ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଶତବାର୍ଷିକୀ ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡଃ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂରଦୃଷ୍ଟିଦାତା ବିଷୟରେ ଆଲୋଚନା କରାଯିବା ସହ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ୨୬ ଜଣ ଛାତ୍ରୀଛାତ୍ର ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ପର୍ଯ୍ୟାୟକ୍ରମେ ଦେବୀ ମନ୍ତ୍ରୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଶିଳ୍ପମନ୍ତ୍ରୀ ଦିତୀୟ ଏବଂ ଯୁଗ୍ମ ଭାବେ ଅମିତ ଉଠାଣ ସିଂ ଓ ସଂଗୀତ ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କ ତାଲିକା ପ୍ରସ୍ତୁତି କରାଯାଇ ଆଞ୍ଚଳିକ ନିର୍ଦ୍ଦେଶକ ବ୍ରହ୍ମପୁର କାର୍ଯ୍ୟାଳୟକୁ ପଠାଯାଇଥିବା ମହାବିଦ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡଃ ଭାସ୍କର ଚରଣ ନାୟକଙ୍କ ସଭାପତିତ୍ୱରେ ବିଚାରକ ମଣ୍ଡଳୀରେ ଅଧ୍ୟାପକ ଅକ୍ଷୟ କୁମାର ବେହେରାଦଳାଇ, ସମୀର ପ୍ରସାଦ ମାଇକେଲ, ସୁଜ୍ଞାନ ସାହୁ, ବିମଲ ନାୟକ ପ୍ରମୁଖ ପ୍ରତିଯୋଗିତା ସମ୍ପାଦନା କରିଥିଲେ।