ବୋମାମାଡ଼ରେ ଭାଙ୍ଗିଲା ଘରର କବାଟ-ଝରକା, ଜଣେ ଗୁରୁତର

ଢେଙ୍କାନାଳ,୮ା୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ତରଭା ଫାଣ୍ଡି ନୂଆଗାଁରେ ଗୁରୁବାର ବିଳମ୍ବିତ ରାତିରେ ଗ୍ରାମର ବିଜୟ ନାୟକ (୪୭)ଙ୍କ ଘର ଉପରେ ବୋମାମାଡ଼ ହୋଇଛି। ବୋମାମାଡ଼ରେ ବିଜୟଙ୍କ ଘର କବାଟ ଓ ଝରକା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ବୋମାମାଡ଼ ପରେ ବିଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କାରଣ ଅସ୍ପଷ୍ଟ ଥିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ଘଟଣା କଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ସଦର ଏସ୍‌ଡିପିଓ ରମେଶ ଚନ୍ଦ୍ର ଦୋରା ଓ ସଦର ଥାନା ଅଧିକାରୀ ପ୍ରିୟବ୍ରତ ଦାସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।