ନୂଆଦିଲ୍ଲୀ,୧୯ା୮: ଦିଲ୍ଲୀ ନିର୍ମାଣ ଭବନ ସମ୍ମୁଖରେ ଡାକ୍ତରମାନେ ଅଭିନବ ପ୍ରତିବାଦ କରିଛନ୍ତି। କୋଲକାତାର ଆର୍ ଜି କର ମେଡିକାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ଘଟଣାକୁ ନେଇ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
)
ତେବେ ଏନେଇ ଡାକ୍ତରମାନେ ହସ୍ପିଟାଲ ଛାଡ଼ି ରାସ୍ତାରେ ମାଗଣା ଓପିଡି ସେବା ଯୋଗାଇଛନ୍ତି। ସୁନିଶ୍ଚିତ ସୁରକ୍ଷା ବ୍ୟବସ୍ଥା ନ ମିଳିବା ଯାଏ ରାସ୍ତାରେ ଏପରି ଓପିଡି ସେବା ଜାରି ରହିବ ବୋଲି ଆନ୍ଦୋଳନରତ ଡାକ୍ତରମାନେ କହିଛନ୍ତି। ଏହି ଆନ୍ଦୋଳନରେ ଦିଲ୍ଲୀ ଏମ୍ସ ସହ ଅନ୍ୟ ହସ୍ପିଟାଲର ଡାକ୍ତରମାନେ ମଧ୍ୟ ସାମିଲ ହୋଇଛନ୍ତି।

