୮ ମାସରେ ଡିପିଆର ପ୍ରସ୍ତୁତ ହେବ, ମୁଜାଗଡ ଭାୟା ଫୁଲବାଣୀ ବଉଦ ରେଳ ଲାଇନ ସର୍ଭେ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗୋପାଳପୁର ଭାୟା ଭଞ୍ଜନଗର ରେଢ଼ାଖୋଲ ନୂତନ ରେଳ ଲାଇନ ପାଇଁ ସଂମ୍ପୃକ୍ତ ଅଞ୍ଚଳବାସୀ ଆଜକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ତଥାପି ଅଞ୍ଚଳବାସୀଙ୍କ ଦାବୀ ପୂରଣ ହୋଇ ପାରୁନାହିଁ। ନିର୍ବାଚନ ଆସିଲେ ଏହାକୁ ବିରୋଧି ଦଳ ରାଜନୈତିକ ଇସୁ କରୁଛନ୍ତି। ଶାସକ ଦଳ ଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହାପରେ ସଧାରଣ ଜନତା ହୋହାଲ୍ଲା କରୁଛନ୍ତି। କିନ୍ତୁ କିଛି ଲାଭ ହେବାକୁ ନାହିଁ। ସରକାର ପରେ ସରକାର ବଦଳୁଛି କିନ୍ତୁ ଲୋକଙ୍କ କଥା ବିଗତ ଦିନର ସରକାର ବୁଝି ପାରିନଥିଲେ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସିବା ପରେ ଭାଜପା ସରକାର ଉକ୍ତ ପ୍ରକଳ୍ପ ଅଗ୍ରଗତି ପାଇଁ କିଛିଟା ଆଗ୍ରହ ଦେଖାଉଥିବା ଅନୁମାନ କରାଯାଉଛି। ତେଣୁ ପ୍ରଥମ ପର୍ଯ୍ୟାୟ ସର୍ଭେରୁ ବାଦ ପଡ଼ିଥିବା ଫୁଲବାଣୀ ସହରକୁ ପୁଣି ରେଳ ଲାଇନ ସଂଯୋଗ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ରୁ ଭାୟା ଫୁଲବାଣୀ ହୋଇ ବଉଦ ପର୍ଯ୍ୟନ୍ତ ନୂତନ ରେଳ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କରିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ପଦକ୍ଷେପ ନେଇଛନ୍ତି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଓରିଡେଲ ପକ୍ଷରୁ ଟେଣ୍ଡର ଆହ୍ବାନ ହୋଇଥିଲା। ତାହା ଗତ ଜାନୁୟାରୀ ମାସ ୬ ତାରିଖରେ ଖୋଲିଛି। ଗତ ମାସ ୨୨ ତାରିଖରେ ଠିକାଦାର ସଂସ୍ଥାକୁ ଚୁକ୍ତି ପାଇଁ ଓରିଡେଲ କମ୍ପାନୀ ଚିଠି ଲେଖିଛି। ଚୁକ୍ତି ପରେ ଠିକାଦାର ସଂସ୍ଥା ସର୍ଭେ କାମ ଆରମ୍ଭ କରିବ। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ । ଜମିର ପ୍ଲାନ ମଧ୍ୟ ପ୍ରସ୍ତୁତ କରିବ। ୮ ମାସ ମଧ୍ୟରେ ଡି ପି ଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ) କୁ ରିପୋର୍ଟ ପ୍ରଦାନ କରିବେ ଠିକାଦାର ସଂସ୍ଥା। ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ବିଭିନ୍ନ ପର୍ଯ୍ୟାୟ ଦେଇ ରିପୋର୍ଟ ଯିବା ପରେ ବଜେଟ ରେ ଅର୍ଥ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହ ଭାଗିତାରେ ଉକ୍ତ ପ୍ରକଳ୍ପ ହେବ । ତେଣୁ ଡି ପି ଆର୍‌ ସରିଲେ କେନ୍ଦ୍ର ଓ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି। ମୁଜାଗଡ ଠାରୁ ସର୍ଭେ ଆରମ୍ଭ କଥା ଜଣାପଡିବା ପରେ ଭଞ୍ଜନଗର ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୫୪ କିମି ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ ପାଇଁ ୨୦୧୧ ରେ ସର୍ଭେ ପାଇଁ ତତ୍କାଳୀନ ଉପା ସରକାର ପଦକ୍ଷେପ ନେଇଥିଲେ। ଏହାପରେ ବହୁବର୍ଷ ଧରି ପ୍ରକଳ୍ପ ଅଗ୍ରଗତି ନେଇ କୌଣସି ସରକାର ପଦକ୍ଷେପ ନେଇନଥିଲେ।

ଏଥିପାଇଁ ୪ହଜାରରୁ ଉର୍ଦ୍ଧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ଗତ ସାଧାରଣ ର୍ନିବାଚନ ପୂର୍ବରୁ ଫୁଲବାଣୀ କୁ ବୈଷୟିକ କାରଣ ଦର୍ଶାଇ ଅନ୍ୟ ବାଟରେ ରେଳ ଲାଇନ ନେବା ପାଇଁ ସର୍ଭେ ହୋଇଥିଲା। ଯାହାକୁ ନେଇ କନ୍ଧମାଳ ଜିଲ୍ଲାରେ ଆନ୍ଦୋଳନ ଜୋରଦାର ହୋଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ହୋଇପାରିନଥିଲା । ତେଣୁ ବଜେଟ ରେ ଅର୍ଥ ବରାଦ ହୋଇପାରିନଥିଲା । ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିଛି। କେନ୍ଦ୍ରରେ ମଧ୍ୟ ସେମାନଙ୍କ ସରକାର। ତେଣୁ ଡବଲ ଇଞ୍ଜିନ ସରକାର ପୁଣି ଫୁଲବାଣୀ ସହରକୁ ଯୋଡ଼ି ସର୍ଭେ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଯେତେ ବିଳମୱ ହେଉଛି ସେହି ଅନୁପାତରେ ଖର୍ଚ୍ଚ ମଧ୍ୟ ବଢିଯିବ। ଅନ୍ୟପଟେ ବଜେଟ ରେ କେବେ ଟଙ୍କା ଅନୁମୋଦନ ହେବ ତାହାକୁ ନେଇ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ଏନେଇ ସୂଚନାକର୍ମି ବି ଶଙ୍କର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟ ଯଥାସମ୍ଭବ ଆରମ୍ଭ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ୨୦୨୬ ରୁ ଜମି ଅଧିଗ୍ରହଣ ଯୋଜନା ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri