ଫେସିଆଲ ପରେ କରନ୍ତୁନି ଏମିତି ଭୁଲ୍‌

ବାୟୁ ପ୍ରଦୂଷଣ ଯୋଗୁ ଆମ ସ୍କିନ୍‌ରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଫଳରେ ସ୍କିନ୍‌ ବହୁ ଶୀଘ୍ର ଖରାପ୍‌ ହେବାକୁ ଲାଗେ। ସ୍କିନ୍‌କୁ ଡଲ୍‌ ହେବାଠୁ ବଞ୍ଚାଇବାକୁ ହେଲେ ପ୍ରତି ମାସରେ ଫେସିଆଲ୍‌ କରିବା ନିହାତି ଜରୁରୀ। ଫଳରେ ଏହାର ଫାଇଦା ଆପଣଙ୍କୁ ମିଳିପାରିବ। କିନ୍ତୁ କେତେକେ ଅଛନ୍ତି ଫେସିଆଲ୍‌ କରିବା ସତ୍ତ୍ୱେ ତାଙ୍କ ମୁହଁରେ ଗ୍ଲୋ ଦେଖାଯାଇ ନ ଥାଏ। ଏଠାରେ ଆପଣଙ୍କୁ କେତୋଟି ଟିପ୍ସ ଦିଆଯାଉଛି ଯାହାକୁ ଫଲୋ କରିବା ଦ୍ୱାରା ଆପଣଙ୍କ ସ୍କିନ୍‌ ଗ୍ଲୋ କରିଥାଏ
ମୁହଁରେ ବାରମ୍ବାର ହାତ ମାରିବା
ଫେସିଆଲ୍‌ ପରେ ଯଦି ଆପଣ ନିଜ ମୁହଁରେ ବାରମ୍ବାର ହାତ ମାରୁଛନ୍ତି ତେବେ ହାତରେ ଥିବା ସଂକ୍ରମଣ ସ୍କିନ୍‌ରେ ପହଞ୍ଚତ୍ବ । ଫଳରେ ମୁଖବ୍ରଣ ସମସ୍ୟା ଦେଖାଯିବା ଆଶଙ୍କା ରହିଛି।
ମେକ୍‌ଅପ୍‌ କରିବା
ସବୁବେଳେ ଗୋଟିଏ କଥା ଧ୍ୟାନରେ ରଖନ୍ତୁ ଯେ ଫେସିଆଲ୍‌ ପରେ ତୁରନ୍ତ ମେକ୍‌ଅପ୍‌ ନିଅନ୍ତୁ ନାହିଁ। ଏହାଦ୍ୱାରା ସ୍କିନ୍‌ର କ୍ଷତି ହୋଇପାରେ। ଏଥିପାଇଁ ଭଲ ହେବ ଯଦି ଆପଣଙ୍କୁ କୌଣସି ଫଙ୍କ୍‌ସନକୁ ଯିବାର ଥାଏ ତେବେ ଏହାର ୩ ଦିନ ପୂର୍ବରୁ ଫେସିଆଲ୍‌ କରାଇ ନିଅନ୍ତୁ। ଏମିତି କରିବା ଦ୍ୱାରା ଫେସିଆଲ ପରେ ଓପନ ପୋର୍ସକୁ ମେକ୍‌ଅପ୍‌ କେମିକାଲଠୁ ସ୍କିନ୍‌କୁ ରକ୍ଷା କରିହେବ।
ଫେସ୍‌ଓ୍ବାଶ୍‌ କିମ୍ବା ସ୍କ୍ରବ୍‌ କରନ୍ତୁ ନାହିଁ
ଫେସିଆଲ୍‌ କରିବାର ୪-୬ ଘଣ୍ଟା ମଧ୍ୟରେ ଫେସ୍‌ଓ୍ବାଶ୍‌ କିମ୍ବା ସ୍କ୍ରବ୍‌ ବ୍ୟବହାର କରନ୍ତୁ ନାହିଁ। ଯଦି ଆପଣ ଭାବୁଥାନ୍ତି ମୁହଁକୁ ଧୋଇବା ଆବଶ୍ୟକ ବୋଲି ତେବେ ମୁହଁକୁ କେବଳ ଖାଲି ପାଣିରେ ହିଁ ଧୋଇଦିଅନ୍ତୁ। ଧ୍ୟାନରଖନ୍ତୁ ମୁହଁକୁ ପୋଛିବା ସମୟରେ ଟାଓ୍ବେଲକୁ ମୁହଁରେ ରଗଡ଼ନ୍ତୁ ନାହିଁ। ଏମିତି କରିବା ଦ୍ୱାରା ସ୍କିନ୍‌ ଡ୍ୟାମେଜ୍‌ ହୋଇପାରେ ଫେସିଆଲର ପ୍ରଭାବ କମ୍‌ ହୋଇଯିବା ଆଶଙ୍କା ରହିଛି।
ଖରାରେ ବାହାରକୁ ବାହାରନ୍ତୁନି
ଫେସିଆଲ୍‌ କରିବା ପରେ ତୁରନ୍ତ ଖରାକୁ ବାହାରନ୍ତୁ ନାହିଁ। ଫେସିଆଲ୍‌ ପରେ ତ୍ୱଚା ବହୁତ ନମନୀୟ ରହିଥାଏ। ଧୂଳି,ଖରା ଆଦି ତ୍ୱଚା ଲାଗି ହାନିକାରକ ହୋଇପାରେ। ଏଥିପାଇଁ କୌଣସି ପ୍ରକାର ଆଲର୍ଜିଠାରୁ ଦୂରେଇ ରହିବାକୁ ହେଲେ ଫେସିଆଲ୍‌ ପରେ ଖରାକୁ ବାହାରନ୍ତୁ ନାହିଁ।
ଓ୍ବାକ୍‌ସିଂ କରନ୍ତୁ ନାହିଁ
ଯଦି ଆପଣ ଓ୍ବାକ୍‌ସିଂ କରିବାକୁ ଭାବୁଥାନ୍ତି ତେବେ ଭଲ ହେବ ଫେସିଆଲ ପୂର୍ବରୁ ଏହାକୁ କରାଇ ନିଅନ୍ତୁ। କାରଣ ଫେସିଆଲ୍‌ କରିବା ପରେ ସ୍କିନ୍‌ ବହୁତ ସେନ୍‌ସିଟିଭ୍‌ ରହିଥାଏ। ଏମିତିରେ ଯଦି ଆପଣ ମୁହଁରେ ଓ୍ବାକସିଂ କରିବାକୁ ଭାବୁଥାନ୍ତି ଏହା ସ୍କିନ୍‌କୁ ଡ୍ୟାମେଜ୍‌ କରିବାର ଯଥେଷ୍ଟ ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୩ ଯାଏ ଝଡ଼ବର୍ଷା: ୧୬ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୨୯ା୩(ବନ୍ଦନା ସେଠୀ): ଏବେ ରାଜ୍ୟରେ ଦିନବେଳା ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବାବେଳେ ଅପରାହ୍ନରୁ ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚୁଛି। ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଓ ବାୟୁ…

ଏସ୍‌ସିବି ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗରେ ନିଅଁା

କଟକ,୨୯ା୩(ଶିଳ୍ପା ପ୍ରିୟଦର୍ଶିନୀ): ଏସ୍‌ସିବି ମେଡିକାଲ ପିଛା ଛାଡ଼ୁନି ଅଗ୍ନିକାଣ୍ଡ। ଶନିବାର ପୁଣି ମେଡିକାଲରେ ଶଟ୍‌ସର୍କିଟରୁ ନିଅଁା ଲାଗିଛି। ଅପରାହ୍ନ ପ୍ରାୟ ୪ଟା ସମୟରେ ମେଡିକାଲର ପ୍ଲାଷ୍ଟିକ ସର୍ଜରି…

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri