ଫିଟ୍‌ନେସ୍‌ ଚ୍ୟାଲେଞ୍ଜ ଜରିଆରେ ଡକ୍ଟର୍ସ ଡେ ପାଳିତ

ଭୁବନେଶ୍ୱର,୨।୭: (ଅଭୟ ଦାଶ): ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକ ପକ୍ଷରୁ ଜାତୀୟ ଡାକ୍ତର ଦିବସ (ଡକ୍ଟର୍ସ ଡେ) ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ ପକ୍ଷରୁ ପାହାଳସ୍ଥିତ ହୋଟେଲ ପାଲ ହାଇଟ୍ସ ମନ୍ତ୍ରାଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଡାକ୍ତରଙ୍କ ସହଯୋଗରେ ଏକ ଫିଟନେସ ଚ୍ୟାଲେଞ୍ଜର ଆୟୋଜନ କରାଯାଇଥିଲା। ଏହି ଆୟୋଜନର ବିଷୟବସ୍ତୁ ‘ଉଇଙ୍ଗସ ଓ ସ୍ପେଥସ ସ୍କୋପ: ହିଲରସ ଅଫ ହୋପ ରହିଥିଲା। ପ୍ରତି ବର୍ଷ ଏଚସିଜିର ଏହି କାର୍ଯ୍ୟକ୍ରମଟି ଡାକ୍ତରଙ୍କ ନିଃସ୍ବାର୍ଥପର କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରିଥାଏ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଶେଷଜ୍ଞଙ୍କଠାରୁ ଡାକ୍ତରମାନଙ୍କ ପର୍ଯ୍ୟନ୍ତ ଉତ୍ସାହଜନକ ଯୋଗଦାନ ଦେଖିବାକୁ ମିଳିଥିଲା। ଏପରିକି ସମସ୍ତେ ଫିଟନେସ ଦକ୍ଷତା ପ୍ରଦର୍ଶନ କରିବା ସହ ଉକ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ସାଧାରଣ ଡାକ୍ତରଖାନା ପରିବେଶକୁ ବନ୍ଧୁତ୍ୱ ପୂର୍ଣ୍ଣ ବାତାବରଣ ସୃଷ୍ଟି କରି ରୋଗୀଙ୍କ ମୁହଁରେ ହସ ଫୁଟାଇଥାନ୍ତି। ଏପରିକି ଡାକ୍ତରମାନେ ଫିଟନେସ କାର୍ଯ୍ୟକ୍ରମରେ ଯୋଗଦେଇ ଏହାକୁ ମଧ୍ୟ ଉପଭୋଗ କରିଥିଲେ। ସେମାନଙ୍କ ଏହି ଯୋଗଦାନ ସ୍ବାସ୍ଥ୍ୟ ଓ ସୁସ୍ଥତା ପ୍ରତି ପ୍ରତିବଦ୍ଧତାର ପରିଚୟ ଦେଇଥିଲା।
ଏ ସମ୍ପର୍କରେ ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲ କଟକର ସିଓଓ ଶାନ୍ତନୁ କୁମାର ଦାସ କହିଥିଲେ, ଡାକ୍ତରମାନେ ରୋଗୀ ସେବାର ମୁଖ୍ୟ ଉତ୍ସ ହୋଇଥିଲାବେଳେ ସେମାନଙ୍କର ନିରବଚ୍ଛିନ୍ନ ଓ ଅକ୍ଳାନ୍ତ ଚେଷ୍ଟା ବେଶ ପ୍ରଶଂସାଯୋଗ୍ୟ। ଏପରିକି ଉନ୍ନତ କ୍ୟାନସର ଚକିତ୍ସାକୁ ସୁଗମ କରିବା ଲାଗି ଏଚସିଜିର ପ୍ରୟାସ ସଦାସର୍ବଦା ରହିଆସିଛି। ଏହି ଜାତୀୟ ଡାକ୍ତର ଦିବସରେ ଆମେ ଆମର ସ୍ବାସ୍ଥ୍ୟସେବା ହିରୋମାନଙ୍କ ଉତ୍ସର୍ଗକୁ ପାଳନ ଓ ସମ୍ମାନିତ କରିଛୁ। ବିଶେଷ କରି ଅଙ୍କୋଲୋଜି ବିଭାଗରେ ଆମର ନେତୃତ୍ୱକୁ ନିଶ୍ଚିତ କରି ଏଚସିଜିର ରୋଗୀମାନଙ୍କ ମୁହଁରେ ହସ ଫୁଟାଇବାକୁ ଆମେ ସର୍ବଦା ତତ୍ପର। ଏଚସିଜି ପଣ୍ଡା କ୍ୟାନସର ହସ୍ପିଟାଲରେ ଏକ ଉତ୍ତମ କାର୍ଯ୍ୟ ପରିବେଶ ସୃଷ୍ଟି କରିବାକୁ ପ୍ରତିଶ୍ରୁତିବଦ୍ଧ। ଯାହାକି ଏହାର ଡାକ୍ତରଙ୍କ ଶାରୀରିକ ଓ ମାନସିକ ସୁସ୍ଥତାକୁ ପ୍ରାଧାନ୍ୟ ଦେଇଥାଉ। ରୋଗୀମାନଙ୍କ ସେବା ପ୍ରତି ଡାକ୍ତରଙ୍କ ଉତ୍ସର୍ଗୀକୃତ ମନୋଭାବକୁ ଆମେ ସମ୍ମାନ ଜଣାଇବା ସହ ବିଭିନ୍ନସ୍ତରରେ ସେମାନଙ୍କ ଶାରୀରିକ ସୁସ୍ଥତା ଆମେ କାମନା କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?