ସୁପ୍ରିମକୋର୍ଟରେ ହଜିଲା ମାଲ୍ୟା ମାମଲାର ଦସ୍ତାବିଜ

ନୂଆଦିଲ୍ଲୀ,୭।୮: ବିଜୟ ମାଲ୍ୟା ମାମଲାରେ ପୁଣି ଥରେ ନୂଆ ଘଟଣା ସାମ୍ନାକୁ ଆସିଛି। ଏହି ମାମଲା ସହ ଜଡ଼ିତ ଏକ ନିର୍ଦ୍ଦିଷ୍ଟ ଦସ୍ତାବିଜ ସୁପ୍ରିମକୋର୍ଟଙ୍କ ଫାଇଲରୁ ହଜିଥିବା ଘଟଣା ନଜରକୁ ଆସିଛି। ଜଷ୍ଟିସ ୟୁ.ୟୁ. ଲଳିତ ଏବଂ ଜଷ୍ଟିସ ଅଶୋକ ଭୂଷଣ ଏହି ମାମଲାର ଶୁଣାଣି କରୁଥିବା ଅଗଷ୍ଟ ୨୦ ପର୍ଯ୍ୟନ୍ତ ଏହି ମାମଲାର ଶୁଣାଣିକୁ ମୁଲତବୀ ରଖିଛନ୍ତି। ୯ ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଫେରସ୍ତ ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ବ୍ୟାଙ୍କଗୁଡିକ ବାରମ୍ବାର କହିବା ପରେ ସେ ଋଣ ଫେରସ୍ତ କରି ନ ଥିଲେ। ସେ ପଳାତକ ଘୋଷିତ ହୋଇ ବର୍ତ୍ତମାନ ଲଣ୍ଡନରେ ରହୁଥିବା ବେଳେ ଏହି ମାମଲାରେ ସେ ରିଭ୍ୟୁ ପିଟିଶନ ଦାୟର କରିଛନ୍ତି। ଉକ୍ତ ପିଟିଶନର ଶୁଣାଣି ହେଉଥିବା ବେଳେ ଗୁରୁବାର ନିର୍ଦ୍ଦିଷ୍ଟ ଦସ୍ତାବିଜ ହଜିଥିବା ନଜରକୁ ଆସିଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ମାସ ୨୦ରେ ହେବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେନ୍‌ସେକ୍ସ ୪୫ହଜାର ଛୁଇଁବ: ମୋର୍ଗାନ ଷ୍ଟାନ୍‌ଲେ

ମୁମ୍ବାଇ,୨୪-୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରଙ୍କୁ ଦେଶବାସୀ ପୁନର୍ବାର ଭାରି ବହୁମତରେ ଜିତାଇଛନ୍ତି। ନୂଆ ସରକାରରେ ଦେଶର ଅର୍ଥନୀତିରେ ବିରାଟ କୌଣସି ପରିବର୍ତ୍ତନ...

ଗୋଟିଏ ଦିନରେ ଟଙ୍କା ୧୧୩ ପଇସା ଖସିଲା

ମୁମ୍ବାଇ,୬-୮: ଜମ୍ମୁ-କଶ୍ମୀରରୁ ସ୍ବତନ୍ତ୍ର ସୁବିଧା ପ୍ରତ୍ୟାହାର ପ୍ରଭାବ ଦେଶର ମୁଦ୍ରା ବଜାରରେ ପଡିଛି। ସୋମବାର ଡଲାର ବିନିମୟରେ ଟଙ୍କାର ମୂଲ୍ୟ ୧୧୩ ପଇସା ହ୍ରାସ ପାଇଛି,...

ଅଂଶୁଲା କାନ୍ତ ହେବେ ବିଶ୍ୱବ୍ୟାଙ୍କ ଏମ୍‌ଡି

ନୂଆଦିଲ୍ଲୀ,୧୩।୭: ଭାରତୀୟ ଷ୍ଟେଟ ବ୍ୟାଙ୍କ(ଏସ୍‌ବିଆଇ) ଏମ୍‌ଡି ଅଂଶୁଲା କାନ୍ତଙ୍କୁ ବିଶ୍ୱ ବ୍ୟାଙ୍କର ଏମ୍‌ଡି ତଥା ଚିଫ୍‌ ଫାଇନାନସିଆଲ ଅଫିସର(ସିଏଫ୍‌ଓ) ଭାବେ ନିଯୁକ୍ତ କରାଯାଇଛି। ବିଶ୍ୱ ବ୍ୟାଙ୍କ...

ଫର୍ଚୁନ ବିଜନେସ୍‌ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୨୧-୧୧: ଫର୍ଚୁନ ପକ୍ଷରୁ ପ୍ରକାଶିତ ୨୦୧୯ ବିଜନେସ ପର୍ସନ ଅଫ୍‌ ଦି ଇୟର ତାଲିକାରେ ୩ ଭାରତୀୟ ସାମିଲ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମାଇକ୍ରୋସଫ୍ଟ ସିଇଓ...

ଦେଶର ୧୬୦୦ ସହରରେ ଜିଓ ବ୍ରଡବ୍ୟାଣ୍ଡ ସେବା

ନୂଆଦିଲ୍ଲୀ, ୬-୯: ଡାଟା ସେବା ପ୍ରଦାନ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ବହୁ ପ୍ରତିକ୍ଷିତ ବ୍ରଡବ୍ୟାଣ୍ଡ ସେବା ଗୁରୁବାର ଆରମ୍ଭ ହୋଇଛି। ସାରା...

ଆର୍ଥିକ ପ୍ୟାକେଜ ଶୀଘ୍ର: ସୀତାରାମନ

ନୂଆଦିଲ୍ଲୀ,୧୯।୪: କରୋନା ପାଇଁ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଶୀଘ୍ର ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିବେ। ଏ ନେଇ ଶୀଘ୍ର ଘୋଷଣା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା...

ସିସିଡିର ନେତୃତ୍ୱ ନେବେ ସିଦ୍ଧାର୍ଥଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୩-୮: କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥଙ୍କ ଆକଷ୍ମିକ ମୃତ୍ୟୁ ପରେ ଏହାର ନେତୃତ୍ୱ କିଏ ନେବ ବୋଲି ସାଧାରଣରେ ପ୍ରଶ୍ନ ଆସିଛି। ତେବେ ମିଡିଆ...

ଷ୍ଟାର୍ଟଅପ୍‌ ଇକୋସିଷ୍ଟମରେ ନିବେଶ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ନୂଆଦିଲ୍ଲୀ,୩୦-୧୦: ଭାରତରେ ଏକ ଶକ୍ତିଶାଳୀ ଷ୍ଟାର୍ଟଅପ୍‌ ଇକୋସିଷ୍ଟମ ରହିଥିବା ବେଳେ ଏହାର ସୁବିଧା ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱସ୍ତରର ନିବେଶକଙ୍କୁ ମଙ୍ଗଳବାର ଆହ୍ବାନ ଜଣାଇଛନ୍ତି।...

Coronavirus Update

Archives

Model This Week

Why Dharitri