ଡିସେମ୍ବର ୧୦ରୁ ଭୁବନେଶ୍ୱରରେ ଡଗ୍‌ ଶୋ’

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ) – ଦୁଇବର୍ଷ ଧରି ବନ୍ଦ ରହିବା ପରେ ଭୁବନେଶ୍ୱରରେ ପୁଣି ହେବ ଡଗ୍‌ ଶୋ’। ଓଡ଼ିଶା କେନେଲ୍‌ କ୍ଲବ ପକ୍ଷରୁ ଡିସେମ୍ବର ୧୦ ଓ ୧୧ରେ ୟୁନିଟ-୬ ବାଳକ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଅନୁଷ୍ଠିତ ହେବ ଅଲ୍‌ ବ୍ରିଡ୍‌ ଡଗ୍‌ ଶୋ’। ଏଥିରେ ଭାଗ ନେବା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି। ରାଜ୍ୟ ତଥା ଦେଶର ବିଭିନ୍ନ ସ୍ଥାନରୁ ଲୋକେ ପଞ୍ଜୀକରଣ କରୁଥିବା ସୂଚନା ମିଳିଛି। ଶେଷଥର ପାଇଁ ୨୦୧୯ରେ ଏହି ଡଗ୍‌ ଶୋ’ ଅନୁଷ୍ଠିତ ହୋଇଥିଲା। କରୋନା କଟକଣା ପାଇଁ ଗତ ଦୁଇବର୍ଷ ଶୋ’ ବନ୍ଦ ରହିଥିଲା। ତେବେ ଏଥର ସ୍ବତନ୍ତ୍ର ଭାବେ ୬୧ ଓ ୬୨ତମ ଅଲ୍‌ ବ୍ରିଡ୍‌ ଡଗ୍‌ ଶୋ’ କରାଯିବ। ଏଥର ଅଲ୍‌ ବ୍ରିଡ ଡଗ୍‌ ଶୋ ପାଇଁ ଦୁଇଜଣ ବିଚାରପତି ବିଦେଶରୁ ଆସୁଛନ୍ତି। ୬୧ତମ ଶୋ’ରେ ଅଷ୍ଟ୍ରେଲିଆର ମିସେଲ୍‌ ହାମଣ୍ଡ୍‌ ଏବଂ ୬୨ତମ ଶୋ’ରେ ସର୍ବୀୟାର ପିଟର ଫିରିକ୍‌ ବିଚାରପତି ରହିବେ। ସେହିପରି ୬୧ତମ ଓବିଡିଏଣ୍ଟ ଟ୍ରାଏଲ୍‌ର ବିଚାରପତି ଭାବରେ ଓଡ଼ିଶାର ସି.ଆର୍‌. ପଟ୍ଟନାୟକ ଯୋଗଦେବେ। ତେବେ ଏଥର ଷଷ୍ଠ ଜର୍ମାନ ସେଫର୍ଡ ସ୍ପେଶାଲିଟି ଶୋ’ରେ ବିଚାରପତି ଭାବରେ ଅଷ୍ଟ୍ରେଲିଆରୁ ଆସୁଛନ୍ତି ଲୁଇସ୍‌ ଡୋନାଲ୍ଡ। ଏହି ଅବସରରେ ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଡଗ୍‌ ଶୋ’ ବିଚାରପତି ଲୁଇସ୍‌ ଭୁବନେଶ୍ୱରରେ ତାଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିବା ସହିତ ଏକ ସେମିନାର ମଧ୍ୟ କରିବେ। ଦୁଇବର୍ଷ ପରେ ଡଗ୍‌ ଶୋ ହେଉଥିବାରୁ ଏଥର ଅଧିକ ଦର୍ଶକ ଆସିବାର ସମ୍ଭାବନା ରହିଛି। ଯଦିଓ କରୋନା ଭୟ ଅନେକ ପରିମାଣରେ ହଟି ଯାଇଛି, କିନ୍ତୁ ଏହି ଡଗ୍‌ ଶୋ’ରେ ଭାଗ ନେବାକୁ ଆସୁଥିବା ଉଭୟ ପ୍ରତିଯୋଗୀ ଏବଂ ଦର୍ଶକଙ୍କୁ ମାସ୍କ ପିନ୍ଧିବା, ଦୂରତା ବଜାୟ ରଖିବା, ସାନିଟାଇଜର ଆଦି ବ୍ୟବହାର କରିବା ପାଇଁ ଅନୁରୋଧ କରିବୁ ବୋଲି ଓଡ଼ିଶା କେନେଲ କ୍ଲବ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri