Posted inଫୁରସତ

ଭାବପ୍ରବଣତା ସୃଷ୍ଟି କରନ୍ତି ପୋଷା କୁକୁର

ନେଡଲାଣ୍ଡସ(ଅଷ୍ଟ୍ରେଲିଆ)‌: ପରିବର୍ତ୍ତିତ ଜୀବନଶୈଳୀରେ କେତେକ ଲୋକ ମାନସିକ ଚାପଗ୍ରସ୍ତ ହୋଇଥାନ୍ତି। କିଛି ଲୋକଙ୍କ ମଧ୍ୟରେ ଚିଡିଚିଡ଼ାପଣ ବଢ଼ିଥାଏ। ସାମାନ୍ୟ ସମସ୍ୟାରେ କେତେକ ଧୈର୍ଯ୍ୟହରା ପଡ଼ିଥାନ୍ତି। ତେବେ ଏସବୁର ସହଜ ସମାଧାନ ପୋଷା କୁକୁର ଦ୍ୱାରା ସମ୍ଭବ ବୋଲି ସମ୍ପ୍ରତି ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୋଷା କୁକୁର ସହିତ କିଛି ସମୟ ବିତାଇବା ଦ୍ୱାରା ମନ ହାଲ୍‌କା ହୋଇଥାଏ। ମାନସିକ ଚାପ ମଧ୍ୟ ଦୂର ହୁଏ। ଏହା ସହିତ ମନରେ ଭାବପ୍ରବଣତା ବି ସୃଷ୍ଟି ହୋଇଥାଏ ବୋଲି ଗବେଷଣା ରିପୋର୍ଟରେ ଦର୍ଶାଯାଇଛି। ପୋଷା କୁକୁର ରହିଥିବା ଘରେ ପିଲାମାନେ ଅଧିକ ଭାବପ୍ରବଣ ହୋଇଥାନ୍ତି। ଏଭଳି ପିଲାମାନଙ୍କ ସାମାଜିକ ସମ୍ପର୍କ ମଧ୍ୟ ଶୀଘ୍ର ବୃଦ୍ଧି ପାଇଥାଏ। ଅନ୍ୟକୁ କ୍ଷତି ପହଞ୍ଚାଇବା କଥା ଏଭଳି ପିଲାମାନେ କେବେ ଚିନ୍ତା କରି ନ ଥାନ୍ତି। ଏହି ରିପୋର୍ଟ ପେଡିଆଟ୍ରିକ୍‌ ରିସର୍ଚ୍ଚ ଜର୍ନାଲରେ ପ୍ରକାଶ ପାଇଛି। ଓ୍ବେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଟେଲେଥୋନ୍‌ କିଡସ୍‌ ଇନଷ୍ଟିଚ୍ୟୁଟର ଗବେଷକ ଏନେଇ ୧,୬୪୬ ଘର ବୁଲି ପୋଷା କୁକୁର ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଉତ୍ତର ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହି ସମୟରେ ୨ରୁ ୫ ବର୍ଷ ବୟସ୍କ ପିଲାଙ୍କ ମାନସିକ ସ୍ଥିତି, ସେମାନଙ୍କର ସାମାଜିକ ସମ୍ପର୍କ ଆଦି ନେଇ ଅଧ୍ୟୟନ ହୋଇଥିଲା। ଘରେ ପୋଷା କୁକୁର ରହିଲେ ମାନସିକ ସ୍ଥିତିରେ ସନ୍ତୁଳନ ଆସିଥାଏ ବୋଲି ଆସୋସିଏଟ୍‌ ପ୍ରଫେସର ହାଲେ କ୍ରିଷ୍ଟିଆନ୍‌ କହିଛନ୍ତି। ୨୦୧୫ରୁ ୨୦୧୮ ମଧ୍ୟରେ ଏସବୁ ତଥ୍ୟ ସଂଗ୍ରହ କରାଯାଇଥିବା ସେ ସୂଚନା ଦେଇଛନ୍ତି। ଗବେଷକ ବୁଲିଥିବା ଘର ମଧ୍ୟରୁ ୬୮୬ରେ ପୋଷା କୁକୁର ରହିଥିବା ହାଲେ କହିଛନ୍ତି। ଘରେ ପୋଷା କୁକୁର ଥିବା ପରିବାର ସଦସ୍ୟ କାହିଁକି ଅଧିକ ଭାବପ୍ରବଣ ହୋଇଥାନ୍ତି ଏବଂ ସେମାନଙ୍କର ସାମାଜିକ ସମ୍ପର୍କ କିପରି ସୁଦୃଢ଼ ରହିଥାଏ ସେନେଇ ଗବେଷଣା କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। ଏହାପରେ ଲଗାତାର ୩ ବର୍ଷ ପର୍ଯ୍ୟନ୍ତ ତଥ୍ୟ ସଂଗ୍ରହ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri