ଡ୍ରିମ୍‌ଫକ୍ସ ଆଇପିଓକୁ ମଞ୍ଜୁର ଦେଲା ସେବି

ନୂଆଦିଲ୍ଲୀ,୨୩।୫: ଦେଶର ପ୍ରମୁଖ ବିମାନବନ୍ଦର ସେବା ଏଗ୍ରିଗେଟର ସଂସ୍ଥା ଡ୍ରିମ୍‌ଫକ୍ସ ସର୍ଭିସେସ୍‌ ଲିମିଟେଡ୍‌ ପକ୍ଷରୁ ପ୍ରସ୍ତାବିତ ଇନିସିଆଲ ପବ୍ଲିକ୍‌ ଅଫର (ଆଇପିଓ) ପାଇଁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି)ର ମଞ୍ଜୁରୀ ହାସଲ କରିଛି। କମ୍ପାନୀ ୨୧,୮୧୪,୨୦୦ ପର୍ଯ୍ୟନ୍ତ ଇକ୍ୱିଟି ଶେୟାରକୁ ଏହି ଅଫରରେ ଜାରି କରିବାକୁ ଯୋଜନା ରଖିଛି। ଏହି ଆଇପିଓ ଜରିଆରେ ପ୍ରତିଷ୍ଠାତା ଓ ପ୍ରତିଷ୍ଠାତା ଗ୍ରୁପ୍‌ ଅଫର ଫର ସେଲ୍‌ ଜରିଆରେ ଶେୟାର ବିକ୍ରି କରିବେ। ଆଇପିଓରେ ଜାରି କରାଯିବାକୁ ଥିବା ଶେୟାର ହେଉଛି କମ୍ପାନୀର ୪୧.୭୫% ପେଡ୍‌-ଅପ୍‌ ଇକ୍ୱିଟି ଶେୟାର। ଏହି ଆଇପିଓର ବୁକ୍‌ ରନିଂ ଲିଡ୍‌ ମ୍ୟାନେଜର ହେଉଛନ୍ତି ଇକ୍ୱିରସ୍‌ କ୍ୟାପିଟାଲ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ମୋତିଲାଲ ଓସ୍ବାଲ୍‌ ଇନଭେଷ୍ଟମେଣ୍ଟ ଆଡଭାଇଜର୍ସ ଲିମିଟେଡ୍‌।


Enter your email to get our daily news in your inbox.

All Right Reserved By Dharitri.Com

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri