
ବେଙ୍ଗାଲୁରୁ,୧୮।୪:ବେଙ୍ଗାଲୁରୁର ଜଣେ ବ୍ୟକ୍ତି ୫୦ କୋଟି ଟଙ୍କାରେ ଆମେରିକାରୁ ଏକ ବିରଳ ପ୍ରଜାତିର ‘ଓ୍ବଲ୍ଫଡଗ୍’ କିଣିଥିବା କହିବା ପରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍ ତାଙ୍କ ଘର ଉପରେ ଚଢ଼ାଉ କରିଛି। ସମ୍ଭାବ୍ୟ ଦୁର୍ନୀତି କିମ୍ବା ବିଦେଶ ବିନିମୟ ପରିଚାଳନା ଆଇନ (ଏଫ୍ଇଏମ୍ଏ) ଉଲ୍ଲଂଘନ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏସ୍. ସତୀଶ ଗତ ଫେବୃଆରୀରେ କାଡାବମ୍ବ ଓକାମି ନାମକ କୁକୁରକୁ କିଣିଥିଲେ। ଇଡି ତାଙ୍କ ଘରେ ଚଢ଼ାଉ କରି ଏନେଇ ପଚରାଉଚରା କରିଛି। ସତୀଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ସେଭଳି କୌଣସି ବଡ଼ ଧରଣର କାରବାର ହୋଇଥିବା ଜଣାପଡ଼ି ନାହିଁ। ତେଣୁ ହାଓ୍ବଲା ଜରିଆରେ ଟଙ୍କା ପୈଠ ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି।