ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ପଡ଼ିଛି। ଏସବୁ ପୂରଣ କରିବା ସହ ଦରମା ବୃଦ୍ଧି, ସ୍ବାସ୍ଥ୍ୟ ବୀମା ଓ ବାହାର ଡାକ୍ତରଙ୍କୁ ସମାନ ସୁବିଧା ପ୍ରଦାନ କରିବା
ପାଇଁ ସେମାନଙ୍କ ଦାବି ରଖିଛନ୍ତି । ଅନ୍ୟପକ୍ଷରେ ଅନେକ ରୋଗୀ ଓପିଡି ସମ୍ମୁଖରେ ଲମ୍ବା ଲାଇନ କରି ଛିଡା ହୋଇ ରହିଥିବାବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।
Dharitri – Odisha’s No.1 Odia Daily


