ଗାଁରେ କୁକୁର ଆତଙ୍କ: ଗୋଡ଼ାଇ ଗୋଡ଼ାଇ ୭ ଜଣଙ୍କୁ କାମୁଡ଼ିଲା

ପାଟଣା,୨୧ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବେଗନା ଗ୍ରାମରେ ବୁଧବାର ଏକ ପାଗଳ କୁକୁର ଆକ୍ରମଣରେ ୭ ଜଣ ଗୁରୁତର ଆହତ ହୋଇ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ପାଗଳ କୁକୁରଟି ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଥିବାରୁ ଗାଁରେ ଆତଙ୍କ ସୃଷ୍ଟି ହୋଇଛି। କୁକୁର ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ ପାଟଣା ଥାନା ବେଗନା ଗ୍ରାମର ସିଲୁ ନାଏକ (୩୦)
କ୍ରିସ ନାଏକ (୫) ଦିବ୍ୟ ସେଠୀ (୨୦) ଦୈତାରୀ ମହାନ୍ତ (୪୦) ବନିତା ସେଠୀ(୨୫) ସାଇ ଶ୍ରଦ୍ଧା ସେଠୀ(୩) ବର୍ଷାରାଣୀ ମହାନ୍ତ(୨୦) ବୋଲି ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily