ଆସୁଛି ବିନାଶ: ୨ କ୍ଷୁଦ୍ରତାରା ଧକ୍କାରେ ଚନ୍ଦ୍ରଠାରୁ ୧୦ଗୁଣା ହେବ ଉଜ୍ଜ୍ୱଳ ବିସ୍ଫୋରଣ

ଲଣ୍ଡନ, ୯ା୪:ଜ୍ୟୋତିର୍ବିଜ୍ଞାନୀମାନେ ପୃଥିବୀଠାରୁ ମାତ୍ର ୧୫୦ ଆଲୋକ ବର୍ଷ ଦୂରରେ ଏକ ବିରଳ ଉଚ୍ଚ ବହୁଳତା ବିଶିଷ୍ଟ ବାଇନାରି ଷ୍ଟାର୍‌ ସିଷ୍ଟମକୁ ଚିହ୍ନଟ କରିଛନ୍ତି, ଯେଉଁଥିରେ ୨ଟି କ୍ଷୁଦ୍ରତାରା ପରସ୍ପର ଆଡ଼କୁ ଅଗ୍ରସର ହେଉଛନ୍ତି। ୨,୩୦୦ କୋଟି ବର୍ଷ ପରେ ଉଭୟ କ୍ଷୁଦ୍ରତାରା ଧକ୍କାହେବା ସହ ଏକ ବିନାଶକାରୀ ଏବଂ ଚମକପ୍ରଦ ‘ଟାଇପ ୧ଏ ସୁପରନୋଭା’ ବିସ୍ଫୋରଣରେ ପରିଣତ ହେବେ। ଏହି ବିସ୍ଫୋରଣ ଏତେ ଉଜ୍ଜ୍ୱଳ ହେବ ଯେ, ଏହା ଚନ୍ଦ୍ର ଅପେକ୍ଷା ୧୦ ଗୁଣା ଆଲୋକ ବିସ୍ତାର କରିବ ଏବଂ ସମ୍ପୂର୍ଣ୍ଣ ଆକାଶ ଗଙ୍ଗା (ମିଲ୍କି) ଛାୟାପଥକୁ କିଛି ମୁହୂର୍ତ୍ତ ପାଇଁ ଚମକାଇଦେବ। ଗତ ୪ ତାରିଖରେ ନେଚର ଆଷ୍ଟ୍ରୋନୋମି ପତ୍ରିକାରେ ଏହି ଆବିଷ୍କାରକୁ ପ୍ରକାଶ କରାଯାଇଛି।
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ, ଉକ୍ତ ବାଇନାରି ଷ୍ଟାର୍‌ ସିଷ୍ଟମରେ ୨ଟି ଧଳା ରଙ୍ଗର କ୍ଷୁଦ୍ର ତାରା ରହିଛି, ଯାହା ଧୀରେ ଧୀରେ ପରସ୍ପର ଆଡ଼କୁ ଟାଣିହୋଇ ଆସୁଛି। ଉଭୟ କ୍ଷୁଦ୍ର ତାରାର ମୋଟ ବସ୍ତୁତ୍ୱ ସୂର୍ଯ୍ୟ ତୁଳନାରେ ୧.୫୬ ଗୁଣା ଅଧିକ, ଯାହା ସେମାନଙ୍କୁ ‘ଟାଇପ୍‌ ୧ଏ ସୁପରନୋଭା’ ବିସ୍ଫୋରଣ ପାଇଁ ଉପଯୁକ୍ତ କରିଥାଏ। ସମ୍ପ୍ରତି ଉଭୟ ତାରା ୧୪ ଘଣ୍ଟାରେ ନିଜର ଗୋଟିଏ ଘୂର୍ଣ୍ଣନ ସମାପ୍ତ କରୁଛନ୍ତି। ଆଗାମୀ ୨,୩୦୦ କୋଟି ବର୍ଷ ପରେ ଯେତେବେଳେ, ଉଭୟେ କ୍ଷୁଦ୍ର ତାରା ପରସ୍ପରକୁ ଧକ୍କାହେବେ ସେତେବେଳେ ସେମାନଙ୍କର ଗତି ଅତ୍ୟନ୍ତ ତୀବ୍ର ହୋଇଥିବ। ସେତେବେଳେ ସେମାନେ ୩୦ରୁ ୪୦ ସେକେଣ୍ଟ ମଧ୍ୟରେ ଗୋଟିଏ ଘୂର୍ଣ୍ଣନ ସମାପ୍ତ କରିବେ। ଛାୟାପଥରେ ଏହିପରି ବିସ୍ଫୋରଣ ୫୦୦ ବର୍ଷରେ ଥରେ ହୋଇଥାଏ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି।
ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁଯାୟୀ ୪ଟି ଚରଣରେ ଏହି ବିସ୍ଫୋରଣ ହେବ। ପ୍ରଥମ ଚରଣରେ ଏକ ତାରା ନିଜ ସାଥୀ ତାରାର ବସ୍ତୁତ୍ୱକୁ ଟାଣିବ। ଦ୍ୱିତୀୟ ଚରଣରେ ଉକ୍ତ ତାରାର ମୂଳ ଅଂଶରେ ବିସ୍ଫୋରଣ ହେବ ଏବଂ ଏଥିରେ ଥିବା ସାମଗ୍ରୀଗୁଡ଼ିକ ବିଭିନ୍ନ ଦିଗରେ ବିସ୍ତାରିତ ହେବ। ତୃତୀୟ ଚରଣରେ ଏହି ସାମଗ୍ରୀ ଅନ୍ୟ ଏକ ତାରା ସହ ଧକ୍କାହେବ ଫଳରେ ପୁଣିଥରେ ବିସ୍ଫୋରଣ ହେବ। ଅନ୍ତିମ ଚରଣରେ ଉଭୟ ତାରା ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯିବେ ଏବଂ ଏକ ଉଜ୍ଜ୍ୱଳ ସୁପରନୋଭାରେ ପରିଣତ ହେବେ। ଏହି ବିସ୍ଫୋରଣର ଶକ୍ତି ସବୁଠାରୁ ଶକ୍ତିଶାଳୀ ମାନବ ନିର୍ମିତ ପରମାଣୁ ବୋମା ଅପେକ୍ଷା ହଜାର ଟ୍ରିଲିୟନ ଗୁଣା ଅଧିକ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି। ତେବେ ପୃଥିବୀଠାରୁ ବହୁ ଦୂରରେ ଥିବାରୁ ଏହା ଲୋକଙ୍କୁ କ୍ଷତି ପହଞ୍ଚାଇବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ଆମେରିକାରେ ରହଣି ସମୟରେ ସନ୍ତାନ ଜନ୍ମ କଲେ ଭିସା ବାତିଲ, ପ୍ରଭାବିତ ହେବେ ଅନେକ ଭାରତୀୟ

ନୂଆଦିଲ୍ଲୀ,୧୧ା୧୨: ଆମେରିକାରେ ନାଗରିକତ୍ୱ ହାସଲ କରିବା ପାଇଁ ‘ଜନ୍ମ ପର୍ଯ୍ୟଟନ’କୁ ବନ୍ଦ କରିବା ଲକ୍ଷ୍ୟରେ ଆମେରିକା ଭିସା ନିୟମକୁ କଡ଼ାକଡ଼ି କରିଛି। ଭାରତରେ ଥିବା ଆମେରିକା...

ଗୋଲ୍ଡ କାର୍ଡ ଲଞ୍ଚ୍‌କଲେ ଟ୍ରମ୍ପ୍‌: ଜାଣନ୍ତୁ…

ଓ୍ବାଶିଂଟନ୍‌,୧୧ା୧୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବୁଧବାର ୧ ନିୟୁତ ଡଲାର ମୂଲ୍ୟର ‘ଟ୍ରମ୍ପ୍‌ ଗୋଲ୍ଡ କାର୍ଡ’ ଲଞ୍ଚ୍‌ କରିଛନ୍ତି। ଏହି ଭିଜା କାର୍ଯ୍ୟକ୍ରମ ଆପ୍ରବାସୀଙ୍କୁ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri