ଦୁର୍ଗମ ଅଞ୍ଚଳକୁ ଯାଉନାହାନ୍ତି ଡାକ୍ତର

ରାୟଗଡ଼ା, ୧୦।୧୦(ଆଶିଷ ରଞ୍ଜନ ପଣ୍ଡା): ଗ୍ରାମାଞ୍ଚଳରେ ଲୋକଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ହେଲେ ଅଧିକାଂଶ ପିଏଚ୍‌ସିରେ ଡାକ୍ତର ନ ଥିବା ଯୋଗୁ ଗ୍ରାମାଞ୍ଚଳ ଲୋକେ ଉଚିତ ସ୍ବାସ୍ଥ୍ୟସେବା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଏପରିକି କିଛି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ଅପହଞ୍ଚ ଅଞ୍ଚଳ ଯୋଗୁ ଡାକ୍ତରମାନେ ନିଯୁକ୍ତି ପାଇଥିବା ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉନାହାନ୍ତି। ଫଳରେ ବର୍ଷ ବର୍ଷ ଧରି ବିନା ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା।
ଜିଲାର ୧୧ଟି ବ୍ଲକରେ ୧୧ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୩୬ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେଥିମଧ୍ୟରୁ କାଶୀପୁର ସିଏଚ୍‌ସି ଅଧୀନରେ ୬ଟି, ପଦ୍ମପୁର ଅଧୀନରେ ୪ଟି, ବିଷମକଟକ ଅଧୀନରେ ୪ଟି, ମୁନିଗୁଡ଼ା ଅଧୀନରେ ୩ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି। ସେହିଭଳି ରାୟଗଡ଼ା ବ୍ଲକ ଜେମାଦେଇପେଣ୍ଠ ସିଏଚ୍‌ସି ଅଧୀନରେ ୫ଟି, ରାମନାଗୁଡ଼ା ଅଧୀନରେ ୨ଟି, କୋଲନରା ଅଧୀନରେ ୨ଟି, କଲ୍ୟାଣସିଂହପୁର ଅଧୀନରେ ୩ଟି, ଗୁଣପୁର ବ୍ଲକର ଜଗନ୍ନାଥପୁର ସିଏଚ୍‌ସି ଅଧୀନରେ ୨ଟି, ଗୁଡ଼ାରୀ ଅଧୀନରେ ୨ଟି ଏବଂ ଚନ୍ଦ୍ରପୁର ଅଧୀନରେ ୨ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ରହିଛି । ଅଧିକାଂଶ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁ ଲୋକେ ସାମାନ୍ୟ ଚିକିତ୍ସା ସୁବିଧା ପାଇପାରୁ ନ ଥିବା ଅଭିଯୋଗ ହେଉଛି। ଫଳରେ ଖର୍ଚ୍ଚାନ୍ତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଅନ୍ୟ ସ୍ଥାନକୁ ଯାଇ ଚିକିତ୍ସା କରିବାକୁ ପଡ଼ୁଥିବା ଲୋକେ କହିଛନ୍ତି। କାଶୀପୁର ବ୍ଲକର ସୁଙ୍ଗେର, ଡଙ୍ଗାସିଲ, କୁଚେଇପଦର ଓ ଗୋରଖପୁର ପିଏଚ୍‌ସିରେ ଡାକ୍ତର ଥିଲେ ମଧ୍ୟ ପ୍ରାୟସମୟ ଡାକ୍ତର ସେଠାରେ ରହୁ ନ ଥିବାରୁ ଲୋକେ କାଶୀପୁର ଏବଂ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି । ସେହିପରି ମାଣ୍ଡିବିସିଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ମିଳିଥିଲେ ମଧ୍ୟ ତାଙ୍କୁ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦିଆଯାଇଛି । ଫଳରେ ମାଣ୍ଡିବିସି ପିଏଚ୍‌ସିରେ କୌଣସି ଡାକ୍ତର ନ ଥିବାରୁ ରୋଗୀ ସ୍ବାସ୍ଥ୍ୟସେବା ପାଇପାରୁନାହାନ୍ତି। ସେହିଭଳି ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ୱରେ ଥିବା ଡାକ୍ତର ଛୁଟିରେ ରହିଥିବା ଜଣାପଡ଼ିଛି। ମୁନିଗୁଡ଼ା ବ୍ଲକର କୁମୁଡ଼ାବାଲି ପିଏଚ୍‌ସିରେ ଜଣେ ଡାକ୍ତର ନିଯୁକ୍ତି ହୋଇଥିବା ନେଇ ସୂଚନା ଥିବା ବେଳେ ୨୦୨୧ ସେପ୍ଟେମ୍ବର ୧୭ ତାରିଖରୁ ଉକ୍ତ କେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି। ସେହିପରି ବିଭାଗୀୟ ତଥ୍ୟ ଅନୁସାରେ ଜେମାଦେଇପେଣ୍ଠ ସିଏଚ୍‌ସି ଅଧୀନରେ ଥିବା କେରେଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତର ନିଯୁକ୍ତି ପାଇଥିବା ବେଳେ ସେଠାରେ କୌଣସି ଡାକ୍ତରଙ୍କୁ ଦେଖିବାକୁ ମିଳୁନି ା ଏଭଳିକି ସେଠାରେ କୌଣସି ଡାକ୍ତର ନିଯୁକ୍ତି ହୋଇଥିବା ଅଞ୍ଚଳବାସୀ ଜାଣିନାହାନ୍ତି । ଜେମାଦେଇପେଣ୍ଠ ସିଏଚସି ଅଧୀନରେ ଖିଲମିସଗୁଡ଼ା ଗ୍ରାମ ନାଗାବଳୀ ନଦୀ ଆରପାରିରେ ରହିଥିବା ଯୋଗୁ ଏବଂ ଏହି ଗ୍ରାମକୁ ଯିବା ପାଇଁ ପୋଲ ନ ଥିବାରୁ ଉକ୍ତ ଗ୍ରାମରେ ଆରମ୍ଭ କରାଯାଇଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାତ୍ର ଗୋଟିଏ ଦିନ ଖୋଲିବା ପରେ ବନ୍ଦ ହୋଇଯାଇଥିଲା । ତେଣୁ ଖିଲମିସଗୁଡ଼ା ଓ ଏହାର ଆଖପାଖ ଗାଁକୁ ସ୍ବାସ୍ଥ୍ୟସେବା ପାଇଁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସହିତ ସଂଲଗ୍ନ କରିଦିଆଯାଇଛି । ସେହିଭଳି ଗୁଣପୁର ବ୍ଲକ ଜଗନ୍ନାଥପୁର ସିଏଚ୍‌ସି ଅଧୀନରେ ଥିବା ଡମ୍ବସରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତର ପିଜି କରୁଥିବାରୁ ସେ ଅଧିକାଂଶ ସମୟ ସେଠାରେ ରହୁନାହାନ୍ତି। ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଢେପାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ଗୁଡ଼ାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦିଆଯାଇଥିବାରୁ ଅଞ୍ଚଳବାସୀ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ରହୁଛନ୍ତି । ସେହିଭଳି ସର୍ଗିଗୁଡ଼ାରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୌଣସି ଡାକ୍ତର ନ ଥିବା ବିଭାଗୀୟ ସୂଚନାରୁ ଜଣାପଡ଼ିଛି । ତେଣୁ ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଏହାର ସ୍ଥାୟୀ ସମାଧାନ କଲେ ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବାରେ ସୁଧାର ଆସିପାରିବ ବୋଲି ଦାବି ହୋଇଛି । ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଲାଲମୋହନ ରାଉତରାୟଙ୍କୁ ଫୋନ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନ ଥିବାରୁ ଯୋଗଯୋଗ ସମ୍ଭବପର ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri