ବିଷ୍ଣୁପ୍ରସାଦଙ୍କୁ ଝୁରୁଛି ଜନ୍ମମାଟି

ଗୋପ,୨ା୮(ଭାରତୀ ଭୂଷଣ ଉପାଧ୍ୟାୟ): କେରଳର ଓ୍ବାୟନାଡ୍‌ ଭୂସ୍ଖଳନରେ ଓଡ଼ିଆ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତ୍ୟୁକୁ ନେଇ ତାଙ୍କ ଜନ୍ମମାଟି ପୁରୀ ଜିଲା ଗୋପ ବ୍ଲକ ଅନ୍ତର୍ଗତ ପରାଳ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ତାଙ୍କ ମୃତ୍ୟୁକୁ ସହଜରେ କେହି ବିଶ୍ବାସ କରିପାରୁନାହାନ୍ତି। ପରିବାର ଲୋକେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି। ତାଙ୍କର ବୃଦ୍ଧ ଜେଜେବାପା ଗୋବିନ୍ଦ ଚିନାରା, ଜେଜେମା ସଖିମଣୀ, ବାପା ପ୍ରମୋଦ ଚିନାରା, ଦାଦା ପ୍ରସନ୍ନ ଚିନାରାଙ୍କ ସହିତ ପରିବାର ସଦସ୍ୟ, ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ ତାଙ୍କୁ ଝୁରୁଛନ୍ତି।
ସୂଚନାଯୋଗ୍ୟ, ବିଷ୍ଣୁପ୍ରସାଦ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ହାଉସ୍‌ ସର୍ଜନ ଭାବେ କାର୍ଯ୍ୟରତ ଥିବାବେଳେ ମେଡିସିନରେ ପିଜି କରୁଥିଲେ। ଜୁଲାଇ ୨୭ରେ ତାଙ୍କର ଜନ୍ମଦିନ ଥିଲା। ତେଣୁ ତାଙ୍କର ସାଙ୍ଗ ଡାକ୍ତର ସ୍ବାଧୀନ ପଣ୍ଡାଙ୍କ ସହିତ ଜନ୍ମଦିନ ପାଳନ କରିବାକୁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ବିଷ୍ଣୁପ୍ରସାଦ (୩୦), ସ୍ତ୍ରୀ ପୂଜା ଓରଫ ପ୍ରିୟଦର୍ଶିନୀ ପାଲ (୨୬), ଡା. ସ୍ବାଧୀନ ପଣ୍ଡା (୨୯) ଓ ତାଙ୍କ ବାନ୍ଧବୀଙ୍କ ସହିତ ୨୬ ତାରିଖରେ କେରଳର ଓ୍ବାୟନାଡ୍‌ ବୁଲିବାକୁ ଯାଇଥିଲେ। ଘରୁ ଯିବାବେଳେ ବାପା ପ୍ରମୋଦ ପୁଅ ବୋହୂଙ୍କୁ ବୁଲାବୁଲି କରିବା ସମୟରେ ସତର୍କ ରହିବା ଲାଗି ପରାମର୍ଶ ଦେଇଥିଲେ। କିନ୍ତୁ ବିଧିର ବିଧାନ କେ କରିବ ଆନ। ସମସ୍ତେ ଓ୍ବାୟନାଡରେ ପହଞ୍ଚି  ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିଥିଲେ। ଜନ୍ମଦିନ ପାଳନ ପୂର୍ବରୁ ଅର୍ଥାତ୍‌ ୨୬ ତାରିଖ ରାତିରେ ହଠାତ୍‌ ଭୂସ୍ଖଳନ ଘଟିଥିଲା। ଏଥିରେ ବିଷ୍ଣୁପ୍ରସାଦଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରିୟଦର୍ଶିନୀ କୌଣସିମତେ ବଞ୍ଚି ଯାଇଥିବା ସୂଚନା ମିଳିଛି। ସେହିପରି ସ୍ବାଧୀନ ଏପର୍ଯ୍ୟନ୍ତ ନିଖୋଜ ଥିବାବେଳେ ତାଙ୍କର ବାନ୍ଧବୀ ବଞ୍ଚିଥିବା ଜଣାପଡ଼ିଛି। ଏପରି ଦୁଃଖଦ ଖବର ବିଷ୍ଣୁପ୍ରସାଦଙ୍କ ଗାଁରେ ପହଞ୍ଚତ୍ବା ପରେ ସମସ୍ତଙ୍କ ଆଖିରୁ ଲୁହ ଝରୁଛି। ବିଷ୍ଣୁପ୍ରସାଦଙ୍କ ବାପା ପ୍ରମୋଦ କୋହଭରା କଣ୍ଠରେ କାନ୍ଦି କାନ୍ଦି ସବୁ କଥା କହିଥିବାବେଳେ ସହଯୋଗ ପାଇଁ ଗଣମାଧ୍ୟମ ପ୍ରତିନିଧି ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଶୁକ୍ରବାର ମୃତଦେହ ପହଞ୍ଚି ବୋଲି ସୂଚନା ମିଳିଥିବା ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତାରେ ନିର୍ବାଚନ ପୂର୍ବରୁ ରକ୍ତପାତ! TMC କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୨୬।୩: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନିର୍ବାଚନ ପୂର୍ବରୁ ହିଂସାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ, ଫୁଲବାଗାନ ଅଞ୍ଚଳର ବାଘଜାତୀନରେ ତୃଣମୂଳ କଂଗ୍ରେସ…

ଏବେ ବିଶ୍ୱଯୁଦ୍ଧ ଥୟ! ଆମେରିକା ପରେ ଇରାନକୁ ଧମକ ଦେଲେ ୬ ଦେଶ, ଆଗକୁ…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ରିପୋର୍ଟ ମଧ୍ୟରେ, ସାଉଦି ଆରବ, କତାର, କୁୱେତ, ସଂଯୁକ୍ତ ଆରବ ଏମିରେଟ୍ସ, ବାହାରିନ ଏବଂ ଜୋର୍ଡାନ ମିଳିତ ଭାବରେ ଇରାନ…

ବଢ଼ିବନି ବିଧାୟକଙ୍କ ଦରମା: ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖିଲେ…

ଭୁବନେଶ୍ୱର,୨୬।୩: ବିଧାନସଭାରେ ବିଧାୟକଙ୍କ ଦରମା ବୃଦ୍ଧି ବିଲ ପ୍ରତ୍ୟାହାର ନେଇ ପ୍ରକ୍ରିୟା।ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଗୃହର ସବୁ ସଦସ୍ୟଙ୍କୁ ଚିଠି ଲେଖାଯାଇଛି। ସଂସଦୀୟ ମନ୍ତ୍ରୀ ମୁକେଶ…

ଏପ୍ରିଲ ୧ରୁ ବଢିବ ଏହି ସବୁ ଔଷଧର ମୂଲ୍ୟ: ପାରାସିଟାମଲଠାରୁ ଆଣ୍ଟିବାୟୋଟିକ ପର୍ଯ୍ୟନ୍ତ….

ନୂଆଦିଲ୍ଲୀ,୨୬।୩: ୧ ଏପ୍ରିଲ, ୨୦୨୬ ଠାରୁ, ଯନ୍ତ୍ରଣା ନିବାରକ, ଆଣ୍ଟିବାୟୋଟିକ ଏବଂ ଜ୍ୱର ହ୍ରାସକାରୀ ଔଷଧର ମୂଲ୍ୟ ବୃଦ୍ଧି ପାଇବ। ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ…

ଏସଡିଓଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା: ଏତିକି ଟଙ୍କାର ରଖିଥିଲେ ମେଶିନ

ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ…

ହେବନି IPL 2026ର ଉଦଘାଟନୀ ଉତ୍ସବ, ଏହି କାରଣରୁ BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୬ା୩: IPL ୨୦୨୬ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି BCCI । ଉଦଘାଟନୀ ଉତ୍ସବକୁ ବାତିଲ କରାଯାଇଛି । ଗତ ବର୍ଷ ବେଙ୍ଗାଲୁରୁରେ RCBର ବିଜୟ…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

ନୂଆ ଅବକାରୀ ନୀତି ଘୋଷଣା କଲେ ରାଜ୍ୟ ସରକାର: ଆଉ ଖୋଲିବନି ନୂଆ ମଦ ଦୋକାନ! ବଢିଲା…

ଭୁବନେଶ୍ୱର,୨୬।୩: ଆସିଲା ନୂଆ ଅବକାରୀ ନୀତି ୨୦୨୬-୨୯। ଓଡ଼ିଶା ସରକାର ୧ ଏପ୍ରିଲ ୨୦୨୬ରୁ ୩୧ ମାର୍ଚ୍ଚ ୨୦୨୯ ଅବଧି ନିମନ୍ତେ ଏକ ତ୍ରୈବାର୍ଷିକ ଅବକାରୀ ନୀତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri