Posted inଫୁରସତ

ଜାଣନ୍ତି କି ଆଇରନକୁ କାହିଁକି କୁହାଯାଏ ଇସ୍ତ୍ରୀ, ଏହା ପଛରେ ରହିଛି ଏହି କାରଣ…

ପ୍ରତିଦିନ ଆମ ଚାରିପାଖରେ ଅନେକ କଥା ଘଟେ। ଏହା ପଛରେ କିଛି କାରଣ ଥାଇପାରେ ବୋଲି ମଧ୍ୟ ଆମେ ଜାଣି ନ ଥାଉ। ଉଦାହରଣ ସ୍ବରୂପ, ଏପରି ଅନେକ ଜିନିଷର ନାଁ ଅଛି, ଯାହାକୁ ଆମେ ସମସ୍ତଙ୍କଠାରୁ ସେହି ନାଁରେ ଶୁଣିଆସୁ। ଏଭଳି ପରିସ୍ଥିତିରେ କେହି ମଧ୍ୟ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତି ନାହିଁ ଏବଂ ଏହାକୁ ପୂର୍ବପରି ବ୍ୟବହାର କରିଥା’ନ୍ତି।

How to Clean an Iron From Soleplate to Steam Holes | LoveToKnow

କିଛି ଲୋକ ଏହି ଜିନିଷ ଉପରେ ଅନେକ ପ୍ରଶ୍ନ କରନ୍ତି ଏବଂ ଏହା ପଛରେ ଥିବା ଇତିହାସ ଅନୁସନ୍ଧାନ କରିଥାନ୍ତି। ‘କୋରା’ ଇଣ୍ଟରନେଟ୍‌ ଏପରି ଏକ ପ୍ଲାଟ୍‌ଫର୍ମ, ଯେଉଁଠାରେ ଲୋକମାନେ ଏହିପରି ସବୁ ପ୍ରଶ୍ନ ପଚାରିଥାନ୍ତି। ଏହା ଉପରେ ଜଣେ ୟୁଜର ପଚାରିଥିଲେ, ଲୋକମାନେ ଆଇରନ୍‌କୁ ଇସ୍ତ୍ରୀ କାହିଁକି କୁହନ୍ତି।

ଅନେକ ଲୋକ ଆଇରନ କହୁଥିବା ବେଳେ ଆଉ କିଛି ଲୋକ ଏହାକୁ ଇସ୍ତ୍ରୀ କହିଥାନ୍ତି। କିନ୍ତୁ ପ୍ରେସ୍‌ ପାଇଁ ଇରୋନିଂ ଶବ୍ଦ କେଉଁଠୁ ଆସିଲା। ଏହି ପ୍ରଶ୍ନର ଉତ୍ତରରେ, ଜଣେ ୟୁଜର ଏହାର ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି। ସେ କହିଛନ୍ତି, ଇସ୍ତ୍ରୀ ଏକ ଭାରତୀୟ ଶବ୍ଦ ନୁହେଁ। ଯେତେବେଳେ ପର୍ତ୍ତୁଗୀଜମାନେ ଭାରତକୁ ଆସିଲେ ସେମାନେ ଆଇରନ ଆଣି ଡ୍ରେସ୍‌ରୁ ଭାଙ୍ଗ ହଟାଇଲେ। ସେମାନେ ଏହାକୁ ଏଷ୍ଟିକାର୍‌ ବୋଲି କହୁଥିଲେ। ଏହା ସ୍ପାନିଶକୁ ଯାଇ ଇଷ୍ଟାରାର ହୋଇଗଲା। ଯେତେବେଳେ ଭାରତୀୟମାନେ ଏହାକୁ ଗ୍ରହଣ କଲେ, ଏହାକୁ ଇଷ୍ଟାରି ଏବଂ ପରେ ଇସ୍ତ୍ରୀ ବୋଲି କହିଲେ। କିନ୍ତୁ ଏହା ଶବ୍ଦର ଏକ ବିକୃତ ରୂପ।

Page 2 | 65,000+ Steam Iron Pictures

ବ୍ରିଟିଶମାନଙ୍କ ଡ୍ରେସ୍‌ ଏପରି ଥିଲା ଯେ, ସେମାନଙ୍କୁ ବହୁତ ଆଇରନ ଦରକାର ଥିଲା। କିନ୍ତୁ ଭାରତୀୟଙ୍କ ଡ୍ରେସ୍‌ ଏପରି ଭାବରେ ତିଆରି ହୋଇଥିଲା ଯେ, କୁଞ୍ଚଗୁଡ଼ିକ ସେମାନଙ୍କ ପାଇଁ ଗର୍ବ ଥିଲା। ପୁରୁଷମାନେ ଧୋତି ପିନ୍ଧୁଥିଲେ, ଯେଉଁଥିରେ ପ୍ଲିଟ୍‌ ରହିଥିଲା ବେଳେ ମହିଳାମାନେ ମଧ୍ୟ ଶାଢ଼ିରେ ପ୍ଲିଟ ପକାଉଥିଲେ। ତେଣୁ ଭାରତୀୟଙ୍କୁ ଆଇନର ଦରକାର ପଡୁ ନ ଥିଲା। ବ୍ରିଟିଶମାନେ ପ୍ରଥମେ ଆସି ଭାରତରେ ଆଇରନ କରିଥିଲେ। ଏହି ଆଇରନ ଶବ୍ଦକୁ ସମୟ କ୍ରମେ ଇସ୍ତ୍ରୀ କୁହାଗଲା। ସେହିଦିନଠାରୁ ଭାରତୀୟମାନେ ମଧ୍ୟ ଏହି ଶବ୍ଦର ବ୍ୟବହାର କରିଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri