‘ଓଡ଼ିଶାବାସୀ ଏଥର ମନସ୍ଥ କରିଛନ୍ତି ଡବଲ ଇଞ୍ଜିନ ସରକାର ଆଣିବେ’

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମଲ୍ଲିପଶିରୁ ଶନିବାର ଭାଜପାର ଏମ୍‌ପି ପ୍ରାର୍ଥୀ ଅନନ୍ତ ନାୟକ ଓ ପାଟଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଅଖିଳ ଚନ୍ଦ୍ର ନାୟକ ଏକ ବିରାଟ ବାଇକ୍‌ ରାଲିରେ ୭କିମି ପର୍ଯ୍ୟନ୍ତ ରୋଡ୍‌ ଶୋ’ ଶୋଭାଯାତ୍ରାରେ ଆସି ପଦ୍ମଫୁଲ ଚିହ୍ନରେ ଭୋଟ୍‌ ଦେଇ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆଣିବାକୁ ଲୋକଙ୍କୁ ନିବେଦନ କରିଥିଲେ। ଏହାପରେ ପାଟଣା ବ୍ୟାଙ୍କ ଛକ ପଡ଼ିଆରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ଏଥିରେ ଭାଜପା ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଫଗନ ସିଂ କୁଲୁସ୍ତେ ଯୋଗ ଦେଇ ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରଙ୍କ ଉପରେ ଜନ ଆକ୍ରୋଶ ରହିଛି। ଏଣୁ ସରକାରର ପଟ ପରିବର୍ତ୍ତନ ହେଉଛି। ଏଥର ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ଭାଜପା ସରକାର ପ୍ରତିଷ୍ଠା ହେବ। ଏଥିରେ ପୂର୍ବତନ ଜିଲା ସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ସାହାରପଡ଼ା ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ, ରାଜ୍ୟ ଆଦିବାସୀ ମହିଳା ମୋର୍ଚ୍ଚା ଉପସଭାପତି ମମିତା ନାଏକ, ଜିଲା ଭାଜପା ସମ୍ପାଦକ ହେମ ରଞ୍ଜନ ବାରିକ, ଜିଲା ସମ୍ପାଦକ ଲକ୍ଷ୍ମୀପ୍ରିୟା ପାତ୍ର, ସାଧାରଣ ସମ୍ପାଦକ ଅନୁବ୍ରତ ବେହେରା, କିରଣବାଳା ନାୟକ, ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ବିଜେଡି ଛାଡ଼ି ଭାଜପାରେ ବିଭିନ୍ନ ଦଳର ନେତା ଭାଜପାରେ ଯୋଗ ଦେଇଛନ୍ତି। ଏମାନଙ୍କ ମଧ୍ୟରେ ପରମେଶ୍ବର ପୃଷ୍ଟି, କରୁଣା ସାଗର ଖଟୁଆ, ପାଟଣା ଲ୍ୟାମ୍ପ ଡାଇରେକ୍ଟର ପ୍ରକାଶ ସେଠୀ, ବିକାଶ କୁମାର ସେଠୀ, ଧୃତି ସୁନ୍ଦର ସେଠୀଙ୍କ ସହ ୫୦ରୁ ଊଦ୍ଧର୍‌ବ ବିଜେଡି ନେତା ଭାଜପାରେ ଯୋଗଦେଇଥିଲେ। ବରିଷ୍ଠ ନେତା କମଳାକାନ୍ତ ଦାଶ, ଦୁର୍ଗାଚରଣ ଚରଣ ନାୟକ, ପ୍ରହଲ୍ଲାଦ ପଲେଇ, ସୋମ ବାରି ମୁଣ୍ଡା,ହରିଶ ମହାନ୍ତ, ସୁବ୍ରତ ଦ୍ବିବେଦୀ, ଅଭୟ ବେହେରା ପ୍ରମୁଖ ଆଗ ଧାଡ଼ିର ନେତା ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri