କୋଟିଆ ବିବାଦ ସମାଧାନ କରିବାକୁ ଅଣ୍ଟା ଭିଡ଼ିଲା ଡିପିବିପି: ୬୪ ବ୍ଲକ୍‌କୁ ନେଇ…

ପଟ୍ଟାଙ୍ଗି,୧୯ା୧(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ କୁନ୍ଦୁଲି ସାପ୍ତାହିକ ହାଟସ୍ଥିତ କମ୍ୟୁନିଟି ହଲ୍‌ରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ(ଡିପିବିପି) ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡିପିବିପି ରାଜ୍ୟ ସଭାପତି ତଥା ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗୀଙ୍କ ସଭାପତିତ୍ୱରେ ଓଡ଼ିଶା-ଆନ୍ଧ୍ରର ୬ ଜିଲାର ସଭାପତି ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତ ଥିଲେ। ବୈଠକରେ ଆନ୍ଧ୍ରର ପାଡେରୁ ଓ ପାର୍ବତୀପୁରମ୍‌ ମାନ୍ୟାମ ଜିଲା ସଭାପତିଙ୍କ ସହ ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା ଜିଲା ସଭାପତି ଓ କର୍ମକର୍ତ୍ତା କୋଟିଆ ପଞ୍ଚାୟତରେ ଫେବୃଆରୀ ୪ରେ ଏକତ୍ର ହୋଇ ପଞ୍ଚାୟତର ବିବାଦ ସମାଧାନ ହେବା ନେଇ ବିସ୍ତୃତ ଆଲୋଚନା କରି ପଦକ୍ଷେପ ଗ୍ରହଣ କରିବାକୁ ଜିଲା ସଭାପତି ଓ କର୍ମକର୍ତ୍ତାମାନଙ୍କୁ ସୂଚନା ଦିଆଯାଇଛି। ୧୯୬୧-୬୨ରୁ ଚାଲିଥିବା ଏହି ସୀମା ବିବାଦର ସମାଧାନ କରିବା ନେଇ ଏଯାଏ କୌଣସି ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ। ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ରହିଛି। ଆନ୍ଧ୍ରରେ ମଧ୍ୟ ମିଳିତ ସରକାର ଥିଲେ ସୁଦ୍ଧା କୋଟିଆ ବିବାଦ ସମାଧାନ ହୋଇପାରୁ ନାହିଁ। ଏଥିଯୋଗୁ ଆଦିବାସୀମାନେ ନିର୍ଯାତିତ ହେବା ସହ ସରକାରଙ୍କ ଯୋଜନାରୁ ଠିକ୍‌ ସହାୟତା ପାଇ ପାରୁନାହାନ୍ତି। ଏହି ସ୍ଥିତିରେ ଦଣ୍ଡକାରଣ୍ୟ ପର୍ବତ ବିକାଶ ପରିଷଦ ଏହାର ସମାଧାନ ବାଟ ବାହାର କରିପାରିବ ବୋଲି ରାଜ୍ୟ ସଭାପତି ପାଙ୍ଗୀ କହିଛନ୍ତି। ୨ ରାଜ୍ୟର ୬୪ ବ୍ଲକ୍‌କୁ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରିବା ପରିଷଦର ମୂଳ ଲକ୍ଷ୍ୟ। ଏଥିପାଇଁ ଏକ ଦାବିପତ୍ର ପ୍ରସ୍ତୁତ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲାପାଳଙ୍କୁ ପ୍ରଦାନ କରାଯିବ। ଏହାପରେ ଅନ୍ୟ ଜିଲାଗୁଡ଼ିକରେ ମଧ୍ୟ ପରିଷଦ ପକ୍ଷରୁ ଅନୁରୂପ ଦାବିପତ୍ର ପ୍ରଦାନ କରିବାକୁ ଆଲୋଚନା ହୋଇଥିଲା। ୨୦୧୧ ଜନଗଣନା ତଥ୍ୟ ଅନୁସାରେ ଏହି ୬ ଜିଲାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର ରହିଥିବାରୁ ସ୍ବତନ୍ତ୍ର ରାଜ୍ୟ ଗଠନ କରିବାରେ କୌଣସି ସମସ୍ୟା ନାହିଁ ବୋଲି ବୈଠକରେ କୁହାଯାଇଛି। ସ୍ବତନ୍ତ୍ର ରାଜ୍ୟ ଗଠନ ନ ହେବା ଯାଏ ଏହି ପରିଷଦର ସଂଗ୍ରାମ ଜାରି ରହିବ ବୋଲି କର୍ମକର୍ତ୍ତାଙ୍କୁ ବୁଝାଇଥିଲେ। କୋଟିଆ ପଞ୍ଚାୟତରେ ହେବାକୁ ଥିବା ସମାବେଶରେ ୬ ଜିଲାର ସମସ୍ତ ବ୍ଲକରୁ ସଭାପତି ଓ ଅନ୍ୟ କର୍ମକର୍ତ୍ତା ଯୋଗଦେଇପାରିବା ନେଇ ଜିଲା ସଭାପତିମାନେ ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ। ବୈଠକରେ ରାଜ୍ୟ ସଙ୍ଗଠକ ରାଜୁ ନାୟକ, ମାଲକାନଗିରି ଜିଲାରୁ ଲଳିତ ମାଡକାମୀ, ସୋମନାଥ ଖରା, କୋରାପୁଟ ଜିଲା ଆଦିବାସୀ ସଭାପତି ରଞ୍ଜିତ ପାଙ୍ଗୀ, ରାଜ୍ୟ ଉପସଭାପତି ଚେଟି ଗଙ୍ଗାଧର ସ୍ବାମୀ ଓ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri