ଘରୋଇ ପୁଞ୍ଜିଗତ ବ୍ୟୟ ୨.୪୫ ଲକ୍ଷ କୋଟି ବୃଦ୍ଧି ଆଶଙ୍କା

ଭୁବନେଶ୍ୱର,୨୧।୮ (ଅନୁରାଧା ମହାରଣା): ଆର୍ଥିକ ବର୍ଷ ୨୦୨୪-୨୫ରେ ବେସରକାରୀ ଘରୋଇ କମ୍ପାନୀଗୁଡ଼ିକ ଦ୍ୱାରା ପୁଞ୍ଜିଗତ ବ୍ୟୟ ଖର୍ଚ୍ଚ ୨.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇପାରେ। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଏପରି ତଥ୍ୟ ପ୍ରକାଶ ପାଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନ ଦ୍ୱାରା ଅନୁମୋଦିତ ପ୍ରକଳ୍ପଗୁଡ଼ିକ ରେକର୍ଡ ସର୍ବାଧିକ ୩.୯୦ ଲକ୍ଷ କୋଟିରେ ପହଞ୍ଚତ୍ଥିଲା। ଏଥିମଧ୍ୟରୁ ୨୦୨୪ ଆର୍ଥିକ ବର୍ଷରେ ୫୪ ପ୍ରତିଶତ ପୁଞ୍ଜି ବିନିଯୋଗ କରାଯିବାକୁ ଥିବାବେଳେ ୨୦୨୫ ଆର୍ଥିକ ବର୍ଷରେ ୩୦ ପ୍ରତିଶତ ପୁଞ୍ଜି ବିନିଯୋଗ ଏବଂ ବାକି ବର୍ଷଗୁଡ଼ିକରେ ବାକି ରଖିବାକୁ ପ୍ରସ୍ତାବ ଦିଆଯାଇଛି। ଆର୍‌ବିଆଇ ଅଧ୍ୟୟନରେ କୁହାଯାଇଛି, ଯଦି ତିନୋଟି ମାଧ୍ୟମରେ ଆର୍ଥିକ ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକର ସ୍ଥିତିକୁ ଦେଖାଯାଏ, ତେବେ ୨୦୨୪-୨୫ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ବହୁଳ ଭାବରେ ୨.୪୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ହୋଇପାରେ ଯାହାକି ଗତ ବର୍ଷ ୧.୫୯ ଲକ୍ଷ କୋଟି ଟଙ୍କା ଥିଲା।
ଅନ୍ୟାନ୍ୟ ଆର୍ଥିକ ଚ୍ୟାନେଲଗୁଡ଼ିକ ବାହ୍ୟ ବାଣିଜି୍ୟକ ଋଣ (ଇସିବି) ମାଧ୍ୟମରେ ଋଣ ଏବଂ ପ୍ରାରମ୍ଭିକ ସର୍ବସାଧାରଣ ଅଫର(ଆଇପିଓ) ମାଧ୍ୟମରେ ପାଣ୍ଠି ସଂଗ୍ରହକୁ ଅନ୍ତର୍ଭୁକ୍ତ କରେ। ରିଜର୍ଭ ବ୍ୟାଙ୍କ ଅନୁଯାୟୀ ଭିତ୍ତିଭୂମି କ୍ଷେତ୍ର ପୁଞ୍ଜି ବ୍ୟୟରେ ସର୍ବାଧିକ ଟଙ୍କା ଆକର୍ଷିତ କରୁଛି। ଏଥିରେ ରାସ୍ତା, ବ୍ରିଜ୍‌ ଏବଂ ବିଦ୍ୟୁତ୍‌ କ୍ଷେତ୍ର ଆଗରେ ରହିଛି। ରିଜର୍ଭ ବ୍ୟାଙ୍କ ଅଧ୍ୟୟନ ଅନୁସାରେ ରିଜର୍ଭ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା କରାଯାଇଥିବା ସର୍ଭେରୁ କମ୍ପାନୀ ଏବଂ ବ୍ୟାଙ୍କଗୁଡ଼ିକର ଉନ୍ନତ ବାଲାନ୍ସ ସିଟ୍‌, କମ୍ପାନୀର ଲାଭରେ ଉନ୍ନତି, ଋଣ ପାଇଁ ସ୍ଥାୟୀ ଚାହିଦା, ଦକ୍ଷତା ବ୍ୟବହାର ବୃଦ୍ଧି ଏବଂ ଉତ୍ତମ ବ୍ୟବସାୟ ଆଶା କରାଯାଉଛି। ଭବିଷ୍ୟତରେ ନିବେଶ କରିବାକୁ ଘରୋଇ କମ୍ପାନୀଗୁଡ଼ିକ ପାଇଁ ଏହା ଏକ ଅନୁକୂଳ ପରିବେଶ ଯୋଗାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri