୮ ମାସରେ ଡିପିଆର ପ୍ରସ୍ତୁତ ହେବ, ମୁଜାଗଡ ଭାୟା ଫୁଲବାଣୀ ବଉଦ ରେଳ ଲାଇନ ସର୍ଭେ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗୋପାଳପୁର ଭାୟା ଭଞ୍ଜନଗର ରେଢ଼ାଖୋଲ ନୂତନ ରେଳ ଲାଇନ ପାଇଁ ସଂମ୍ପୃକ୍ତ ଅଞ୍ଚଳବାସୀ ଆଜକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ତଥାପି ଅଞ୍ଚଳବାସୀଙ୍କ ଦାବୀ ପୂରଣ ହୋଇ ପାରୁନାହିଁ। ନିର୍ବାଚନ ଆସିଲେ ଏହାକୁ ବିରୋଧି ଦଳ ରାଜନୈତିକ ଇସୁ କରୁଛନ୍ତି। ଶାସକ ଦଳ ଗୁଡିକ ବିଭିନ୍ନ ପ୍ରତିଶ୍ରୁତି ଦେଉଛନ୍ତି। ଏହାପରେ ସଧାରଣ ଜନତା ହୋହାଲ୍ଲା କରୁଛନ୍ତି। କିନ୍ତୁ କିଛି ଲାଭ ହେବାକୁ ନାହିଁ। ସରକାର ପରେ ସରକାର ବଦଳୁଛି କିନ୍ତୁ ଲୋକଙ୍କ କଥା ବିଗତ ଦିନର ସରକାର ବୁଝି ପାରିନଥିଲେ । ବର୍ତ୍ତମାନ ଡବଲ ଇଞ୍ଜିନ ସରକାର ଆସିବା ପରେ ଭାଜପା ସରକାର ଉକ୍ତ ପ୍ରକଳ୍ପ ଅଗ୍ରଗତି ପାଇଁ କିଛିଟା ଆଗ୍ରହ ଦେଖାଉଥିବା ଅନୁମାନ କରାଯାଉଛି। ତେଣୁ ପ୍ରଥମ ପର୍ଯ୍ୟାୟ ସର୍ଭେରୁ ବାଦ ପଡ଼ିଥିବା ଫୁଲବାଣୀ ସହରକୁ ପୁଣି ରେଳ ଲାଇନ ସଂଯୋଗ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ରୁ ଭାୟା ଫୁଲବାଣୀ ହୋଇ ବଉଦ ପର୍ଯ୍ୟନ୍ତ ନୂତନ ରେଳ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ କରିବା ପାଇଁ ରାଜ୍ୟ ସରକାର ଇତିମଧ୍ୟରେ ପଦକ୍ଷେପ ନେଇଛନ୍ତି। ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ପାଇଁ ଓରିଡେଲ ପକ୍ଷରୁ ଟେଣ୍ଡର ଆହ୍ବାନ ହୋଇଥିଲା। ତାହା ଗତ ଜାନୁୟାରୀ ମାସ ୬ ତାରିଖରେ ଖୋଲିଛି। ଗତ ମାସ ୨୨ ତାରିଖରେ ଠିକାଦାର ସଂସ୍ଥାକୁ ଚୁକ୍ତି ପାଇଁ ଓରିଡେଲ କମ୍ପାନୀ ଚିଠି ଲେଖିଛି। ଚୁକ୍ତି ପରେ ଠିକାଦାର ସଂସ୍ଥା ସର୍ଭେ କାମ ଆରମ୍ଭ କରିବ। ଏଥିପାଇଁ ୧ କୋଟି ୨୯ ଲକ୍ଷ ୩୫ ହଜାର ୯୭୭ ଟଙ୍କା ଚୁକ୍ତି ହୋଇଛି। କେଉଁ ରାସ୍ତା ଦେଇ ରେଳ ଲାଇନ ଯିବ ତାହାର ସର୍ଭେ ଠିକାଦାର ସଂସ୍ଥା କରିବା ସହ ଚୁଡାନ୍ତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରିବ । ଜମିର ପ୍ଲାନ ମଧ୍ୟ ପ୍ରସ୍ତୁତ କରିବ। ୮ ମାସ ମଧ୍ୟରେ ଡି ପି ଆର ପ୍ରସ୍ତୁତ କରି ଓଡିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ (ଓରିଡେଲ) କୁ ରିପୋର୍ଟ ପ୍ରଦାନ କରିବେ ଠିକାଦାର ସଂସ୍ଥା। ଏହାପରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। ବିଭିନ୍ନ ପର୍ଯ୍ୟାୟ ଦେଇ ରିପୋର୍ଟ ଯିବା ପରେ ବଜେଟ ରେ ଅର୍ଥ ଅନୁମୋଦନ ପ୍ରକ୍ରିୟା ଆରମ୍ଭ ହେବ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହ ଭାଗିତାରେ ଉକ୍ତ ପ୍ରକଳ୍ପ ହେବ । ତେଣୁ ଡି ପି ଆର୍‌ ସରିଲେ କେନ୍ଦ୍ର ଓ ରାଜ୍ୟ ବଜେଟରେ ଏଥିପାଇଁ ଅର୍ଥ ଅନୁମୋଦନ ହେବା ସମ୍ଭାବନା ରହିଛି। ମୁଜାଗଡ ଠାରୁ ସର୍ଭେ ଆରମ୍ଭ କଥା ଜଣାପଡିବା ପରେ ଭଞ୍ଜନଗର ଅଞ୍ଚଳବାସୀ ଖୁସିବ୍ୟକ୍ତ କରିଛନ୍ତି। ସୂଚନା ଯୋଗ୍ୟ ଯେ ୨୫୪ କିମି ଗୋପାଳପୁର ରେଢ଼ାଖୋଲ ଭାୟା ଫୁଲବାଣୀ ରେଳ ଲାଇନ ପାଇଁ ୨୦୧୧ ରେ ସର୍ଭେ ପାଇଁ ତତ୍କାଳୀନ ଉପା ସରକାର ପଦକ୍ଷେପ ନେଇଥିଲେ। ଏହାପରେ ବହୁବର୍ଷ ଧରି ପ୍ରକଳ୍ପ ଅଗ୍ରଗତି ନେଇ କୌଣସି ସରକାର ପଦକ୍ଷେପ ନେଇନଥିଲେ।

ଏଥିପାଇଁ ୪ହଜାରରୁ ଉର୍ଦ୍ଧ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ ହୋଇଥିଲା। କିନ୍ତୁ ଗତ ସାଧାରଣ ର୍ନିବାଚନ ପୂର୍ବରୁ ଫୁଲବାଣୀ କୁ ବୈଷୟିକ କାରଣ ଦର୍ଶାଇ ଅନ୍ୟ ବାଟରେ ରେଳ ଲାଇନ ନେବା ପାଇଁ ସର୍ଭେ ହୋଇଥିଲା। ଯାହାକୁ ନେଇ କନ୍ଧମାଳ ଜିଲ୍ଲାରେ ଆନ୍ଦୋଳନ ଜୋରଦାର ହୋଇଥିଲା। ଫଳରେ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ହୋଇପାରିନଥିଲା । ତେଣୁ ବଜେଟ ରେ ଅର୍ଥ ବରାଦ ହୋଇପାରିନଥିଲା । ବର୍ତ୍ତମାନ ରାଜ୍ୟରେ ଭାଜପା ସରକାର କ୍ଷମତାକୁ ଆସିଛି। କେନ୍ଦ୍ରରେ ମଧ୍ୟ ସେମାନଙ୍କ ସରକାର। ତେଣୁ ଡବଲ ଇଞ୍ଜିନ ସରକାର ପୁଣି ଫୁଲବାଣୀ ସହରକୁ ଯୋଡ଼ି ସର୍ଭେ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଯେତେ ବିଳମୱ ହେଉଛି ସେହି ଅନୁପାତରେ ଖର୍ଚ୍ଚ ମଧ୍ୟ ବଢିଯିବ। ଅନ୍ୟପଟେ ବଜେଟ ରେ କେବେ ଟଙ୍କା ଅନୁମୋଦନ ହେବ ତାହାକୁ ନେଇ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ଏନେଇ ସୂଚନାକର୍ମି ବି ଶଙ୍କର ପାତ୍ରଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ପ୍ରକଳ୍ପ କାର୍ଯ୍ୟ ଯଥାସମ୍ଭବ ଆରମ୍ଭ କରିବା ପାଇଁ ସରକାର ଯୋଜନା ରଖିଛନ୍ତି। ୨୦୨୬ ରୁ ଜମି ଅଧିଗ୍ରହଣ ଯୋଜନା ଲକ୍ଷ୍ୟ ନେଇ ସମସ୍ତ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri