ପଦ୍ମପୁର,୨୧।୭: ବରଗଡ଼ ଜିଲା ପଦ୍ମପୁର ପଥୁରି ଗାଁରେ ସୋମବାର ଘଟିଛି ଡବଲ ମର୍ଡର୍। ଘରେ ପଶି ମା’, ଝିଅଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି। ହତ୍ୟାକାଣ୍ଡର ସଠିକ୍ କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ପୁତୁରା ଥାନାରେ ଆତ୍ମସମର୍ପଣ କରିବା ଘଟଣା ଜିଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ ପୁତୁରା କୌଣସି କାରଣକୁ ନେଇ ଦାଦାଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏଥିରେ ପୁତୁରା ଜଣକ ଉତ୍କ୍ଷିପ୍ତ ହୋଇ ଏକ ମାରଣାସ୍ତ୍ରରେ ପରିବାର ୩ଜଣଙ୍କୁ ଆକ୍ରମଣ କରିଥିଲେ। ଫଳରେ ମା’, ଝିଅଙ୍କ ମୃତ୍ୟୁ ଘଟିଥିବା ବେଳେ ଦାଦା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପକ୍ଷେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।