Posted inUncategorized

ଦୀନେଶ କୁମାରଙ୍କୁ ଡବଲ ସ୍ବର୍ଣ୍ଣ

ଭୁବନେଶ୍ୱର,୪।୧୦ (କ୍ରୀଡ଼ା ପ୍ରତିନିଧି): ଗୁଜରାଟର ୬ ସହର ଅହମଦାବାଦ, ଗାନ୍ଧୀନଗର, ସୁରଟ, ଭଦୋଦରା, ରାଜକୋଟ ଓ ଭବନଗରରେ ଚାଲିଥିବା ଜାତୀୟ କ୍ରୀଡ଼ାର ୪ର୍ଥ ଦିବସରେ ସୋମବାର ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୩ ରୌପ୍ୟ ସହ ମୋଟ୍‌ ୮ ପଦକ ମିଳିଛି। ସାଇକ୍ଲିଷ୍ଟ ଦୀନେଶ କୁମାର ଏକାକୀ ୨ଟି ସ୍ବର୍ଣ୍ଣ ପଦକ ଅର୍ଜନ କରିଛନ୍ତି। ସେ ସାଇକ୍ଲିଂର ବ୍ୟକ୍ତିଗତ ଓ ଟିମ୍‌ ପର୍ଶ୍ୟୁଟରେ ଏହି ସଫଳତା ପାଇଛନ୍ତି। ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ ୫୦ ମିଟର ରାଇଫଲ୍‌ ଏବଂ ସାଇକ୍ଲିଷ୍ଟ ସ୍ବସ୍ତି ସିଂ ଓମ୍‌ନିଅମ ରେସ୍‌ରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ଶୁଭଶ୍ରୀ ବିଶ୍ୱାଳ, ସୋନାଲି ସ୍ବାଇଁ, ରୀତୁ କାଉଡି, ଦୀପିକା ଖେସ୍‌, ସଞ୍ଜୁକ୍ତା ଡୁଙ୍ଗ୍‌ଡୁଙ୍ଗ, ରେଶ୍‌ମା ଲାକ୍ରା, ମନୀଷା କିସ୍‌ପୋଟା, ଝରଣା ହସ୍ତି ଓ ଅଶ୍ମିତା କେର୍କେଟାଙ୍କୁ ନେଇ ଗଠିତ ଓଡ଼ିଶା ରୋଇଂ ଦଳ ଡବ୍ଲ୍ୟୁ ୮ ଇଭେଣ୍ଟରେ ରୌପ୍ୟ ପଦକ ଅର୍ଜନ କରିଛନ୍ତି। ରୋଇଂର ଏଲ୍‌ଡବ୍ଲ୍ୟୁ୨ଏକ୍ସ ଇଭେଣ୍ଟରେ ଆଂଶିକା ଭାରତୀ ଓ ସୋନାଲିକା ଦାସ ଏବଂ ଡବ୍ଲ୍ୟୁ୪ଏକ୍ସ ଇଭେଣ୍ଟରେ ଆଂଶିକା ଭାରତୀ, ସୋନାଲିକା ଦାସ, ଅରୁଣପ୍ରୀତ କୌର ଓ ରିକେଲ ଲାକ୍ରା ବ୍ରୋଞ୍ଜ ପଦକ ପାଇଛନ୍ତି। ଅସୀଚାଳନାରେ ସିନିୟର ଓଡ଼ିଶା ଫଏଲ୍‌ ଦଳ ବ୍ରୋଞ୍ଜ ପଦକ ପାଇଛି। ରବିନ୍ଦର କୁମାର, ରବି ଶର୍ମା, ହେରୋଜିତ ସିଂ ଓ ରବି କୁମାର ଓଡ଼ିଶା ଦଳର ସଦସ୍ୟ ଥିଲେ। ଏହାକୁ ମିଶାଇ ଚଳିତ ଜାତୀୟ କ୍ରୀଡ଼ାରେ ଓଡ଼ିଶାର ପଦକ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଏହା ମଧ୍ୟରେ ୫ ସ୍ବର୍ଣ୍ଣ, ୪ ରୌପ୍ୟ ଓ ୭ ବ୍ରୋଞ୍ଜ ସାମିଲ।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ଯ୍ୟ ସମୟ ସରିଲା, ପାଣି ପାଇଲେନି ଚୂଳବାଡ଼ିବାସୀ: ଅଧାପନ୍ତରିଆ ‘ବସୁଧା’ ପ୍ରକଳ୍ପ

ଥୁଆମୂଳରାମପୁର,୩।୨ (ଦୁର୍ଗା କୀର୍ତ୍ତି):: ରାଜ୍ୟ ସରକାରଙ୍କ ‘ହର ଘର ଜଳ’ ସ୍ଲୋଗାନ ଏବେ ଦୁର୍ଗମ ଅଞ୍ଚଳରେ ପ୍ରହସନ ପାଲଟିଛି। କଳାହାଣ୍ଡି ଜଲା ଥୁଆମୂଳ ରାମପୁର ବ୍ଲକ ତଳଆମପଦର…

ଭାଙ୍ଗିଗଲା ଆଶା: ଜମି ରେଜିଷ୍ଟେଶନ ପାଇଁ ଯାଇଥିଲେ ତହସିଲ ଅଫିସ, ଦୁର୍ଘଟଣାରେ ଗଲା ଜୀବନ

କେସିଙ୍ଗା,୩ା୨(ତୁମେଶ୍ୱର ସାହୁ):  କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ ଉତ୍କେଲା ପଞ୍ଚାୟତ ମାଟିଆ ଗ୍ରାମର…

ତେଜିଲା ସମାନ କାମକୁ ସମାନ ଦରମା ଦାବି

ଛତ୍ରପୁର, ୩ା୨(ଦିଲୀପ ସାମଲ)-ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗୋପାଳପୁର ବନ୍ଦରରେ ସ୍ୱୀକୃତିପ୍ରାପ୍ତ ଭେଣ୍ଡର ଏବଂ କଣ୍ଟ୍ରାକ୍ଟରଙ୍କ ଅଧୀନରେ ଦୀର୍ଘଦିନ ଧରି କାମ କରୁଥିବା ଅପରେଟର, ଡ୍ରାଇଭର ଓ…

ଗୌରୀ ଶଙ୍କରଙ୍କୁ ଗୁରୁଦାୟିତ୍ୱ ଦେଲେ ନବୀନ: ହେଲେ ବିଜେଡି କାର୍ଯ୍ୟକାରୀ ସଭାପତି

ରାୟଗଡ଼ା,୩।୨(ଆଶିଷ ରଞ୍ଜନ ପଣ୍ଡା): ଜିଲା  ବିଜେଡି କାର୍ଯ୍ୟକାରୀ ସଭାପତି ହେଲେ ରାୟଗଡ଼ା ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ପି.ଗୌରୀ ଶଙ୍କର। ଏନେଇ ମଙ୍ଗଳବାର ପ୍ରେସ ରିଲିଜ  ପ୍ରକାଶ ପାଇଛି।…

ସେବା ସମବାୟ ସମିତିର ମିଲ ମାଲିକ ମାନଙ୍କ ସହିତ ମଧୁ ଚନ୍ଦ୍ରିକା: ଶୋଷଣର ଶିକାର ହେଉଛନ୍ତି…

ଦିଗପହଣ୍ଡି,୩।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଭୀଷ୍ମଗିରି ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଚାଷୀ ସଙ୍ଗଠନ ଅଖିଳ ଭାରତ କୃଷକ ସଭା ସ୍ଥାନୀୟ…

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ହାର୍ଡକୋର୍‌ ମାଓବାଦୀ ପ୍ରଭୁ

ରାଉରକେଲା,୩।୨(ସଂଗୀତା ଜେନା) ରାଜ୍ୟ ସରକାରଙ୍କ ନୂତନ ମାଓବାଦୀ ଆତ୍ମସମର୍ପଣ ନୀତିରେ ଆକୃଷ୍ଟ ହୋଇ ମଙ୍ଗଳବାର ଅପରାହ୍ନରେ ରାଉରକେଲା ପୋଲିସ ନିକଟରେ ସମର୍ପଣ କରିଛନ୍ତି ଜଣେ ହାର୍ଡକୋର୍‌ ମାଓବାଦୀ…

ଶିକ୍ଷା କ୍ଷେତ୍ରରେ ଦୂରତା ଯେପରି ବାଧକ ନ ସାଜିବ: ୧୦ ଜଣ ଛାତ୍ରୀଙ୍କୁ…

ଥୁଆମୂଳ ରାମପୁର, ୩।୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR)…

ଗଞ୍ଜାମରେ ବଢ଼ିଲା କୃଷ୍ଣସାର ମୃଗଙ୍କ ସଂଖ୍ୟା

ଗଞ୍ଜାମ,୩।୨(ବିଦ୍ୟାଧର ସାହୁ):ଗଞ୍ଜାମରେ ବୃଦ୍ଧି ପାଇଛି କୃଷ୍ଣସାର ମୃଗଙ୍କ ସଂଖ୍ୟା। ଏ ନେଇ ପିସିସିଏଫ ବନ୍ୟପ୍ରାଣୀ ଏକ୍ସରେ ସୂଚନା ଦେଇଛନ୍ତି। ପ୍ରଶିକ୍ଷିତ ଟିମ, ଡ୍ରୋନ ଓ AI ସହାୟତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri