାନ ରହିଛି। ହେଲେ ଉକ୍ତ ଗ୍ରାମରେ ପାନୀୟଜଳ ସମସ୍ୟା ସାଧାରଣରେ ପରିଣତ ହୋଇଯାଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘବର୍ଷ ଧରି ଅସନ୍ତୋଷ ଲାଗି ରହିଛି।
ଗ୍ରାମରେ କୂଅ, ନଳକୂଅ ରହିଛି। କିନ୍ତୁ ଜଳସ୍ତର ହ୍ରାସ ଯୋଗୁ ଗ୍ରୀଷ୍ମ ନ ଆସୁଣୁ ଗ୍ରାମର କୂଅ, ନଳକୂଅରେ ଜଳସ୍ତର ହ୍ରାସ ହୋଇଥାଏ। ଏପରିକି ନଳକୂଅରୁ ପାଣି ଆଦୌ ବାହାରି ନ ଥାଏ। ବର୍ତ୍ତମାନ ସେଭଳି ସ୍ଥିତି ଉପୁଜିଛି। ତେବେ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ସ୍ଥାନୀୟ ଜୀରାନଦୀରୁ ଭୂତଳ ପାନୀୟଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। ଜୀରାନଦୀରେ ଇନଟେକ୍‌ ୱେଲ କରି ପାନୀୟଜଳ ଯୋଗାଣ କରାଯାଉଛି। କିନ୍ତୁ ଜୀରାନଦୀରେ ବାଲି ମାଫିଆଙ୍କ ଦୌରାତ୍ମ ଯୋଗୁ ଗ୍ରାମବାସୀଙ୍କୁ ବିଶୁଦ୍ଧ ଜଳ ଅପହଞ୍ଚ ହୋଇ ପଡ଼ୁଛି।

ନୂଆ ନୁହେଁ ପାନୀୟଜଳ ସମସ୍ୟା
ଆମ ଗ୍ରାମରେ ପାନୀୟଜଳ ସମସ୍ୟା ଏକ ନୂଆଁ ନୁହେଁ। ଦୀର୍ଘବର୍ଷରୁ ଏହି ସମସ୍ୟା ଲାଗି ରହଛି। ଗ୍ରାମରେ ନଳକୂପ ରହିଛି। ହେଲେ ନଳକୂପରୁ ପାଣି ବାହାରୁ ନାହିଁ। ସେହିପରି ଜୀରାନଦୀରୁ ଭୂତଳ ପାଣି ଆସୁଥିଲେ ମଧ୍ୟ ତାହା ପିଇବା ଉପଯୋଗୀ ନୁହେଁ।

-ଅରୁଣ ବିଶି, ଗ୍ରାମବାସୀ
ପିଇବା ପାଣି ମିଳିବା କଠିନ
ଏବେ ତ ପିଇବା ପାଣି ସମସ୍ୟା ସେତେ କଠିନ ହୋଇ ନାହିଁ। ଆଉ କିଛିଦିନ ପରେ ଏହା ଆହୁରି ଜଟିଳ ହୋଇ ପଡ଼ିବ। ଗ୍ରାମରେ ପାନୀୟଜଳ ଯୋଗାଣ ପ୍ରକଳ୍ପ ରହିଛି। କିନ୍ତୁ ସେଥିରେ ଯେଉଁ ପାଣି ଆସୁଛି, ତାହା ପିଇବା ତ ଦୂରର କଥା, ରନ୍ଧାବଢ଼ା ମଧ୍ୟ ସେଥିରେ କରି ହେବ ନାହିଁ।

-ଜଗତ ବନ୍ଧନ ଦେହେଲିଆ, ଗ୍ରାମବାସୀ
ପାଣି ପାଇଁ ହଟହଟା

ଆମ ଗ୍ରାମରେ ନଳକୂପ ଅଛି। ଗ୍ରାମକୁ ପାଖନଦୀରୁ ପାଇପ୍‌ ଜଳ ଯୋଗାଣ ମଧ୍ୟ ହେଉଛି। ଏହାସତ୍ତ୍ୱେ ଆମେ ଗ୍ରାମବାସୀ ପିଇବା ପାଣି ପାଇଁ ହଟହଟା ହେଉଛୁ। ନଳକୂପରୁ ପର୍ଯ୍ୟାପ୍ତ ପାଣି ବାହାରୁ ନାହିଁ। ସେହିପରି ନଦୀରୁ ଯେଉଁ ପାଣି ଆସୁଛ ତାକୁ ପିଇବା ତ ଦୂରର କଥା, ସେହି ପାଣିକୁ ରନ୍ଧାବଢ଼ାରେ ମଧ୍ୟ ବ୍ୟବହୃତ କରୁ ନାହୁଁ। ସରକାର ଏଥିପ୍ରତି ଦୃଷ୍ଟି ଦେବା ଦରକାର।

– ପୁରନ୍ଦର ଭୋସାଗର

 


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନଆଚାର୍ଯ୍ୟଙ୍କ ନିଲମ୍ବନ ନେଇ ପ୍ରତିବାଦ, ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଗୁରୁମା-ଗୁରୁଜୀ

ତିହିଡ଼ି,୧୯ା୩(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ିସ୍ଥିତ ଶିଶୁବିଦ୍ୟାମନ୍ଦିରର ଗୁରୁମା ଓ ଗୁରୁଜୀମାନେ ଗୁରୁବାର ସକାଳେ ବିଦ୍ୟାମନ୍ଦିର ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି। ପ୍ରଧାନଆଚାର୍ଯ୍ୟଙ୍କୁ ନିଲମ୍ବନ ଏବଂ…

ପୁଣି ଯୁଦ୍ଧକୁ ଓହ୍ଲାଇବେ ଭାରତ-ପାକିସ୍ତାନ! ପରମାଣୁ ଆଟାକ୍‌ କରିପାରେ ପାକ୍‌…

ନୂଆଦିଲ୍ଲୀ,୧୯।୩: ଯଦିଓ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରିସ୍ଥିତି ବର୍ତ୍ତମାନ ଶାନ୍ତ ଦେଖାଯାଉଛି, ତଥାପି ବିପଦ ସମ୍ପୂର୍ଣ୍ଣ ହ୍ରାସ ପାଇନାହିଁ। ଏହି ଦାବି ଆମେ କରୁନୁ, ବରଂ…

ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ନବରାତ୍ର ପୂଜା ଆରମ୍ଭ: ଢୋଲ, ମହୁରୀ ଶବ୍ଦରେ ଦୁଲୁକିଲା ଦାରିଙ୍ଗବାଡ଼ି

ଦାରିଙ୍ଗବାଡ଼ି,୧୯ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ପ୍ରସିଦ୍ଧ ମା’ ପାଟ୍ଟଖଣ୍ଡାଙ୍କ ପୀଠରେ ଗୁରୁବାର ଚଳିତ ଚୈତ୍ର ନବବର୍ଷରେ ବାସନ୍ତିକ ନବରାତ୍ରି ପୂଜାର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ…

୨୪ ଘଣ୍ଟା ଭିତରେ ୟୁ-ଟର୍ନ ନେଲେ ଟ୍ରମ୍ପ: ବ୍ୟାକ୍‌ଫୁଟ୍‌ରେ ଆମେରିକା

ଓ୍ବାଶିଂଟନ୍‌,୧୯।୩: ମଧ୍ୟପ୍ରାଚ୍ୟରେ ଗ୍ୟାସ ସୁବିଧା ଉପରେ ଇରାନର ପ୍ରତିଶୋଧମୂଳକ ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟେନ୍‌ସନ୍‌ରେ ପକାଇ ଦେଇଛି। ଏକ ବିବୃତ୍ତି ଜାରି କରି ସେ…

ଜଙ୍ଗଲରେ ପଡ଼ିଛି ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡୁଛି…

କାମାକ୍ଷାନଗର,୧୯ା୩(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। କାମାକ୍ଷାନଗର ମହିଳା…

ଧାନକ୍ରୟ କେନ୍ଦ୍ର ସାମ୍ନାରେ ୨ ଚାଷୀଙ୍କ ଧାରଣା: ସମିତିର ଏମିତି ତ୍ରୁଟି…

ତିହିଡି଼,୧୯/୩(ସଞ୍ଜିତ ବଳ):ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ଧାନ କ୍ରୟ କେନ୍ଦ୍ର କାର୍ଯ୍ୟାଳୟ ସାମ୍ନାରେ ଗୁରୁବାର ସକାଳଠାରୁ ୨ଜଣ ଚାଷୀ ଧାରଣାରେ ବସିଛନ୍ତି l ତିଆଡ଼ିସାହି…

ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମା’ କନକଦୁର୍ଗା

ଦେବଗଡ଼,୧୯ା୩(ଶଶାଙ୍କ ଶେଖର ଝାଙ୍କର): ମଠସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତିକ ନବରାତ୍ର ପୂଜା ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ସହିତ ଭକ୍ତମାନେ ମାନସିକ…

ବାଇକ୍‌ରେ ଯାଉଥିଲେ ୩ ଭାଇ, ୧୦ ପୁଟ ଡ୍ରେନ ତଳକୁ ଖସିଲା ଗାଡ଼ି: ଆଉ ତା’ପରେ…

ବଘିଆପଡା,୧୯।୩(ଶ୍ରୀକାନ୍ତ ସାହୁ): ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଜହ୍ନାପଙ୍କ ଫାଣ୍ଡି ଅନ୍ତଗତ ତେଲିବନ୍ଧ ପନ୍ଥାଇ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଏକ ବାଇକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri