ବଲାଙ୍ଗୀରରେ କୁକୁର ଆତଙ୍କ: ୩ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା

ବଲାଙ୍ଗୀର,୨୪ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରାଠାରେ କୁକୁର ଆତଙ୍କ ଦେଖାଦେଇଛି। ଏକ ପାଗଳା କୁକୁର ଆକ୍ରମଣରେ ତିନିଜଣ ଗୁରୁତର ହୋଇଛନ୍ତି। ଜଣେ ଗୁରୁତରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଅଣାଯାଇ ଭର୍ତ୍ତି କରାଯାଇଛି। ଦୁଇଜଣ ତୁଷୁରା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଗରୁ ତୁଷୁରା ନିକଟସ୍ଥ ଚିଞ୍ଚେଡ ଗାଁରେ କୁକୁର ଆକ୍ରମଣରେ ଦୁଇଜଣଙ୍କ ଜୀବନ ଯାଇଥିଲା। ଏବେ ତୁଷୁରାରେ କୁକୁର ଆକ୍ରମଣ ପରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Share
Tags: Dog terror