ବନ୍ଧୁକକୁ ଡର ନାହିଁ

କାବୁଲ,୧୦।୯: ପୁରୁଷ ପ୍ରଧାନ, ରୂଢ଼ିବାଦୀ, କଠୋରପନ୍ଥୀ, ବର୍ବର। ଏମିତି ଯେତେ ନକାରାମତ୍କ ଉପମା ଦେଲେ ବି କମ୍‌ ହେବ ତାଲିବାନ୍‌ ପାଇଁ। କଥା କଥାକେ ସର୍ବସମ୍ମୁଖରେ ଟେକା ଫିଙ୍ଗି, ଗୁଳି କରି ଅଥବା ଖୁଣ୍ଟରେ ଝୁଲାଇ ହତ୍ୟା କରିବାର ହୃଦୟ ବିଦାରକ ଛବି ଲିଭି ନ ଥିଲା ଆଫଗାନ୍‌ ମହିଳାଙ୍କ ମନରୁ। ପୁଣିଥରେ କ୍ଷମତା ଦଖଲ କରିଛି ଏହି କୁଖ୍ୟାତ୍‌ ଆତଙ୍କବାଦୀ ସଙ୍ଗଠନ। ଏଥିସହ ପୁଣି ଫେରିଛି କୋଡ଼ିଏ ବର୍ଷ ତଳର ବର୍ବରତା। ମହିଳାମାନେ ଚାରିକାନ୍ଥ ଭିତରେ ଆବଦ୍ଧ ହୋଇ ରହିବେ। ସେମାନେ ଜରୁରୀ କାମରେ ବାହାରକୁ ଗଲେ ଆପାଦମସ୍ତକ ବୁର୍ଖାରେ ଢାଙ୍କି ହୋଇଥିବେ। କୌଣସି କ୍ରୀଡ଼ା ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗନେଇ ପାରିବେ ନାହିଁ। ଏପରି କି ପାଠ ପଢ଼ିବାବେଳେ ଛାତ୍ରୀ ଓ ଛାତ୍ରଙ୍କ ମଧ୍ୟରେ ପରଦା ଟାଙ୍ଗିଦିଆଯିବ। ଏହା ହେଉଛି ତାଲିବାନ୍‌ର ଅଲିଖିତ ସମ୍ବିଧାନ ଓ ଅକାଟ୍ୟ ଫତ୍‌ଓ୍ବା। ଏହା ହେଉଛି ଇସ୍‌ଲାମିକ୍‌ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନରେ ମୁଲ୍ଲାମାନଙ୍କ ଶରିଆ ଆଇନ୍‌, ଯାହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ମହିଳା। ସର୍ବକ୍ଷମା ଘୋଷଣା କରି ଆମେ ବଦଳିଯାଇଛୁ ବୋଲି ଦାବି କରୁଥିବା ତାଲିବାନ୍‌ର ମୁଖା ଖୋଲିଦେଇଛି ବିକ୍ଷୋଭରତ ମହିଳାମାନଙ୍କ ଉପରେ ଏହାର ଚାବୁକ୍‌ ପ୍ରହାର ଓ ଲାଠିମାଡ଼।

ଇସ୍‌ଲାମିକ୍‌ ଏମିରେଟ୍‌ ଅଫ୍‌ ଆଫଗାନିସ୍ତାନରେ କେବଳ ପୁରୁଷଙ୍କୁ ନେଇ ଗଠିତ ତାଲିବାନ୍‌ କ୍ୟାବିନେଟ ବିରୋଧରେ ରାଜଧାନୀ କାବୁଲ ସମେତ ପରଓ୍ବାନ୍‌ ଓ ନିମ୍‌ରୁଜ୍‌ ପ୍ରଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଜାରି ରହିଛି। ଏଥିଲାଗି ତାଲିବାନ୍‌ ମୋବାଇଲ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦେଇଛି। ଉତ୍ତର-ପୂର୍ବ ବଡ଼ାଖଶାନ୍‌ ପ୍ରଦେଶରେ ଶତାଧିକ ମହିଳା ବିକ୍ଷୋଭ କରିଛନ୍ତି। ସରକାରରେ ମହିଳାଙ୍କୁ ମନ୍ତ୍ରୀ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଶୋଭାଯାତ୍ରାରେ ବାହାରିଥିବା ବିକ୍ଷୋଭକାରୀଙ୍କ ହାତରେ ପ୍ଲାକର୍ଡ ଥିଲା। ସେଥିରେ ଲେଖାଥିଲା, ଆମ ସ୍ବରକୁ ଅସ୍ତ୍ରଶସ୍ତ୍ର ବଳରେ କେହି ନୀରବ କରିପାରିବେ ନାହିଁ। ସେମାନେ ‘ମହିଳା ଜିନ୍ଦାବାଦ୍‌’, ‘ପାକିସ୍ତାନ ମୁର୍ଦ୍ଦାବାଦ୍‌’ ଓ ‘ଆମେରିକା ମୁର୍ଦ୍ଦାବାଦ’ ନାରା ମଧ୍ୟ ଦେଇଥିଲେ। କାବୁଲର ଉତ୍ତର-ପୂର୍ବ ସ୍ଥିତ କପିସା ପ୍ରଦେଶରେ ଶୋଭାଯାତ୍ରା ବେଳେ ଅନେକ ମହିଳାଙ୍କୁ ତାଲିବାନ୍‌ ଗିରଫ କରିଛି। ବିକ୍ଷୋଭକାରୀଙ୍କୁ ତାଲିବାନ୍‌ ଲଢ଼ୁଆମାନେ ମାଡ଼ ମାରିଛନ୍ତି। ମଙ୍ଗଳବାର ହେରାତ୍‌ ସହରରେ ବିକ୍ଷୋଭବେଳେ ତାଲିବାନ୍‌ ଗୁଳିରେ ୩ ଜଣଙ୍କ ଜୀବନ ଯାଇଥିଲା। ଏନେଇ ମହିଳା ବିକ୍ଷୋଭକାରୀ ଦିବା ଫରାହମନ୍ଦ କହିଛନ୍ତି, ଆମେ ଗତକାଲିର ମହିଳା ନୋହୁଁ। ଆମେ ଆମର ଅଧିକାର ଚାହୁଁ। ଅତୀତରେ ଆମେ ଅନେକ ହିଂସାକୁ ସାମ୍ନା କରିଥିଲୁ। କିନ୍ତୁ ଏବେ ଲଢ଼େଇ ଜାରି ରଖିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଏହି ୨ଟି ଦଳ T20 World Cup Super-8 ପାଇଁ ଟିକେଟ ପାଇପାରନ୍ତି, ପୂର୍ବରୁ ୫ଦଳକୁ ମିଳି ସାରିଛି ଏଣ୍ଟ୍ରି

ନୂଆଦିଲ୍ଲୀ,୧୭।୨: ୨୦୨୬ ଟି-୨୦ ବିଶ୍ୱକପ ଯାତ୍ରା ଆରମ୍ଭ ହୋଇଥିଲା ୨୦ଟି ଦଳକୁ ପାଞ୍ଚଟି ଲେଖାଏଁ ଗ୍ରୁପରେ ରଖାଯାଇ। ଏବେ ଗ୍ରୁପ ପର୍ଯ୍ୟାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ…

ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯିବା ବେଳେ କାର୍ ଦୁର୍ଘଟଣା, ଦୁଇ ପରୀକ୍ଷାର୍ଥୀ ସମେତ ୬ ଆହତ

କେନ୍ଦୁଝର,୧୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି । ତେବେ ସକାଳ ପ୍ରାୟ ୮ଟା୩୦…

T20 World Cup 2026: ସୁପର ୮ରେ ପ୍ରଥମେ କେଉଁ ଟିମ୍‌ ସହ ଖେଳିବ ଟିମ୍‌ ଇଣ୍ଡିଆ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୨: ଟିମ ଇଣ୍ଡିଆ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହିତ ICC T20 ବିଶ୍ୱକପ 2026ର ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ତା’ର ତୃତୀୟ…

କବିତା ପାଠୋତ୍ସବ, ବରିଷ୍ଠ ନାଗରିକଙ୍କ ସମ୍ମାନ-ସୁରକ୍ଷା ସୁନିଶ୍ଚିତ ଲକ୍ଷ୍ୟ

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ପ୍ରଶାସନ ବରିଷ୍ଠ ନାଗରିକଙ୍କ ସମ୍ମାନ, ସୁରକ୍ଷା ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏକ ଅଭିନବ ପ୍ରୟାସ ଇତିମଧ୍ୟରେ ଆରମ୍ଭ କରିଛି ।…

ଆଜିଠାରୁ ଆରମ୍ଭ ହେଲା ସିବିଏସଇ ଦଶମ-ଦ୍ୱାଦଶ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ,୧୭।୨: ମଙ୍ଗଳବାର ବା ଆଜିଠାରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହେଉଛି, ଯେଉଁଥିରେ ୪୩ ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ପରୀକ୍ଷା ଦେଉଛନ୍ତି, ପ୍ରାୟ…

ଛାତିଥରା… ପ୍ରେମିକାକୁ ହତ୍ୟା କରି ଯୌନ ସମ୍ପର୍କ ରଖିଲେ ପ୍ରେମିକ, ତନ୍ତ୍ର କରି ଆତ୍ମାକୁ କହିଲେ Sorry

ଭୋପାଳ,୧୭ା୨: ମଧ୍ୟପ୍ରଦେଶର ଇନ୍ଦୋରର ଦ୍ୱାରକାପୁରୀ ପୋଲିସ ଷ୍ଟେସନ ଅଞ୍ଚଳରେ ଜଣେ ଏମବିଏ ଛାତ୍ରୀଙ୍କ ହତ୍ୟା ମାମଲାରେ, ପୋଲିସ ଅଭିଯୁକ୍ତ ପ୍ରେମିକ ପୀୟୁଷକୁ ମୁମ୍ବାଇରୁ ଗିରଫ କରିଛି ।…

ନାବାଳିକା ବଳାତ୍କାର, ଗର୍ଭପାତ ମାମଲା: ମିଳିଲା ନବଜାତକ

ଯାଜପୁରରୋଡ଼, ୧୭ା୨(ପବିତ୍ର ରଞ୍ଜନ ମହାନ୍ତି): ଯାଜପୁରରୋଡ ଥାନା ପୋଲିସ ନାବାଳିକା ଗର୍ଭପାତ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ନାବାଳିକାଙ୍କୁ ଗର୍ଭବତୀ କରିଥିବା କୋପଣ୍ଡ…

ଆଜି ବର୍ଷର ପ୍ରଥମ ସୂର୍ଯ୍ୟୋପରାଗ, ଭାରତରେ ଦୃଶ୍ୟମାନ…

ଭୁବନେଶ୍ୱର,୧୭ା୨ (ସୁଚିସ୍ମିତା ସାହୁ): ବର୍ଷର ପ୍ରଥମ ବଳୟ ସୂର୍ଯ୍ୟୋପରାଗ ମଙ୍ଗଳବାର ସଙ୍ଗଠିତ ହେବ । ଆଫ୍ରିକାର ଦକ୍ଷିଣ ପାର୍ଶ୍ୱ, ଦକ୍ଷିଣ ଆମେରିକାର ଦକ୍ଷିଣ ପାର୍ଶ୍ୱ, ପ୍ରଶାନ୍ତ ମହାସାଗର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri