Posted inଜାତୀୟ

ଥଣ୍ଡା ଭଲ କରିବା ପାଇଁ ୪ବର୍ଷର ଶିଶୁକୁ ସିଗାରେଟ ପିଆଇଲେ ଡାକ୍ତର

ନୂଆଦିଲ୍ଲୀ,୧୬।୪: ଉତ୍ତର ପ୍ରଦେଶର ଜଲାଉନ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଓ ନିନ୍ଦନୀୟ ଘଟଣା ସାମ୍ନାକୁ ଆସିଛି। ଏକ ସାମୁଦାୟିକ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି)ରେ କାର୍ଯ୍ୟ କରୁଥିବା ଡାକ୍ତର ସୁରେଶ ଚନ୍ଦ୍ରା ଜଣେ ଚାରି ବର୍ଷର ପିଲାକୁ ଥଣ୍ଡା ଭଲ କରେଇବା ପାଇଁ ସିଗାରେଟ ପିଆଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଡାକ୍ତର ସୁରେଶ ଚନ୍ଦ୍ରା ନିଶାସକ୍ତ ଅବସ୍ଥାରେ ଥାଇ ପିଲାଟିକୁ ସିଗାରେଟ ଧୂଆଁ ଟାଣିବାକୁ କହୁଛନ୍ତି । ସେ ଦାବି କରିଛନ୍ତି ଯେ ଏହା ଦ୍ୱାରା ପିଲାଟିର ଥଣ୍ଡା ଭଲ ହେବ। ଏହି ଅମାନବୀୟ କାର୍ଯ୍ୟ ଦେଖି ସ୍ଥାନୀୟ ଲୋକେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଜଲାଉନର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ତୁରନ୍ତ ଡାକ୍ତର ସୁରେଶ ଚନ୍ଦ୍ରାଙ୍କୁ ସ୍ଥାନାନ୍ତର କରିବା ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ (ଏସିଏମଓ)ଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଅନେକ ଡାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଜଲାଉନ ପୋଲିସ ଏବଂ ଜିଲା ପ୍ରଶାସନ ମଧ୍ୟ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟାୟ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଉନ୍ମତ୍ତକାଣ୍ଡ: ତହସିଲଦାରଙ୍କ ଗାଡ଼ି ଭାଙ୍ଗିଲେ, ପୋଲିସକୁ ମରଣାନ୍ତକ ଆକ୍ରମଣ

ବାରିପଦା,୧୩ା୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବହଳଦା ଥାନା ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣକୁ ନେଇ ଅଭାବନୀୟ ଘଟଣା ଘଟିଛି। ଅଞ୍ଚଳବାସୀ ନ୍ୟାୟ ଦାବିରେ ଜାତୀୟ ରାଜପଥ…

‘IPL ଖେଳିବା ଛାଡିଦେବେ…’,ଧୋନିଙ୍କ ଅବସରକୁ ନେଇ ବଡ଼ ଭବିଷ୍ୟବାଣୀ, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୩।୩: ୨୦୨୬ IPL ସିଜିନ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ସନରାଇଜର୍ସ ହାଇଦ୍ରାବାଦ (ଆରସିବି ବନାମ ଏସଆରଏଚ) ମଧ୍ୟରେ…

ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ…

ଚପଲ ଭିତରେ ଛକିଥିଲା ସାପ, ମାରିଲା ଚୋଟ: ପରୀକ୍ଷାର ଶେଷ ଦିନରେ ଘଟିଗଲା..

ପୁରୁଷୋତ୍ତମପୁର,୧୩।୩ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଶୋଳଘର ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛତ। ଶୁକ୍ରବାର ସାପ କାମୁଡି ଜଣେ ଚତୁର୍ଥ ଶ୍ରେଣୀ…

ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଚାଇନା? ସାଟେଲାଇଟରୁ ଆସିଲା ସାଂଘାତିକ ଫଟୋ…

ବେଜିଂ,୧୩।୩: ଚାଇନା ଏବେ ଏସିଆରେ ଏକ ବଡ଼ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି। ଏହି ସୂଚନା ପୂର୍ୱ ଚୀନ ସାଗରର ଏକ ସାଟେଲାଇଟ ଚିତ୍ରରୁ ଆସିଛି। ଏହି…

ସୋନିଆ-ରାହୁଲଙ୍କ ଉପରେ ଝୁଲୁଛି ଖଣ୍ଡା: ଗୋଟିଏ ଝଟ୍‌କାରେ ହରାଇପାରନ୍ତି ସଦସ୍ୟତା

ନୂଆଦିଲ୍ଲୀ,୧୩।୩: ନେହେରୁ-ଗାନ୍ଧୀ ପରିବାର ଉପରେ ଆଇନଗତ ଖଣ୍ଡା ଝୁଲୁଛି। ଦୁଇଟି ପୃଥକ ମାମଲା ଗୋଟିଏ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ଏବଂ ଅନ୍ୟଟି ଲକ୍ଷ୍ନୌ ହାଇକୋର୍ଟରେ ଚାଲିଛି।…

ଦଣ୍ଡଯାତ୍ରାରୁ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ପ୍ରତାରଣା କରି ବନ୍ଧାହେଲେ ପ୍ରେମିକ

ବ୍ରହ୍ମପୁର,୧୩ା୩(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ପ୍ରେମ କରି ଶାରିରୀକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଥିବା ଅଭିଯୋଗରେ ବଡବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ…

କାହିଁକି ଜଣେ ପାକିସ୍ତାନୀ ଖେଳାଳିଙ୍କୁ କିଣିଲା କାବ୍ୟା ମାରାନଙ୍କ ଦଳ? SRH କୋଚ ନିଜେ ପ୍ରକାଶ କଲେ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ,୧୩।୩: ଦି ହଣ୍ଡ୍ରେଡ ଲିଗ ନିଲାମରେ ପାକିସ୍ତାନୀ ଖେଳାଳି ଅବରାର ଅହମ୍ମଦଙ୍କୁ କିଣିବା ପରେ ସନରାଇଜର୍ସ ହାଇଦ୍ରାବାଦ ଫ୍ରାଞ୍ଚାଇଜ ଉପରେ ନଜର ରଖାଯାଇଛି। ସନରାଇଜର୍ସ ଲିଡ୍ସ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri