Posted inଫୁରସତ

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯାହା ଶୁଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି ଜଣେ ବ୍ୟକ୍ତି ଯିଏ କେବଳ କୁକୁରକୁ ଏଣେତେଣେ ବୁଲାଇ କୋଟିପତି ହୋଇପାରିଛନ୍ତି। ମାଇକେଲ ଜୋସେଫ ନାମକ ଏହି ବ୍ୟକ୍ତି ଶିକ୍ଷକ ଭାବରେ ବର୍ଷକୁ ୩୦ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, କିନ୍ତୁ କୁକୁରକୁ ବୁଲାଇ ଏକ ବ୍ୟବସାୟରେ ପରିଣତ କରିଥିଲେ। ଫଳରେ ସେ ଗୋଟିଏ ବର୍ଷ ଭିତରେ କୋଟିପତି ହୋଇଗଲେ। ମାଇକେଲ ଆମେରିକାର ବ୍ରୁକଲିନରେ ରୁହନ୍ତି। ସେ ଶିକ୍ଷକ ଭାବରେ କାର୍ଯ୍ୟ କରିବା ସହ ପାର୍ଟ ଟାଇମ କୁକୁର ଓ୍ବାକର ଭାବରେ କାମ ଆରମ୍ଭ କଲେ। ଏହି କାମ କରି ସେ ୧ କୋଟି ରୋଜଗାର କରିଥିଲେ। ପରେ ସେ ନିଜର ପୁରୁଣା ବୃତ୍ତି ଛାଡ଼ି କୁକୁରକୁ ପୂରା ସମୟ ବୁଲାଇବା ବ୍ୟବସାୟରେ ସମୟ ଦେଇଥିଲେ। ଏହି ବ୍ୟବସାୟରୁ ସେ ନ୍ୟୁ ଜର୍ସିରେ ନିଜ ପାଇଁ ଏକ ଘର ଓ କାର୍‌ କଣିଥିଲେ। କେବଳ ଏତିକି ନୁହେଁ, ସେ ନିଜ ପରିବାରକୁ ଡିଜ୍ନି ଓ୍ବାଲର୍‌ଡକୁ ମଧ୍ୟ ନେଇଥିଲେ। ସେ ତାଙ୍କର ୧୮ ମାସର କୁକୁର ଛୁଆ ପାଇଁ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ସେ ତାଙ୍କ କୁକୁର ବ୍ୟବସାୟକୁ ନେଇ କୁହନ୍ତି, ଅଧ ଘଣ୍ଟା ବୁଲାଇବା ପାଇଁ ୧୫୦୦ ଟଙ୍କା ପାଉଥିଲେ। ବର୍ତ୍ତମାନ ସେ ଏହି ଆପ୍‌ ଲଞ୍ଚ କରିଛନ୍ତି ଏବଂ ଅନେକ କର୍ମଚାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ଦର ଅନୁଯାୟୀ କୁକୁରକୁ ୧ ଘଣ୍ଟା ଚଲାଇବା ପାଇଁ ଦେୟ ୨୦୦-୨୫୦୦ଟଙ୍କା ପର୍ଯ୍ୟନ୍ତ ରହିଛି। ତାଲିମ ଦେବାକୁ ହେଲେ ୫୦୦୦ ଟଙ୍କା ଦେବାକୁ ପଡ଼ିବ ଏବଂ କୁକୁରକୁ ଗୋଟିଏ ରାତି ରଖିବାକୁ ହେଲେ ୫୨୦୦ ଟଙ୍କା ପୈଠ କରିବାକୁ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri