କଂଗ୍ରେସ ଭବନ ବାହାରେ ହାଇଡ୍ରାମା, ପିସିସି ସଭାପତି କହିଲେ ନାଣ୍ଡୁ ଧଳଙ୍କୁ ଦଳରେ…

ଭୁବନେଶ୍ୱର,୧୫ା୧୦: କଂଗ୍ରେସ ଭବନ ବାହାରେ ହାଇଡ୍ରାମାକୁ ନେଇ ପିସିସି ସଭାପତି ସ୍ପଷ୍ଟମତ ରଖିଛନ୍ତି। ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ, ନାଣ୍ଡୁ ଧଳ ଜଣେ ଆପରାଧିକ ଚରିତ୍ରର ବ୍ୟକ୍ତି। ସେ କଂଗ୍ରେସର ସଦସ୍ୟ ହୋଇପାରିବେ ନାହିଁ।

ସଦସ୍ୟତା ମଗା ଯାଏ, ଛଡ଼ାଇକି ନିଆଯାଏ ନାହିଁ। ରାହୁଲ ଗାନ୍ଧୀଙ୍କ ପାଖକୁ ଯଦି ଯାଇପାରିବେ ଯାଆନ୍ତୁ। ମୁଁ କଂଗ୍ରେସ ଅଧ୍ୟକ୍ଷ ଭାବେ କହୁଛି, ତାଙ୍କୁ ଦଳରେ ଗ୍ରହଣ କରାଯିବନି।

ଅନ୍ୟପକ୍ଷରେ ନାଣ୍ଡୁ କହିଥିଲେ, ମୁଁ ପିସିସି ସଭାପତି ଭକ୍ତ ଦାସଙ୍କ ସହ କଥା ହୋଇଛି। ତାରା ପ୍ରସାଦ ବାହିନୀପତିଙ୍କ ସହ ମଧ୍ୟ କଥା ହୋଇ ଆସିଛି। କଂଗ୍ରେସ କାହାର ପୈତୃକ ସମ୍ପତ୍ତି ନୁହେଁ, କେହି ଅଟକାଇ ପାରିବେ ନାହିଁ। ମୁଁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବି। ମାତ୍ର କଂଗ୍ରେସ ଭବନ ବାହାରେ ଜଗିଥିବା ପୋଲିସ ମୋତେ ରୋକିଲେ। ମୁଁ ଦିଲ୍ଲୀ ଯିବି, ତାଙ୍କ କଥା ସେମାନେ ବୁଝିବେ। ୨ ହଜାର ଲୋକ ନେଇ ରାହୁଲଙ୍କୁ ଦିଲ୍ଲୀରେ ଭେଟିବୁ ନାଣ୍ଡୁଙ୍କ ସମର୍ଥନ କହିଛନ୍ତି।

Dharitri – The Largest & Most Trusted Odia Daily

Share