ଅଭିନେତ୍ରୀ ବି ଜଣେ ମଣିଷ: ଅନନ୍ୟା

ମୁମ୍ବାଇ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ଅପକମିଂ ମୁଭି ‘ଡ୍ରିମ ଗର୍ଲ୨’କୁ ନେଇ ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ମୁଭିରେ ଅନନ୍ୟା ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ ଲିଡ ରୋଲରେ ନଜର ଆସିବେ। ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ରୁ ‘ପତି ପତ୍ନୀ ଔର ତୁମ’ ପର୍ଯ୍ୟନ୍ତ ମୁଭିରେ ଅନନ୍ୟାଙ୍କ ଗ୍ଲାମରସ ରୋଲ ଦେଖିବାକୁ ମିଳିଥିଲା। ଏବେ ‘ଡ୍ରିମ ଗର୍ଲ ୨’ରେ ସେ ଏକ ଛୋଟିଆ ସହରର ଝିଅ ଭୂମିକାରେ ଅଭିନୟ କରିଛନ୍ତି।
ଅନନ୍ୟା ୨୦୧୯ରେ ‘ଷ୍ଟୁଡେଣ୍ଟ ଅଫ ଦ ଇୟର ୨’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିଥିଲେ। ପ୍ରାୟ ୪ ବର୍ଷର ଫିଲ୍ମ କ୍ୟାରିୟରରେ ଏହି ଅଭିନେତ୍ରୀ କିଛି ହାତ ଗଣତି ଫିଲ୍ମରେ କାମ କରିଛନ୍ତି। ଏବେ ସେ ‘ଡ୍ରିମ ଗର୍ଲ ୨’ସହ ଏକ କଣ୍ଟେଟ ଡ୍ରାଇଭେନ ଫିଲ୍ମରେ କାମ କରିବାକୁ ଯାଉଛନ୍ତି ଓ ଏହାକୁ ନେଇ ସେ ‘ଦ ଇଣ୍ଡିଆନ ଏକ୍ସପ୍ରେସ’ ସହ କଥା ହୋଇଛନ୍ତି।

ପୋର୍ଟାଲ ସହ ସାକ୍ଷାତକାରରେ ଅନନ୍ୟା କହିଛନ୍ତି ଯେ ସେ ‘ଡ୍ରିମ ଗାର୍ଲ ୨’ ପାଇଁ ଉତ୍ସାହିତ ଅଛନ୍ତି। ସେ ଏକ କଣ୍ଟେଟ ଡ୍ରାଇଭେନ ମୁଭି ଏବଂ ଅଭିନୟ ଭିତ୍ତିକ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହ କାମ କରି ଖୁସି। ଅନନ୍ୟା କହିଛନ୍ତି- ଏହା ମୋତେ ଅନ୍ୟ ଦିଗକୁ ନେଇଥାଏ ଏବଂ ମୋର ଫିଲ୍ମୋଗ୍ରାଫି ସହିତ ସଂଯୋଗ କରେ। ଏହା ଏକ ଭିନ୍ନ ପ୍ରକାରର ଦର୍ଶକଙ୍କୁ ଟାର୍ଗେଟ କରେ ଯେଉଁ ପର୍ଯ୍ୟନ୍ତ ମୁଁ ବୋଧହୁଏ ପହଞ୍ଚିବାକୁ ସକ୍ଷମ ନ ଥିଲି।
ଅଭିନେତ୍ରୀ ଯେତେବେଳେ ୨୦୧୯ରେ ବଲିଉଡରେ ଡେବ୍ୟୁ କରିଥିଲେ ସେତେବେଳେ ତାଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡିଥିଲା। ଏମିତି ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ମୁଁ ଜଣେ ଅଭିନେତ୍ରୀ ହୋଇଥିବାରୁ ଟ୍ରୋଲର କୌଣସି ପ୍ରଭାବ ମୋ ଉପରେ ପଡି ନ ଥାଏ। ହେଲେ ମୁଁ କେବେ ଶିଖିବା ବା ଆଗକୁ ବଢିବା ବନ୍ଦ କରି ନାହିଁ କି କରିବି ନାହିଁ। ତେବେ ଜଣେ ମଣିଷ ଭାବେ ଟ୍ରୋଲିଂର ବହୁତ ଅଧିକା ଅସର ପଡିଥାଏ। ଯେଉଁମାନେ ନେଗେଟିଭ କଥା କୁହନ୍ତି ସେମାନେ ଜାଣି ରଖିବା ଦରକାର ଯେ ଅଭିନେତ୍ରୀ ବି ଜଣେ ମଣିଷ, ହେଲେ ମୁଁ କହିବି ନାହିଁ କି ମୁଁ ବିଚାରି ବୋଲି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଏସ୍‌ସିସି କପ୍‌ କ୍ରିକେଟ: ଦେଶୀ ବୟେଜ ସେମିରେ

ନୂଆପଡ଼ା,୭ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ତରବୋଡ ସମ୍ଭବ ଖେଳପଡିଆରେ ଶନିବାର ରାଇଜିଂ ଷ୍ଟାର ୟୁଥ୍‌ କ୍ଲବ ଦ୍ୱାରା ଆୟୋଜିତ ୧୯ତମ ଆର୍‌ଏସ୍‌ସିସି କପ…

ରୋଷେଇ କରୁଥିଲେ, ଗ୍ୟାସ ସିଲିଣ୍ଡରରୁ ଲାଗିଗଲା ନିଆଁ; ପରିବାରର ୫ ଗୁରୁତର…

ଆନନ୍ଦପୁର,୭।୨(ସୁଶାନ୍ତ କୁମାର ସାହୁ): ରୋଷେଇ କରୁଥିବା ବେଳେ ଅଘଟଣ। ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ପରିବାରର ୫ଜଣ ଗୁରୁତର। ଏଭଳି ଏକ ଅଘଟଣ ଘଟିଛି କେନ୍ଦୁଝର ଜିଲା…

ଟ୍ରକ ନେଲା ୨ବାଇକ୍‌ ଆରୋହୀଙ୍କ ଜୀନନ

କୋକସରା/ବେହେରା,୭।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଭୂପେଶ ତିୱାରୀ): କଳାହାଣ୍ଡି ଜିଲା କୋକସରା ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସୱେ ବେହେରା ବିଦେଶୀ ମଦ ଦୋକାନ ଛକ ନିକଟରେ ଶନିବାର ଏକ ମର୍ମନ୍ତୁଦ…

T20 World Cup: ଆରମ୍ଭରୁ ଆଣ୍ଠେଇଲାଣି ଟିମ୍‌ ଇଣ୍ଡିଆ, ବଡ଼ ସ୍କୋର କରିବା ମୁସ୍କିଲ; ବାଜି ମାରି ନେଇପାରେ USA 

ମୁମ୍ବାଇ,୭।୨ଁ: ଆରମ୍ଭ ହୋଇଛି ୨୦୨୬ ଟି୨୦ ବିଶ୍ୱକପ । ଟିମ ଇଣ୍ଡିଆ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଆମେରିକା ବିପକ୍ଷରେ ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ ଖେଳୁଛି। ଏଥିରେ ଆମେରିକା…

ରଙ୍ଗାରଙ୍ଗ ଉଦ୍‌ଘାଟନୀରେ ଟି୨୦ ବିଶ୍ୱକପ୍‌ ଆରମ୍ଭ

ମୁମ୍ବାଇ, ୭ା୨: ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଶନିବାର ସନ୍ଧ୍ୟାରେ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ଏକ ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ସହ ଆରମ୍ଭ ହୋଇଛି। ଭାରତ ଓ ଆମେରିକା…

ଶ୍ରୀଲଙ୍କାର ବଡ଼ ଅନୁରୋଧ: ମ୍ୟାଚ୍‌ ବର୍ଜନ ଉପରେ ପୁନଃ ବିଚାର କରିପାରେ ପାକିସ୍ତାନ

କରାଚୀ,୭ା୨- ଆସନ୍ତା ୧୫ ତାରିଖରେ କଲମ୍ବୋରେ ଭାରତ ବିପକ୍ଷ ଟି୨୦ ମ୍ୟାଚ୍‌କୁ ବର୍ଜନ କରିବା ନିଷ୍ପତ୍ତି ଉପରେ ପାକିସ୍ତାନ ପୁନଃ ବିଚାର କରିପାରେ। ଭାରତ-ପାକିସ୍ତାନ ବହୁ ପ୍ରତିକ୍ଷିତ…

ଅଳିଆ ପକାଇବାକୁ ନେଇ ତୁମୁଳକାଣ୍ଡ: ଉତ୍ତେଜିତ ହୋଇ ମରଣାନ୍ତକ ଆକ୍ରମଣ

ଦିଗପହଣ୍ଡି,୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗ୍ରାମର ସୀମାଞ୍ଚଳ ମହାପାତ୍ର(୨୪) ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।ବୁଧବାର ସକାଳେ ଡ୍ରେନରେ…

ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଲେ ମହିଳା

ମୋରଡ଼ା,୭ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ନୂଆଗାଁସ୍ଥିତ ହରପ୍ରସାଦ ଶିକ୍ଷା ସଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ସେବିକା ନିଯୁକ୍ତିରେ ଅନିୟମିତତା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri