ଗୋଡାଇ କାମୁଡୁଛନ୍ତି କୁକୁର

ଭୁବନେଶ୍ୱର, ୧୬।୧୨ (ବନ୍ଦନା ସେଠୀ): ରାଜଧାନୀ ରାସ୍ତାଘାଟରେ ବୁଲା କୁକୁର ରାଜ୍‌ ଚଳାଇଛନ୍ତି। ଗଳିକନ୍ଦିରୁ ରାଜରାସ୍ତାରାରେ ସେମାନଙ୍କ ପ୍ରାର୍ଦୁଭାବ ଦେଖିବାକୁ ମିଳୁଛି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, ଏପରିକି ଛୋଟ ପିଲାଙ୍କୁ ମଧ୍ୟ ଏମାନେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ହଠାତ୍‌ ଚଳନ୍ତା ଗାଡ଼ି ଆଗକୁ ଆସି ଯାଉଥିବାରୁ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ମହିଳା ଓ ଶିଶୁଙ୍କୁ ଦେଖିଲେ କୁକୁର ବେଶି ଆକ୍ରମଣାତ୍ମକ ହୋଇପଡୁଛନ୍ତି। ଗତ କିଛିଦିନ ହେବ ରାଜଧାନୀରେ କୁକୁର ଉପଦ୍ରବ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇଛି। ଫଳରେ ଘରୁ ବାହାରିଲେ ଡର ଲାଗୁଛି। କେବଳ କ୍ୟାପିଟାଲ ହସ୍ପିଟାଲକୁ ଦୈନିକ ୬୦ରୁ ୭୦ କୁକୁର କାମୁଡ଼ା ରୋଗୀ ଆସିଥିବା ନେଇ ନିର୍ଦ୍ଦେଶକ ଡା. ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ୧ମାସ ପୂର୍ବରୁ ଏହି ସଂଖ୍ୟା ୩୦ରୁ ୩୫ ମଧ୍ୟରେ ରହିଥିବାବେଳେ ଏବେ ତାହା କ୍ରମାଗତ ଭାବେ ବଢି ଚାଲିଛି। ପ୍ରାୟ ୩ଶହ ରୋଗୀ ଏବେ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ସହରର ବିଭିନ୍ନ ଅଞ୍ଚଳ ସମେତ ଡାକ୍ତରଖାନା ପରିସରରେ ମଧ୍ୟ ବିଲେଇ, କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଖୁବ୍‌ଶୀଘ୍ର ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଡା. ସାହୁ କହିଛନ୍ତି।
ହାଇକୋର୍ଟଙ୍କ ରୋକ୍‌ରୁ ଅସ୍ତ୍ରୋପଚାର ବନ୍ଦ
ଗୋଟେପଟେ କୁକୁରମାନେ ହିଂସ୍ର ହୋଇ ପଡୁଥିବାବେଳେ ହାଇକୋର୍ଟ ରାଜ୍ୟରେ ଆନିମଲ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ଉପରେ ରୋକ୍‌ ଲଗାଇଛନ୍ତି। ଫଳରେ କୁକୁରଙ୍କ ସଂଖ୍ୟା କ୍ରମାଗତ ଭାବେ ବଢି ଚାଲିଛି। ପ୍ରଥମେ ଚଳିତ ବର୍ଷ ଅଗଷ୍ଟ ୩୧ଯାଏ ଏବିସି ଉପରେ ରୋକ୍‌ ଲଗାଯାଇଥିଲା। ଏ ସମୟରେ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏଭଳି ଆଦେଶ ଦେଇଥିଲେ। ଫଳରେ ଜୁଲାଇ ୧୦ରୁ ଏହି କାର୍ଯ୍ୟକ୍ରମ ବନ୍ଦ ରହିଛି। ତେବେ ଏଯାବତ୍‌ କେସ୍‌ର ଫଏସଲା ହୋଇ ପାରୁ ନ ଥିବାରୁ କୁକୁରଙ୍କ ଅସ୍ତ୍ରୋପଚାର ବନ୍ଦ ରହିଛି। ବିଏମ୍‌ସି ସୂଚନା ମୁତାବକ, ବର୍ଷକୁ ୨ହଜାରରୁ ଊର୍ଦ୍ଧ୍ୱ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏକ ଆକଳନ ଅନୁଯାୟୀ ଏବେ ସହରରେ ୬୦ହଜାରରୁ ଊର୍ଦ୍ଧ୍ୱ କୁକୁର ରହିଛନ୍ତି। ବିଏମ୍‌ସି ପୂର୍ବରୁ ଦିନକୁ ୨୦ରୁ ୨୫ଟି ହିସାବରେ ମାସକୁ ୫ରୁ ୬ଶହ କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରୁଥିବାବେଳେ ଏବେ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ପରୀକ୍ଷାଫଳ ପ୍ରକାଶିତ: କିଏ କେଉଁ ତାଲିକାରେ ରହିଲେ ଦେଖନ୍ତୁ ପୂରା ଲିଷ୍ଟ…

ପାଟଣା,୬।୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚମ ଶ୍ରେଣୀ ମେଧା ବୃତ୍ତି ଓ ଅର୍ଥନୈତିକ ଅନଗ୍ରସର ବୃତ୍ତି ପରୀକ୍ଷାଫଳ ୨୦୨୫ ଶୁକ୍ରବାର ପ୍ରକାଶ ପାଇଛି।…

ଜମୁଛି ସ୍କାଉଟ, ଗାଇଡ କ୍ୟାମ୍ପ: ଦ୍ୱିତୀୟ ଦିନରେ ଛାତ୍ରୀଛାତ୍ରଙ୍କୁ ଆକର୍ଷଣ କଲା…

ଦାରିଙ୍ଗବାଡି, ୬ ।୨ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ୩ ଦିନିଆ ୨୨ତମ ଜିଲାସ୍ତରୀୟ…

ଟପ୍‌ ମାଓବାଦୀ ନେତା ନିଖିଲଙ୍କ ଆତ୍ମସମର୍ପଣ ପରେ ଏମିତି କହିଲେ ଡିଜିପି

ଭୁବନେଶ୍ୱର,୬।୨: ମାଓବାଦୀ ନେତା ନିଖିଲ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ ସ୍ତ୍ରୀ ଇନ୍ଦୁ…

ଶ୍ରଦ୍ଧା, ଅଶ୍ରୁ ଆଉ ସ୍ମୃତି: ଫଲଗୁ ନଦୀରେ ଅଜିତ ପାଓ୍ବାରଙ୍କୁ ଅନ୍ତିମ ବିଦାୟ

ମୁମ୍ବାଇ,୬।୨: ଗୟାର ପବିତ୍ର ଭୂମିରେ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ଅଜିତ ପାୱାରଙ୍କ ସ୍ମୃତିରେ ଏକ ଗମ୍ଭୀର ଶୋକ ସଭା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର…

Valentine’s Week: ଗୋଲାପରୁ କାହିଁକି ଆରମ୍ଭ ହୁଏ ପ୍ରେମ, ଜାଣନ୍ତୁ…

ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଯୁବବର୍ଗ ପାଳନ କରିବେ ଭାଲେଣ୍ଟାଇନ୍ସ ଉଇକ୍‌ ବା ପ୍ରେମ ସପ୍ତାହ। ଏହି ସପ୍ତାହର ପ୍ରଥମ ଦିନ ରୋଜ୍‌ ଡେ’ ବା ଗୋଲାପ…

ସ୍ତ୍ରୀଙ୍କ ସହ ଟପ ମାଓବାଦୀ ନେତା ନିଖିଲକଲେ ଆତ୍ମସମର୍ପଣ

ରାୟଗଡ଼ା,୬।୨(ଆଶିଷ ରଞ୍ଜନ ପଣ୍ଡା): ମାଓବାଦୀ ନେତା ନିଖିଲ୍‌ ଆତ୍ମସମର୍ପଣ କରିଛନ୍ତି। ଓଡ଼ିଶାର ଟପ ମାଓବାଦୀ ନେତା ନିଖିଲ ଓରଫ ନିରଞ୍ଜନ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ସହ…

ଜନଗଣନା ପାଇଁ ପ୍ରସ୍ତୁତି: ଏପ୍ରିଲ ୧୬ରୁ କେନ୍ଦୁଝରରେ ଆରମ୍ଭ ହେବ ଗୃହ ତାଲିକା

କେନ୍ଦୁଝର,୬ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଆସନ୍ତା ଜନଗଣନା-୨୦୨୭କୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ମହଙ୍ଗା ପଡିଲା ନାବାଳିକାଙ୍କୁ ଗଣବଳାତ୍କାର: ୫ ନାବାଳକଙ୍କୁ ହେଲା…

ବଲାଙ୍ଗୀର,୬।୨ ( ସୁନିଲ କୁମାର ମହାନ୍ତି): ମହଙ୍ଗା ପଡିଲା ସହପାଠିନୀକୁ ଗଣବଳାତ୍କାର କରିବ। ବନ୍ଧାହେଲେ ଛଅ ଜଣ ଅଭିଯୁକ୍ତ । ବାଳସୁଧାର ଗୃହକୁ ପଠାଇଲା ଯୁଭେନାଲ ଜଷ୍ଟିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri