ବର୍ଷ ଆରମ୍ଭରୁ ଡବଲ୍‌ ମର୍ଡର: ମାହାଙ୍ଗାରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ, ସହଯୋଗୀଙ୍କୁ ହତ୍ୟା

ନିଶ୍ଚିନ୍ତକୋଇଲି,୨ା୧(ସ୍ବ.ପ୍ର.): କଟକ ଜିଲା ମାହାଙ୍ଗା ଥାନା ଅଧୀନ ନୂର୍ତ୍ତାଙ୍ଗସ୍ଥିତ ଜଅଁକୋଠି ନିକଟରେ ଶନିବାର ରାତିରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ(୬୨) ଓ ସହଯୋଗୀ ଦିବ୍ୟସିଂହ ବରାଳ(୭୦)ଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଛି। ରାତିରେ ଉଭୟେ କାମସାରି ନୂର୍ତ୍ତାଙ୍ଗସ୍ଥିତ ଘରକୁ ଫେରୁଥିବା ବେଳେ ପୂର୍ବରୁ ପ୍ରସ୍ତୁତଥିବା କିଛି ବ୍ୟକ୍ତି ମାରଣାସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ। ସ୍ଥାନୀୟ ଲୋକେ କୁଳମଣିଙ୍କୁ ଉଦ୍ଧାର କରି ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଦିବ୍ୟସିଂହଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି।

ମାହାଙ୍ଗା ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଛି। ରାଜନୈତିକ ହିଂସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି ବୋଲି ଥାନା ଅଧିକାରୀ ରଞ୍ଜନ କୁମାର ପରିଡ଼ା କହିଛନ୍ତି। ହତ୍ୟାକାଣ୍ଡକୁ ନେଇ ମାହାଙ୍ଗା ସ୍ବାସ୍ଥ୍ୟକେନ୍ଦ୍ର ଓ ନୂର୍ତ୍ତାଙ୍ଗ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ନେଇ ଭାଜପା ନେତା ଓ କର୍ମୀମାନେ ଦାବି କରିଛନ୍ତି।