ଉଷୁମ ପାଣିରେ ଘିଅ ପିଇ ଦେଖନ୍ତୁ ଚମତ୍କାରିତା, ଆୟୁର୍ବେଦିକ କୁହେ ଏହି ଲୋକଙ୍କ ପାଇଁ ଏହା ରାମବାଣ

ସମସ୍ତେ ଏକ ସୁସ୍ଥ ଦିନଚର୍ଯ୍ୟା ଫଲୋ ବା ଅନୁସରଣ କରିବା ପାଇଁ ବିଭିନ୍ନ ପ୍ରକାରର ଖାଦ୍ୟ ଅଭ୍ୟାସ କରନ୍ତି। ଏପରି ଏକ ପୁରୁଣା ଅଭ୍ୟାସ ଯାହା ବର୍ତ୍ତମାନ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଛି। ତାହା ହେଉଛି ପ୍ରତିଦିନ ସକାଳେ ଗରମ ପାଣିରେ ଘିଅ ମିଶାଇ ପିଇବା। ଯାହା ଭାରତର ପାରମ୍ପରିକ ଚିକିତ୍ସା ପ୍ରଣାଳୀ ଏବଂ ଏହାର ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ସକାଳେ ଉଷୁମ ପାଣି ସହିତ ଘିଅ ପିଇଲେ କ’ଣ ସବୁ ଫାଇଦା ମିଳେ ଆସନ୍ତୁ ଜାଣିବା…

ଖାଲି ପେଟରେ ଘିଅ ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କି? ଆପଣ ସକାଳେ ଖାଲି ପେଟରେ ଗୋଟିଏ ଗ୍ଲାସ୍‌ ଉଷୁମ ପାଣିରେ ଗୋଟିଏ ଚାମଚ ଘିଅ ମିଶାଇ ପିଇପାରିବେ। କିଛି ଲୋକ ରାତିରେ ଏହାକୁ ପିଇବାକୁ ମଧ୍ୟ ପସନ୍ଦ କରନ୍ତି। ଆୟୁର୍ବେଦ ଅନୁସାରେ, ଗରମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ଲାଭ ମିଳିଥାଏ।

ପାଚନ ଶକ୍ତି ଉନ୍ନତ କରେ
ଘିଅରେ ପ୍ରଚୁର ପରିମାଣର ଫ୍ୟାଟି ଏସିଡ୍‌ ଥାଏ। ଗରମ ପାଣି ସହିତ ମିଶାଇଲେ ଘିଅ ପାଚନ ତନ୍ତ୍ର ପାଇଁ ଏକ ଲୁବ୍ରିକେଣ୍ଟ ଭାବରେ କାର୍ଯ୍ୟ କରେ। ଯାହାଦ୍ୱାରା ପାଚନକ୍ରିୟା ସୁରୁଖୁରୁରେ ହୁଏ ଏବଂ ପାଚନ ସମସ୍ୟାର ସମ୍ଭାବନା କମିଯାଏ।

ଏହାକୁ କିପରି ବ୍ୟବହାର କରିବେ ଜାଣନ୍ତୁ

ସର୍ବପ୍ରଥମେ, ସକାଳେ ଉଠିବା ପରେ, ଗୋଟିଏ ଗ୍ଲାସ ଉଷୁମ ପାଣି ନିଅନ୍ତୁ, ସେଥିରେ ଗୋଟିଏ ଚାମଚ ଦେଶୀ ଘିଅ ମିଶାଇ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିବ ଏବଂ ପାଚନ ଶକ୍ତି ମଧ୍ୟ ଉନ୍ନତ ହେବ। କେବଳ ଏତିକି ନୁହେଁ, ଆପଣ ଆପଣଙ୍କ ତ୍ୱଚାର ଚମକରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ପାଇବେ।

କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି

ଯେଉଁ ଲୋକମାନେ ପ୍ରାୟତଃ କୋଷ୍ଠକାଠିନ୍ୟ ରୋଗର ସାମ୍ନା କରୁଛନ୍ତି, ସେମାନେ ନିଶ୍ଚିତ ଭାବରେ ଦେଶୀ ଘିଅ ସହିତ ଉଷୁମ ପାଣି ପିଇବା ଉଚିତ୍‌। ଏକଥା ଆମେ କହୁନୁ। ଆୟୁର୍ବେଦିକ ଶାସ୍ତ୍ର କୁହେ। ଏ

ଏହା ଆଖି ପାଇଁ ଲାଭଦାୟକ

ଦେଶୀ ଘିଅ ଆଖି, ଚର୍ମ, ପେଟ ଏବଂ କେଶ ପାଇଁ ବହୁତ ଭଲ। ଏହା ଏକ ଶୀତଳକାରୀ ଏଜେଣ୍ଟ ଭାବରେ କାର୍ଯ୍ୟ କରେ। ଦେଶୀ ଘିଅରେ ଓମେଗା-୩ ଥାଏ ଯାହା ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ। ଏହା ଆଖିର ଶୁଷ୍କତା ମଧ୍ୟ କମ୍‌ କରିଥାଏ। ତେଣୁ ଏହାକୁ ଉଷୁମ ପାଣିରେ ପିଇବା ଲାଭଦାୟକ।

ଚର୍ମ ପାଇଁ ଭଲ

ଦେଶୀ ଘିଅ ପିଇବା ଦ୍ୱାରା ଚର୍ମରେ ଚମକ ଆସିଥାଏ। ଆପଣଙ୍କ ଚର୍ମର ଶୁଷ୍କତାକୁ ଭିତରୁ ହ୍ରାସ କରେ। ଉଷୁମ ପାଣିରେ ଘିଅ ମିଶାଇ ପିଇବା ଦ୍ୱାରା ଅନ୍ତନଳୀ ଭିତରୁ ସଫା ହୋଇଯାଏ। ସେହି ସମୟରେ, ଶରୀରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାର ହୋଇଯାଏ। ଯାହା ଯୋଗୁ ଚର୍ମ ଉଜ୍ଜ୍ୱଳ ଦେଖାଯାଏ


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ: ଖୁବ୍‌ ଜୋର ପାଟି କରି କାଉଣ୍ଟର ଉପରକୁ ଚଢିଗଲେ ବିଦେଶିନୀ

ନୂଆଦିଲ୍ଲୀ,୬।୧୨: ଗତ ଚାରି ଦିନ ମଧ୍ୟରେ ସାରା ଦେଶରେ ୧,୦୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି, ଯାହା ଯାତ୍ରୀମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ କରୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri