Posted inଜାତୀୟ

କଠୋର ହୁଅନ୍ତୁ ଖାର୍ଗେ, ଉପଦେଶ ଦେଲେ ରାହୁଲ

ନୂଆଦିଲ୍ଲୀ,୩୦।୧୧: ହରିୟାଣା ଓ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ପରାଜୟ ପରେ କଂଗ୍ରେସର ଶୀର୍ଷ ନେତାମାନେ ବିଚାରବିମର୍ଶ କରିଛନ୍ତି। କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା ଏବଂ ନିର୍ବାଚନ ଆୟୋଗର ଭୂମିକା ଉପରେ ପ୍ରଶ୍ନ ଉଠିଥିଲା। ଇଭିଏମ ସମେତ ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଥିବା ନେଇ ଦେଶବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବାକୁ ଦଳ ଘୋଷଣା କରିଛି।

ଏହା ବ୍ୟତୀତ ସଂଗଠନର ଉନ୍ନତି ପାଇଁ କଡା ପଦକ୍ଷେପ ନିଆଯିବା ଉଚିତ ବୋଲି କୁହାଯାଇଥିଲା। ସୂଚନାନୁସାରେ, ରାହୁଲ ଗାନ୍ଧୀ ଉତ୍ତରଦାୟିତ୍ୱକୁ ଦୃଷ୍ଟିରେ ରଖି କଠୋର ହେବାକୁ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ମଧ୍ୟ କହିଛନ୍ତି।

ବୈଠକରେ ରାହୁଲ ଗାନ୍ଧୀ ନେତାମାନଙ୍କୁ ସାହସ ନ ହରାଇବାକୁ ନିବେଦନ କରିଥିଲେ। ସେ କହିଛନ୍ତି, କେବଳ ଇଭିଏମ ପ୍ରଶ୍ନବାଚୀ ନୁହେଁ, ସମଗ୍ର ନିର୍ବାଚନ ବ୍ୟବସ୍ଥା ସନ୍ଦେହ ଘେରରେ ରହିଛି ଏବଂ ନିର୍ବାଚନ ଆୟୋଗ ନିରପେକ୍ଷ ଭୂମିକା ଗ୍ରହଣ କରୁନାହାଁନ୍ତି।

ସେହିପରି ଦଳକୁ ସୁଦୃଢ଼ କରିବାକୁ ହେଲେ କଠୋର ନିଷ୍ପତ୍ତି ନେବାକୁ ହେବ ଏବଂ ଉତ୍ତରଦାୟିତ୍ୱ ଧାର୍ଯ୍ୟ କରିବାକୁ ପଡ଼ିବ ବୋଲି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି। ନିର୍ବାଚନ ଫଳାଫଳରୁ ଆମକୁ ଶିକ୍ଷା ଗ୍ରହଣ କରିବାକୁ ହେବ ବୋଲି ଏଆଇସିସି ମୁଖ୍ୟାଳୟରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ଖାର୍ଗେ ମତ ଦେଇଛନ୍ତି। ଇଭିଏମ୍‌ ଯୋଗୁ ନିର୍ବାଚନ ପ୍ରକ୍ରିୟା ଉପରେ ସନ୍ଦେହ ସୃଷ୍ଟି ହୋଇଥିବା ସେ ବିଶ୍ୱାସ କରନ୍ତି। ମୁକ୍ତ ଏବଂ ସ୍ବଚ୍ଛ ନିର୍ବାଚନ ସୁନିଶ୍ଚିତ କରିବା ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ୱ। ଦଳରେ ଆଭ୍ୟନ୍ତରୀଣ କନ୍ଦଳକୁ ଖାର୍ଗେ ସମାଲୋଚନା କରିଛନ୍ତି।
ଦଳ ଭିତରେ ଏକତାର ଅଭାବ ଏବଂ ନିଜ ନେତାଙ୍କ ବିରୋଧରେ ମନ୍ତବ୍ୟ କଂଗ୍ରେସକୁ କ୍ଷତି ପହଞ୍ଚାଇଥିବା ଖାର୍ଗେ କହିଛନ୍ତି। ଦଳୀୟ ନେତାମାନଙ୍କୁ ଏକାଠି ରହିବା ସହ ପରସ୍ପର ବିରୋଧରେ ସର୍ବସାଧାରଣରେ କିଛି ନ କହିବା ପାଇଁ ସେ ନିବେଦନ କରିଛନ୍ତି। ଆମେ ଯଦି ନିର୍ବାଚନରେ ଏକାଠି ନ ରହିବା ଏବଂ ପରସ୍ପର ବିରୋଧରେ ମନ୍ତବ୍ୟ ଦେବା, ତେବେ ବିରୋଧୀଙ୍କୁ କିପରି ପରାଜିତ କରିବାରେ ସମର୍ଥ ହେବା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଜାତୀୟ ପ୍ରସଙ୍ଗକୁ ନେଇ ରାଜ୍ୟ ନିର୍ବାଚନ ଲଢ଼ାଯିବା ଉଚିତ ନୁହେଁ ବୋଲି ଖାର୍ଗେ କହିଛନ୍ତି। ଦଳୀୟ ଶୃଙ୍ଖଳାକୁ କଡ଼ାକଡ଼ି ପାଳନ କରିବା ଗୁରୁତ୍ୱପୂର୍ଣ୍ଣ। ଆମକୁ ସବୁ ପ୍ରକାର ସ୍ଥିତିରେ ଏକ ହୋଇ ରହିବାକୁ ପଡ଼ିବ। ଦଳର ବିଜୟ ଆମର ବିଜୟ ଏବଂ ଦଳର ପରାଜୟ ଆମର ପରାଜୟ ବୋଲି ପ୍ରତ୍ୟେକ ଚିନ୍ତା କରିବା ଆବଶ୍ୟକ ବୋଲି ଖାର୍ଗେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri