ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ମାଡ଼ିବସିଲା ଭିଜିଲାନ୍ସ

ଭୁବନେଶ୍ୱର,୨୨।୧: ପୋଷ୍ଟମର୍ଟମ ରିପୋର୍ଟ ପାଇଁ ୨ ହଜାର ନେଲା ବେଳେ ଡାକ୍ତରଙ୍କୁ ମାଡ଼ିବସିଲା ଭିଜିଲାନ୍ସ। ଅଭିଯୋଗ ଅନୁଯାୟୀ ବଡ଼ମ୍ବା CHC ଡାକ୍ତର ବିଶ୍ବନାଥ ଅଢ଼େକ ଜଣେ ବ୍ୟକ୍ତିଙ୍କ ମୃତ ପୁଅର ପୋଷ୍ଟ ମର୍ଟମ ରିପୋର୍ଟ ପ୍ରଦାନ କରିବାକୁ ଅଭିଯୋଗକାରୀଙ୍କ ଠାରୁ ୫,୦୦୦ ମାଗିଥିଲେ। କିଛି ଦିନ ପୂର୍ବରୁ, ଅଭିଯୋଗକାରୀ ଡାକ୍ତରଙ୍କୁ ୨,୦୦୦ ଲାଞ୍ଚ ପ୍ରଦାନ କରିଥିଲେ। ତେବେ ଦ୍ବିତୀୟ କିସ୍ତିରେ ୨ ହଜାର ଟଙ୍କା ନେଉଥିଲେ ଅଢ଼େକ ଭିଜିଲାନ୍ସ ଜାଲରେ ପଡ଼ିଥିଲେ। ଧରାପଡ଼ିବା ପରେ ଡାକ୍ତରଙ୍କ ଦୁଇଟି ଘରେ ଭିଜିଲାନ୍ସ ଟିମ୍‌ର ରେଡ୍‌ ଜାରି ରଖିଛି।

 

Share