Posted inଫୁରସତ

ବହି ଲେଖି ପରିବେଶକୁ ଦାନ

ଜଳବାୟୁପରିବର୍ତ୍ତନ ସାରା ବିଶ୍ୱ ପାଇଁ ଆହ୍ବାନ ସୃଷ୍ଟି କରିଥିବାବେଳେ ଯୁବପିଢ଼ି କିପରି ଏ ଦିଗରେ ସଚେତନ ହେବେ ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌-୨୦୨୨’। ନଭେମ୍ବର ୨୪ ତାରିଖ ‘ଧରିତ୍ରୀ’ର ଜନ୍ମବାର୍ଷିକୀ ପାଳନ ଅବସରରେ ଆୟୋଜନ ହେବାକୁ ଥିବା ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ଏଥିସହିତ ରାଜ୍ୟର ବହୁ ଶିକ୍ଷାନୁଷ୍ଠାନରୁ ଯୁବବକ୍ତା ଅଂଶଗ୍ରହଣ କରି ସେମାନଙ୍କ ସୁଚିନ୍ତିତ ମତାମତ ଦେବେ। ଯୁବ ପରିବେଶବିତ୍‌ଙ୍କ ସମ୍ପର୍କରେ…

‘ଧରିତ୍ରୀ’ ପକ୍ଷରୁ ଆସନ୍ତା ୨୪ତାରିଖରେ ‘ଯୁବ ସମ୍ମିଳନୀ’ ବା ‘ୟୁଥ୍‌ କନ୍‌କ୍ଲେଭ୍‌’-୨୦୨୨ ଆୟୋଜନ ହେବାକୁ ଯାଉଛି। ଏହି ଯୁବ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ଯୁବ ପରିବେଶବିତ୍‌ମାନେ ଯୋଗଦେବେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ଉଦୀୟମାନ ଯୁବ ଲେଖକ ତଥା ଗବେଷକ ସାଗର ପ୍ରଧାନ। ସାଗର ପୁସ୍ତକ ରଚନା କରି ସଂଗୃହୀତ ଅର୍ଥକୁ ପରିବେଶ ସୁରକ୍ଷା ଦିଗରେ ଲଗାଉଛନ୍ତି, ଯାହାକି ବହୁ ଯୁବପିଢ଼ିଙ୍କ ପାଇଁ ସେ ଆଦର୍ଶ ହୋଇପାରିଛନ୍ତି। ପେସାରେ ଜଣେ ସଫ୍ଟଓ୍ବେର ଇଞ୍ଜିନିୟର। କିନ୍ତୁ ନିଶା ହେଉଛି ପୁସ୍ତକ ରଚନା ଏବଂ ପରିବେଶ ସୁରକ୍ଷା କରିବା। ୩୧ବର୍ଷୀୟ କେନ୍ଦ୍ରାପଡ଼ାର ସାଗର ପ୍ରଧାନଙ୍କୁ ପରିବେଶ ସୁରକ୍ଷା ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିତ ଜାତିସଂଘ ପକ୍ଷରୁ ୨୦୨୧ରେ ‘ବିଶ୍ୱ ପରିବେଶ ଦିବସ ହିରୋ-୨୦୨୦’ ଭାବେ ସମ୍ମାନିତ କରାଯାଇଛି। ଏହାପୂର୍ବରୁ ୨୦୧୯ରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ସମ୍ମାନିତ କରିଥିଲେ। ଏଥିସହ ସେ ବହୁ ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଏହି ପ୍ରତିଭା ପାଇଁ ସେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ ୨୦୨୨ରେ ବି ସ୍ଥାନ ପାଇଛନ୍ତି।
ସାଗର ବାଙ୍ଗାଲୋରର ଏକ କମ୍ପାନୀରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାର୍ଯ୍ୟରତ। ଛୋଟ ବେଳରୁ ପୁସ୍ତକ ରଚନା କରିବାର ସ୍ବପ୍ନ ଥିବାରୁ ଧୀରେ ଧୀରେ ଲେଖିବା ଆରମ୍ଭ କରିଥିଲେ। ବିଶେଷକରି ପ୍ରଯୁକ୍ତି ବିଦ୍ୟା ସମ୍ବନ୍ଧୀୟ ପୁସ୍ତକ ରଚନା କରୁଛନ୍ତି। ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ, ଜାଭା ପ୍ରୋଗ୍ରାମିଂ, ବେସିକ ଜାଭା ବୁକ୍‌, ଇ-କର୍ମସ ଭଳି ପୁସ୍ତକ ରଚନା କରିଛନ୍ତି। ସାଗର ଏହାରି ଭିତରେ ୭ଟି ପୁସ୍ତକ, ୨୮ଟି ଅନୁସନ୍ଧାନ ଆଲେଖ୍ୟ ସହ ଅନେକ କ୍ଷୁଦ୍ର ଗଳ୍ପ ସଙ୍କଳ୍ପ ମଧ୍ୟ ରଚନା କରିଛନ୍ତି। ତାଙ୍କ ରଚିତ ପୁସ୍ତକ କେବଳ ଭାରତ ନୁହେଁ, ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନରେ ପଢ଼ାଯାଉଛି। ବିଶ୍ୱବଜାରରେ ଏହି ପୁସ୍ତକ ଉପଲବ୍ଧ ହେଉଛି। ଏଥିରୁ ଯେଉଁ ରୟାଲ୍‌ଟି ପାଉଛନ୍ତି, ତାକୁ ନିଜେ ନ ରଖି ଏକ ମହତ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ଚିନ୍ତା କରିଥିଲେ। ସାଗରଙ୍କ ମତରେ ବହି ରଚନା କଲେ ଆମେ ଯେଉଁ କାଗଜ ବ୍ୟବହାର କରୁଛେ, ତା’ ପ୍ରତି ବଦଳରେ ଆମେ ପରିବେଶକୁ ଯଦି କିଛି ଦେବା ନାହିଁ, ତା’ହେଲେ ଆମ କାର୍ଯ୍ୟଧାରା ନିରର୍ଥକ ହୋଇଯିବ। ଗୋଟେ ପୁସ୍ତକ ରଚନାରେ ଯେମିତି ଜଣେ ଲେଖକ, ପ୍ରକାଶକଙ୍କ ଅବଦାନ ରହିଛି, ସେମିତି ଗୋଟେ ବୃକ୍ଷର ସବୁଠାରୁ ବଡ଼ ଅବଦାନ ରହୁଛି। କାରଣ ପୁସ୍ତକଟି କାଗଜରେ ଲେଖାଯାଉଛି ଏବଂ ସେହି କାଗଜ ପାଇଁ ଗୋଟେ ଗଛର ଜୀବନ ଯାଉଛି। ତେଣୁ ସେ ପୁସ୍ତକରୁ ଯେଉଁ ରୟାଲ୍‌ଟି ଆସୁଛି ତାକୁ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ମିଳିତ ଜାତିସଂଘ ସହ ଯୋଡ଼ିହେଲେ। ତାଙ୍କ ପୁସ୍ତକ ଆଲେଖ୍ୟରୁ ଆସୁଥିବା ସମସ୍ତ ଅର୍ଥକୁ ସେ ମିଳିତ ଜାତିସଂଘ ଦ୍ୱାରା ପରିଚାଳିତ ପରିବେଶ ସୁରକ୍ଷା ସଂସ୍ଥାକୁ ଦାନ କରୁଛନ୍ତି। ଗତ ୧୦ବର୍ଷ ହେଲାଣି ସେ ଏଭଳି ଦାନ କରି ଆସୁଛନ୍ତି। ତାଙ୍କ ଅର୍ଥରେ ୧୦ହଜାରରୁ ଊର୍ଦ୍ଧ୍ୱ ବୃକ୍ଷରୋପଣ କରାଯାଇଥିବାବେଳେ ୧୨ଟି ଛୋଟ ହ୍ରଦର ପୁନରୁଦ୍ଧାର କରାଯାଇପାରିଛି। ଏ ନେଇ ସାଗର କୁହନ୍ତି, ପୁସ୍ତକ ରଚନା କିମ୍ବା କୌଣସି ଶିକ୍ଷାକୁ ନେଇ ମୋର ବ୍ୟବସାୟ କରିବାର ଉଦ୍ଦେଶ୍ୟ ନ ଥିଲା। ଏବେ ମଧ୍ୟ ନାହିଁ। ନିଜେ ପଢ଼ିବା ସମୟରେ ଭଲ ପ୍ରକାଶକଙ୍କ ପୁସ୍ତକ କିଣିବା ପାଇଁ ସାମର୍ଥ୍ୟ ନ ଥିବାରୁ ଜେରକ୍ସ କରି ଆଣି ପଢ଼ୁଥିଲି। ଯେହେତୁ ମୁଁ ଭଲ ନୋଟ୍‌ କରେ, ତେଣୁ ଭାବେ, ଯଦି ମୁଁ କେବେ ବହି ଲେଖିପାରନ୍ତି ତେବେ ଏହିଭଳି ପୁସ୍ତକକୁ କମ୍‌ ଟଙ୍କାରେ ବିକ୍ରି କରିପାରନ୍ତି। ଫଳରେ ବହୁ ପିଲା ଉପକୃତ ହୋଇପାରିବେ। ଯେତେବେଳେ ପୁସ୍ତକ ପ୍ରକାଶ ପାଇଲା ଏବଂ କିଛି ଅର୍ଥ ପାଇଲି, ସେତେବେଳେ ସେହି ଅର୍ଥକୁ କିପରି ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବି ତାହା ଚିନ୍ତା କଲି। ତେଣୁ ମିଳିତ ଜାତିସଂଘ ସହ ଯୋଡ଼ିହୋଇ ସେହି ଟଙ୍କାକୁ ପରିବେଶ ସୁରକ୍ଷା ଦିଗରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନେଲି। ତେବେ ୨୦୧୪ରେ ପ୍ରଥମ ପୁସ୍ତକ ‘ଜାଭା’ ପ୍ରକାଶ ପାଇଥିଲା। ତାହା ଅଳ୍ପ ଲୋକପ୍ରିୟ ହୋଇଥିଲା। କିନ୍ତୁ ୨୦୧୮ରେ ଦ୍ୱିତୀୟ ପୁସ୍ତକ ‘ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗ୍‌ସ’ ମୋତେ ପରିଚୟ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଭାଙ୍ଗିଗଲା ଇଟାଲୀର ଫିଫା ବିଶ୍ୱକପ ସ୍ବପ୍ନ: ଲଗାତାର ତୃତୀୟ ଥର ପାଇଁ ଯୋଗ୍ୟତା ଅର୍ଜନ କରିପାରିଲା ନାହିଁ

ରୋମ,୧।୪: ଚାରିଥର ଫିଫା ବିଶ୍ୱକପ ଚାମ୍ପିଅନ ଇଟାଲୀ ଆଉ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳ ଲଗାତାର ତୃତୀୟ ଥର ପାଇଁ ଫିଫା ବିଶ୍ୱକପ ପାଇଁ…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

ଉତ୍କଳ ଦିବସରେ ଓଡିଆରେ ବଡ଼ କଥା କହିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ଦିନରେ…

ନୂଆଦିଲ୍ଲୀ,୧।୪: ଆଜି ଉତ୍କଳ ଦିବସ। ଚାରିଆଡ଼େ ଉତ୍ସାହର ମାହୋଲ। ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟବାସୀଙ୍କୁ ଶୁଭେଚ୍ଛା…

ଅନ୍ତର୍ଜାତୀୟ ସ୍ତରର ଅପମାନ ପାଇଲା ପାକିସ୍ତାନ, ଭିଡିଓ ହେଉଛି ଭାଇରାଲ

ଇସଲାମାବାଦ,୧।୪: PSL 2026 ରେ, ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ ଲଜ୍ଜାର କାରଣ ପାଲଟିଥିବା ଘଟଣାଗୁଡ଼ିକର ଏକ ଶୃଙ୍ଖଳା ସାମ୍ନାକୁ ଆସିଛି। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚରେ, ଜର୍ସିରୁ ରଙ୍ଗ…

ଯୁଦ୍ଧ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଲା ଇସ୍ରାଏଲ, ନେତାନ୍ୟାହୁ କରିବେ ଏମିତି କାମ, ଇରାନ କାବା

ନୂଆଦିଲ୍ଲୀ,୧।୪: ଇରାନ ବିରୁଦ୍ଧରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ନୂତନ ଏବଂ ପ୍ରମୁଖ ରଣନୈତିକ ପଦକ୍ଷେପର ସଙ୍କେତ ଦେଇଛନ୍ତି। ନେତାନ୍ୟାହୁ କହିଛନ୍ତି…

ସାବଧାନ! ୧ ଏପ୍ରିଲରୁ ବଦଳିଲା UPIର ପ୍ରକ୍ରିୟା, ପେମେଣ୍ଟ ଉପରେ ଲାଗିଲା…

ନୂଆଦିଲ୍ଲୀ,୧।୪: ଯଦି ଆପଣ ଚା ଦୋକାନ ଠାରୁ ଆରମ୍ଭ କରି ସପିଂ ମଲ ପର୍ଯ୍ୟନ୍ତ ସବୁଠି ପେମେଣ୍ଟ ପାଇଁ PhonePe, Google Pay, କିମ୍ବା Paytm ଭଳି…

ବଢିଲା ପେଟ୍ରୋଲ-ଡିଜେଲ ଦାମ୍‌, ଏଥର ମୁଣ୍ଡରେ ହାତ ଦେବେ ଗ୍ରାହକ

ନୂଆଦିଲ୍ଲୀ,୧।୪: ଦେଶବ୍ୟାପୀ ପ୍ରିମିୟମ ପେଟ୍ରୋଲ ମୂଲ୍ୟ ବୃଦ୍ଧି ପରେ, ପ୍ରିମିୟମ ଡିଜେଲ ମଧ୍ୟ ମହଙ୍ଗା ହୋଇଯାଇଛି। ତେଲ କମ୍ପାନୀଗୁଡ଼ିକ ସୋମବାର ମଧ୍ୟରାତ୍ରିରୁ ପ୍ରିମିୟମ ଡିଜେଲ ମୂଲ୍ୟ ପ୍ରାୟ…

ରାହୁଲଙ୍କ ବଡ଼ ଚେତାବନୀ, ଦେଶରେ ଆସିବ ‘Economic Earthquake’, ମୋଦି କହିଲେ…

ନୂଆଦିଲ୍ଲୀ,୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣରେ ପଶ୍ଚିମ ଏସିଆର ସଙ୍କଟ କେନ୍ଦ୍ରବିନ୍ଦୁ ପାଲଟିଥିଲା। ଉଭୟ ନେତା ଭାରତ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri