୧୬ରେ ଦିବ୍ୟାଙ୍ଗଙ୍କୁ ନେଇ ଖେଳ, ସାଂସ୍କୃତିକ ପ୍ରତିଯୋଗୀତା ପ୍ରତିଯୋଗିତା ସଫଳତା ନେଇ ସନ୍ଦେହ, ଆସିଲେନି…

ଭଞ୍ଜନଗର,୫।୪(ବାବୁଲା ପ୍ରଧାନ): ଦିବ୍ୟାଙ୍ଗ ମାନଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥାରେ ଥିବା କ୍ରୀଡା, ସାଂସ୍କୃତିକ
ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳ ଓ ସାଂସ୍କୃତିକ ପ୍ରତିଯୋଗୀତା ହେଉଛି। ଏହି କାର୍ଯ୍ୟକ୍ରମ ଭଞ୍ଜନଗର ବ୍ଲକରେ ମଧ୍ୟ ହେବ। ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ପ୍ରତିଯୋଗୀତା ହେବ। ତେଣୁ ଏ ନେଇ ଶନିବାର ସାରେ ବ୍ଲକ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ବୈଠକରେ ବଡିଓ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଡିପିଓ ମିଲିମା କୁମାରୀ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ। ଏହି ବୈଠକକୁ ବ୍ଲକ ଲୋକ ପ୍ରତିନିଧି ସମେତ କିଛି ଅଧିକାରୀଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ଅଧିକାଂଶ ସରପଞ୍ଚ, ସମିତିସଭ୍ୟ, ବ୍ଲକ ଅଧ୍ୟକ୍ଷ, ଉପାଧକ୍ଷା ସମେତ କିଛି ଅଫିସର ବୈଠକକୁ କାର୍ଯ୍ୟ ବ୍ୟସ୍ତତା ଦର୍ଶାଇ ଆସି ନ ଥିଲେ। ବୈଠକରେ ଅଧିକାଂଶ କ୍ରୀଡା ଶିକ୍ଷକ, ହାତ ଗଣତି ସରପଞ୍ଚ, ସମିତି ସଭ୍ୟ ଓ ସେମାନଙ୍କ ପ୍ରତିନିଧି ମାନେ ଯୋଗ ଦେଇଥିଲେ। ଯେ କୌଣସି ଯୋଜନାର ସଫଳ ରୂପାୟନ ଦେବାକୁ ହେଲେ ଲୋକ ପ୍ରତିନିଧି ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ସେମାନଙ୍କ ଅନୁପସ୍ଥିତି ପ୍ରତିଯୋଗିତାର ସଫଳତା ନେଇ ସନ୍ଦେହ ସୃଷ୍ଟି କରିଛି। ବ୍ଲକରେ ବସବାସ କରୁଥିବା ୬ ବର୍ଷରୁ ୧୬ ବର୍ଷର ସମସ୍ତ ଶିଶୁମାନେ କିଭଳି ପ୍ରତିଯୋଗିତାରେ ଭାଗ ନେଇ ପାରିବେ ସେଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ୩ଟି ବର୍ଗର ଛାତ୍ରୀ ଛାତ୍ରଙ୍କୁ ନେଇ ପ୍ରତିଯୋଗିତା ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେଲାଙ୍ଗରେ ଭୟଙ୍କର ବୋମା ବିସ୍ଫୋରଣ: ହାତ ପାପୁଲି ଛିଣ୍ଡି…

ପିପିଲି,୧୭।୩: ପୁରୀ ଜିଲା ଡେଲାଙ୍ଗ ଥାନା ଅଧୀନ ଏକ ଜଙ୍ଗଲରେ ମଙ୍ଗଳବାର ଅଘଟଣ ଘଟିଛି। ବୋମା ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ଗୁରୁତର ଆହତ…

କ୍ଷୁଦ୍ର ବ୍ୟବସାୟୀଙ୍କୁ ଥଇଥାନ କରାଯାଉ: ଜିଲାପାଳଙ୍କୁ ଦାବିପତ୍ର

ଛତ୍ରପୁର,୧୭।୩(ଦିଲ୍ଲୀପ ସାମଲ): ବ୍ରହ୍ମପୁର ନୂତନ ବସଷ୍ଟାଣ୍ଡର କ୍ଷୁଦ୍ର ବ୍ୟବସାୟୀ ମାଙ୍ଗଳିକ ସଂଘ ଥଇଥାନ ନିମନ୍ତେ ଜିଲାପାଳଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଛନ୍ତି। ସୂଚନା ଥାଉକି, ଦୀର୍ଘ…

ଭାରତରେ ୨ଟା ପହଞ୍ଚିବା ପରେ ହରମୁଜରେ ଫସିଲା ୧୯ ଜାହାଜ, LPG ଜାହାଜକୁ ଘେରିଗଲେ…

ନୂଆଦିଲ୍‌ଲୀ,୧୭।୩: ଚାଲିଥିବା ବିବାଦ ମଧ୍ୟରେ, ଇରାନ ହରମୁଜରେ ଜାହାଜ ଚଳାଚଳ ରାସ୍ତା ଅବରୋଧ କରିଛି। ଆମେରିକା ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ଜାହାଜଗୁଡ଼ିକ ହରମୁଜରେ ଫସି ରହିଥିବା…

ରୁଷିକୂଲ୍ୟାରେ ବୁଡ ପକାଇଲେ ହଜାର ହଜାର ଭକ୍ତ: ପିତୃପୁରୁଷଙ୍କୁ ପିଣ୍ଡ ଦାନ

ପୁରୁଷୋତ୍ତମପୁର,୧୭।୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କିମ୍ବଦନ୍ତୀପୂର୍ଣ୍ଣ ପ୍ରତାପୁର ଗ୍ରାମ ଋଷିକୁଲ୍ୟା ନଦୀ ଉତ୍ତରବାଙ୍କ ତୁମ୍ବେଶ୍ବର ଘାଟରେ ମହାବାରୁଣୀ ସ୍ନାନ ଅବସରରେ ମଙ୍ଗଳବାର ହଜାର…

ଯୁଦ୍ଧ ଭିତରେ ଚାଇନା ପାଇଁ ବଡ଼ ଘୋଷଣା କଲା ଭାରତ, ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୭।୩: ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇସ୍ରାଏଲ ଇରାନ ବିରୁଦ୍ଧରେ ନିରନ୍ତର ଆକ୍ରମଣ କରୁଛନ୍ତି, ଯେତେବେଳେ ଇରାନ ସେନା ଡ୍ରୋନ ଆକ୍ରମଣ…

ଦୁଇ ଭାଇଙ୍କ ଝଗଡ଼ାରୁ ବଳି ପଡିଲେ ଶାଶୁ, ସାନଭାଇର କାଠ ଫାଳିଆ ମାଡ଼ରେ…

ବ୍ରହ୍ମଗିରି,୧୭।୩(ସ୍ୱାଧୀନ ଚମ୍ପତିରାୟ): ପୁରୀ ଜିଲା ଆରଖକୁଦ ମେରାନି ଥାନା ଅନ୍ତର୍ଗତ ପାଣ୍ଡାପୋଖରୀ ଗ୍ରାମରେ ଲୋମଟାଙ୍କୁରା ହତ୍ୟାକାଣ୍ଡ ହୋଇଛି । ସାନ ଭାଇର ଠେଙ୍ଗା ମାଡ଼ରେ ବଡ଼ ଭାଇର…

ସ୍ତ୍ରୀଙ୍କୁ ତଣ୍ଟି ଚିପି ମାରିବାକୁ ହତ୍ୟା ଉଦ୍ୟମ, ସ୍ବାମୀଙ୍କୁ ବାନ୍ଧି କୋର୍ଟଚାଲାଣ କଲା ପୋଲିସ

ଦିଗପହଣ୍ଡି,୧୭ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କରପଡ଼ା ଗ୍ରାମର ବୁଡୁ ବେହେରା ତାଙ୍କ ସ୍ତ୍ରୀ ସୁଶୀଳା ବେହେରାଙ୍କୁ ତଣ୍ଟି ଚିପି ହତ୍ୟା ଉଦ୍ୟମ କରିଥିବା…

ସୋଫିଆ ଫିର୍ଦ୍ଦୋସ କଂଗ୍ରେସରୁ ନିଲମ୍ବିତ ପରେ ମୁହଁ ଖୋଲିଲେ ମହମ୍ମଦ ମୋକିମ: ମୋ ଝିଅକୁ କରାଯାଉଥିଲା…

ଭୁବନେଶ୍ୱର,୧୭।୩: ରାଜ୍ୟ ସଭା ନିର୍ବାଚନରେ ଏଥର ମଧ୍ୟ କଂଗ୍ରେସରେ ଗଡ଼ବଡ଼ ପରିଲକ୍ଷିତ ହୋଇଛି। କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, ରମେଶ ଜେନା ଏବଂ ସୋଫିଆ ଫିର୍ଦ୍ଦୋସ ପାର୍ଟିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri