୬୨ବର୍ଷ ପରେ ଜାଣିଲେ ଦେଶର ନାଗରିକ ନୁହଁନ୍ତି, ଏବେ କୋର୍ଟ ଧାଉଁଛନ୍ତି ଡାକ୍ତର…

ଓ୍ବାଶିଂଟନ୍‌,୧।୧୨: ଆମେରିକାର ଉତ୍ତର ଭର୍ଜିନିଆରେ ଆଶ୍ଚର୍ଯ୍ୟ କରିଦେବା ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଜଣେ ଡାକ୍ତର ଦୀର୍ଘ ୬୨ବର୍ଷ ପରେ ଦେଶର ନାଗରିକ ନୁହଁନ୍ତି ବୋଲି ଜାଣିବାକୁ ପାଇଛନ୍ତି। ଏତେବର୍ଷ ପରେ ସେ ଯେତେବେଳେ ପାର୍ସପୋର୍ଟ ନବୀକରଣ କରିବାକୁ ବିଭାଗରେ ପହଞ୍ଚିଥଲେ, ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ପିଲାଟିବେଳରୁ ତାଙ୍କ ନାଗରିକତା ସରିଯାଇଛି। ଡାକ୍ତର ଜଣକ ହେଉଛନ୍ତି, ୬୨ବର୍ଷିୟ ସିୟାବଶ ସୋଭାନି।
ଆମେରିକାର ବିଦେଶ ବିଭାଗ ଏ ନେଇ କହିଛି ଯେ, ସୋଭାନିଙ୍କୁ ନାଗରିକତା ଦିଆଯିବା ଉଚିତ ନ ଥିଲା। ତାଙ୍କୁ ଏହା ଭୂଲ ବଶତଃ ମିଳିଯାଇଛି। ତାଙ୍କ ଜନ୍ମ ସମୟରେ ତାଙ୍କ ବାପା ଇରାନ ଦୂତାବାସର ରାଷ୍ଟ୍ରଦୂତ ଥିଲେ।
ସୋଭାନି କହିଛନ୍ତି, ନୂଆ ପାର୍ସପୋର୍ଟ ପାଇଁ  ଯେତେବେଳେ ବିଭାଗରେ ପହଞ୍ଚିଥିଲି ଏ ସମ୍ପର୍କରେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲି। ବିଦେଶ ବିଭାଗ ଦ୍ୱାରା ମିଳିଥିବା ଚିଠି ଅନୁସାରେ, ଆମେରିକାରେ ଯେଉଁ ଅଭିଭାବକ ରାଷ୍ଟ୍ରଦୂତ ଅଛନ୍ତି ସେମାନଙ୍କ ସନ୍ତାନଙ୍କୁ ଦେଶରେ ନାଗରିକତା ମିଳି ନ ଥାଏ। ଭୂଲବଶତଃ ତାଙ୍କୁ ଆମେରିକାରେ ନାଗରିକତା ମିଳି ଯାଇଥିଲା।

ସୂଚନାଯୋଗ୍ୟ, ସୋଭାନି ଗତ ୩୦ରୁ ଅଧିକ ବର୍ଷ ଧରି ଆମେରିକାରେ ଡାକ୍ତର ଅଛନ୍ତି। ଏତେବର୍ଷ ଭିତରେ ବିଦେଶ ବିଭାଗ ତାଙ୍କ ପାର୍ସପୋର୍ଟକୁ ବହୁବାର ନବୀକରଣ କରିଛି ଯେଉଁଥିରେ ଏପରି ସମସ୍ୟା ଦେଖାଯାଇ ନ ଥିଲା। କିନ୍ତୁ ବର୍ତ୍ତମାନ ବିଭାଗ ଏପରି କାରଣ ଦର୍ଶାଉଛି ବୋଲି ସୋଭାନି କହିଛନ୍ତି। ଏନେଇ ସେ କୋର୍ଟରେ ଯାଚିକା ଦାଖଲ କରିଛନ୍ତି। କୋର୍ଟରେ କେସ୍‌ ଲଢିବା ପାଇଁ ସେ ୪୦ହଜାର ଆମେରିକା ଡଲାର ଖର୍ଚ୍ଚ କରି ସାରିଛନ୍ତି। ତେବେ ତାଙ୍କ ମାମଲାର ଫଇସଲା କେବେ ହେବ ଏନେଇ ସେ ଚିନ୍ତା ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri