ଶୀତରୁ ନିସ୍ତାର ନାହିଁ: ଏହି ସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୧୦।୧: ଶୀତରୁ ନିସ୍ତାର ନାହିଁ। ଏଭଳି ସ୍ଥିତିରେ ଶୀତ ପାଇଁ ୟେଲୋ ୱାର୍ଣ୍ଣିଂ
ଜାରି କରିଛି ପାଣି ପାଗ ବିଭାଗ। ରାଜ୍ୟର ୬ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲାଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଅନୁଗୋଳ।

ଅନ୍ୟପକ୍ଷେ ରାଜ୍ୟରେ ୧୬ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। କୌଣସି ବର୍ଷା ସମ୍ଭାବନା ନ ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗତ ୨ ସପ୍ତାହେ ହେଲା ଶୀତ ପ୍ରକୋପ ଲାଗି ରହିଛି । ଏଭଳି ଲଗାତାର ଶୀତ ବିଗତ ବର୍ଷମାନଙ୍କରେ ଅନୁଭୂତ ହୋଇ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।