Posted inଜାତୀୟ

‘ପ୍ରଧାନଶିକ୍ଷକଙ୍କ ଭଳି ନିର୍ଦ୍ଦେଶ ଦିଅନ୍ତୁ ନାହିଁ’,ରାଜ୍ୟ ସଭାରେ ଧନଖର-ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୯।୮: ଶୁକ୍ରବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା ସାଙ୍ଗେସାଙ୍ଗେ ରାଗି ଯାଇଥିଲେ। ଯାହାକୁ ନେଇ ସେ କହିଛନ୍ତି, ମୁଁ ଜଣେ କଳାକାର ଏବଂ ସବୁ ଇସାରାକୁ ବହୁତ ଭଲ ଭାବରେ ବୁଝି ପାରୁଛି। ଧନଖରଙ୍କୁ ଜୟା ଆହୁରି କହିଛନ୍ତି , ମୋତେ କ୍ଷମା କରିବେ କିନ୍ତୁ ଆପଣଙ୍କର ଏପରି ବ୍ୟବହାର ମୋ ପାଇଁ ଆଦୌ ଗ୍ରହଣୀୟ ନୁହେଁ। କହିରଖୁଛୁ କି, ଅଧ୍ୟକ୍ଷ ଜୟା ବଚ୍ଚନଙ୍କୁ ଜୟା ଅମିତାଭ ବଚ୍ଚନ ବୋଲି ସମ୍ବୋଧିତ କରିଥିଲେ, ଯେଉଁଥିରେ ରାଜ୍ୟ ସଭା ଏମପି ଜୟା ଅନେକ ଥର ଆପତ୍ତି ଜଣାଇଥିଲେ।

ଯେତେବେଳେ ରାଜ୍ୟ ସଭାରେ ଭାଷଣ ଦେବା ପାଇଁ ଜୟା ବଚ୍ଚନଙ୍କ ପର୍ଯ୍ୟାୟ ଥିଲା, ସେତେବେଳେ ଅଧ୍ୟକ୍ଷ ତାଙ୍କ ନାମ ଡାକିଲେ। ଏହା ଉପରେ ଜୟା ବଚ୍ଚନ କହିଛନ୍ତି, ମୁଁ ଜଣେ କଳାକାର, ମୁଁ ଆପଣଙ୍କ ଇସାରା ଏବଂ ଅଭିବ୍ୟକ୍ତି ବୁଝିପାରୁଛି। ମୋତେ କ୍ଷମା କରନ୍ତୁ ସାର୍‌, କିନ୍ତୁ ଆପଣଙ୍କ ଏପରି ବ୍ୟବହାର ମୋ ପାଇଁ ଗ୍ରହଣୀୟ ନୁହେଁ। ଆପଣ ଚେୟାରରେ ଥିଲେ ମଧ୍ୟ ଆମେ ସହକର୍ମୀ ଅଟୁ। ଆପଣ ମୋତେ ପ୍ରଧାନଶିକ୍ଷକଙ୍କ ପରି ନିର୍ଦ୍ଦେଶ ଦିଅନ୍ତୁ ନାହିଁ। ତେବେ ଜୟାଙ୍କ ଏପରି କଥା ଶୁଣିି ଧନଖର ରାଗି ଯାଇଥିଲେ। ସେ କହିଥିଲେ, ସେହି ଧାରଣାରେ ରୁହନ୍ତୁ ନାହିଁ କି କେବଳ ଆପଣଙ୍କର ଖ୍ୟାତି ଅଛି। ସଂସଦର ଜଣେ ବରିଷ୍ଠ ସଦସ୍ୟ ଭାବରେ ଆପଣଙ୍କର ଗୃହ ଅଧ୍ୟକ୍ଷଙ୍କ ପ୍ରତିଷ୍ଠା ହ୍ରାସ କରିବାକୁ ଲାଇସେନ୍ସ ନାହିଁ।”

ଧନଖର ଆହୁରି କହିଛନ୍ତି, ଆପଣ କିଏ ହୁଅନ୍ତୁ ନା କାହିଁକି, ଆପଣ ଜଣେ ସେଲିବ୍ରିଟି ହୋଇଥିଲେ ମଧ୍ୟ ମୁଁ ଏଭଳି ଜିନିଷକୁ ଆଦୌ ବରଦାସ୍ତ କରିବି ନାହିଁ। ଏହା ମୋର ସ୍ବର, ମୋ ଭାଷା ଏବଂ ମୋର ସ୍ବଭାବ। ମୁଁ କାହାର ଆଦେଶ ଅନୁଯାୟୀ କାର୍ଯ୍ୟ କରେ ନାହିଁ।

ତେବେ ଗୃହ ବାହାରକୁ ଆସି ଜୟା ବଚ୍ଚନ ଗଣମାଧ୍ୟମକୁ କହିଛନ୍ତି, ମୁଁ ବାଚସ୍ପତିଙ୍କ ମୋ ପ୍ରତି ଉଠାଇଥିବା ସ୍ବରକୁ ବିରୋଧ କରିଥିଲି। ଆମେ ସ୍କୁଲ ଯାଉଥିବା ପିଲା ନୁହଁ। ଆମମାନଙ୍କ ମଧ୍ୟରୁ କେତେକ ବରିଷ୍ଠ ନାଗରିକଙ୍କୁ ସେ ଏପରି ବ୍ୟବହାର କରିପାରିବେ ନାହିଁ। ଯେତେବେଳେ ବିରୋଧୀ ଦଳ ନେତା କହିବା ପାଇଁ ଠିଆ ହେଲେ, ସେ ମାଇକ ବନ୍ଦ କରିଦେଲେ। ସେ କିପରି ଏମିତି କରୁଛନ୍ତି?


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri